ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ

The Sakala Picture
Published On

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଘୋଷଣା କରାଯାଇଛି। ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସେପ୍ଟେମ୍ବର ୯ ରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଅଗଷ୍ଟ ୭ ରେ ଜାରି କରାଯିବ। ଏହାପରଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ଅଗଷ୍ଟ ୨୧ ନାମାଙ୍କନ ପତ୍ର […]

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଘୋଷଣା କରାଯାଇଛି। ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ: କୁଏତ ଓ ବାହାରିନ ଉପରେ ଇରାନର ଆକ୍ରମଣ, ଷ୍ଟ୍ରେଟ ଅଫ ହର୍ମୁଜରେ ବଢିଲା ଉତ୍ତେଜନା

ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସେପ୍ଟେମ୍ବର ୯ ରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଅଗଷ୍ଟ ୭ ରେ ଜାରି କରାଯିବ। ଏହାପରଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ଅଗଷ୍ଟ ୨୧ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷଦିନ ରହିଛି। ସେହିପରି ନିର୍ବାଚନ କମିଶନ କହିଛନ୍ତି ଯଦି ଉପରାଷ୍ଟ୍ରପତି ପଦ ପାଇଁ ଏକରୁ ଅଧିକ ପ୍ରାର୍ଥୀ ରୁହନ୍ତି ତେବେ ସେପ୍ଟେମ୍ବର ୯ରେ ନିର୍ବାଚନ ହେବ। ସେପ୍ଟେମ୍ବର ୯ରେ ସକାଳ ୧୦ରୁ ସଂଧ୍ୟା ୫ ଯାଏଁ ଭୋଟ୍ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: କାବେରୀ ଜଳ ବିବାଦ: ତାମିଲନାଡୁର ଅତିରିକ୍ତ ଜଳ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

ଆହୁରି ପଢ଼ନ୍ତୁ: ଡେଟିଂ ଓ ହୁକ୍‌ଅପ୍‌ ସଂସ୍କୃତି ମାୟାରେ ଜେନ୍‌-ଜି; ବ୍ୟକ୍ତିଗତ ସ୍ୱାଧୀନତା, ଆର୍ଥିକ ସ୍ୱାବଲମ୍ବନ ଓ ମୁକ୍ତ ଜୀବନ ଚାହାନ୍ତି କିଶୋର

ସୂଚନାଯୋଗ୍ୟ ଜୁଲାଇ ୨୧ରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇସ୍ତଫା ଦେଇଥିଲେ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ହଠାତ ଇସ୍ତଫା ପରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର