ବୈଠକ ପରେ ବୈଠକ କରୁଛି ଭାରତ : ବଢିଗଲା ପାକିସ୍ତାନ ଚିନ୍ତା, ବ୍ୟାଙ୍କ ଏବଂ ସ୍କୁଲ ଛୁଟି ଘୋଷଣା…..

The Sakala Picture
Published On

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିରନ୍ତର ଉତ୍ତେଜନା ଲାଗି ରହିଛି। ଏହାରି ମଧ୍ୟରେ ଗତକାଲି ମଧ୍ୟରାତ୍ରରେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତାରାର ଏକ ବଡ଼ ଦାବି କରିଛନ୍ତି ଏବଂ କହିଛନ୍ତି ଯେ ଇସଲାମାବାଦକୁ ନିର୍ଭରଯୋଗ୍ୟ ଗୁଇନ୍ଦା ସୂଚନା ମିଳିଛି ଯେ ଭାରତ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ସାମରିକ ଆକ୍ରମଣ କରିପାରେ। ଏପରି ପରିସ୍ଥିତିରେ, ଏବେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ବଡ଼ […]

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିରନ୍ତର ଉତ୍ତେଜନା ଲାଗି ରହିଛି। ଏହାରି ମଧ୍ୟରେ ଗତକାଲି ମଧ୍ୟରାତ୍ରରେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତାରାର ଏକ ବଡ଼ ଦାବି କରିଛନ୍ତି ଏବଂ କହିଛନ୍ତି ଯେ ଇସଲାମାବାଦକୁ ନିର୍ଭରଯୋଗ୍ୟ ଗୁଇନ୍ଦା ସୂଚନା ମିଳିଛି ଯେ ଭାରତ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ସାମରିକ ଆକ୍ରମଣ କରିପାରେ। ଏପରି ପରିସ୍ଥିତିରେ, ଏବେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ସରକାର ଏକ ନୋଟିସ ଜାରି କରି ଗୁରୁବାର, ମେ ୧ ତାରିଖରେ ସମଗ୍ର ପାକିସ୍ତାନକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

ପ୍ରଧାନମନ୍ତ୍ରୀ ମୋଦି ଗତ ମଙ୍ଗଳବାର ଦିନ ଏକ ବୈଠକ କରିଥିଲେ

ଆହୁରି ପଢ଼ନ୍ତୁ: ମେଟା ଅଫିସ୍ ଭଙ୍ଗାରୁଜା କଲା ଯୁବ କଂଗ୍ରେସ, ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣାକୁ ନେଇ ହଙ୍ଗାମା

ଗତ ମଙ୍ଗଳବାର ଦିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା କମିଟି (CCS)ର ଏକ ବୈଠକ କରିଥିଲେ। ଏହା ପରେ, ପାକିସ୍ତାନ ବିରୁଦ୍ଧରେ ଅନେକ ଅଣ-ସୈନ୍ୟ ପଦକ୍ଷେପ ଘୋଷଣା କରାଯାଇଥିଲା, ଯେଉଁଥିରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା, ଭିସା ବାତିଲ କରିବା ଏବଂ ଅଟାରୀ-ୱାଘା ସୀମା ବନ୍ଦ କରିବା ଅନ୍ତର୍ଭୁକ୍ତ ଥିଲା। ଏହାପରେ ଆଜି ପ୍ରଧାନମନ୍ତ୍ରୀଙ୍କ ୪ଟି ବଡ଼ ବୈଠକ ରହିଛି। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ CCS ବୈଠକ ଆରମ୍ଭ ହୋଇଥିବା ବେଳେ ଏହାପରେ CCS, CCPA, CCEA ସହ ହେବ କ୍ୟାବିନେଟ୍ ମିଟିଂ ହେବ। ଯେଉଁଥିରେ ପାକିସ୍ତାନ ବିରୋଧରେ ବଡ଼ ନିଷ୍ପତ୍ତି ନିଆଯାଇପାରେ।

ଆହୁରି ପଢ଼ନ୍ତୁ: ଡେଟିଂ ଓ ହୁକ୍‌ଅପ୍‌ ସଂସ୍କୃତି ମାୟାରେ ଜେନ୍‌-ଜି; ବ୍ୟକ୍ତିଗତ ସ୍ୱାଧୀନତା, ଆର୍ଥିକ ସ୍ୱାବଲମ୍ବନ ଓ ମୁକ୍ତ ଜୀବନ ଚାହାନ୍ତି କିଶୋର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର