ଗାଜା ଯୁଦ୍ଧକୁ ଦୁଇ ବର୍ଷ; ୬୫ ହଜାରରୁ ଊର୍ଦ୍ଧ୍ବ ମୃତ, ୯୦% ସ୍କୁଲ ଧ୍ବଂସ

Deviprasad Mohanty Picture
Published On

ଗାଜା: ହମାସ ଆକ୍ରମଣରୁ ଆରମ୍ଭ ହୋଇଥିବା ଗାଜା ଯୁଦ୍ଧକୁ ମଙ୍ଗଳବାରୁ ଦୁଇ ବର୍ଷ ପୂରଣ ହୋଇଛି। କ୍ରମାଗତ ବୋମା ମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗାଜା ଷ୍ଟ୍ରିପ୍‌ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଛି। ମିଳିତ ଜାତିସଂଘ (ୟୁଏନ)ର ସାଟେଲାଇଟ ରିପୋର୍ଟ ଅନୁଯାୟୀ ଯୁଦ୍ଧ ପାଇଁ ଗାଜାର ୮୦ ପ୍ରତିଶତ କୋଠା କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୯୦ ପ୍ରତିଶତ ସ୍କୁଲ ଭୂତକୋଠିରେ ପରିଣତ ହୋଇଯାଇଛି। ୧୮ ହଜାର ଶିଶୁଙ୍କ ସମେତ ୬୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୩୯, ୩୮୪ ଶିଶୁ ନିଜ ମାତାପିତାଙ୍କ ମଧ୍ୟରୁ ଜଣକୁ ହରଇଛନ୍ତି। ୧୭ ହଜାର ଶିଶୁ ମାତାପିତା ଉଭୟଙ୍କୁ ହରାଇଛନ୍ତି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ୯୮.୫ ପ୍ରତିଶତ କ୍ଷେତ ନଷ୍ଟ ହୋଇଯାଇଛି। ଲକ୍ଷାଧିକ ପାଲେଷ୍ଟିନୀୟ ଟେଣ୍ଟରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ଖାଦ୍ୟ, ପାନୀୟ, ବିଦ୍ୟୁତ ଏବଂ ଚିକିତ୍ସା ବିନା କାଳତିପାତ କରୁଛନ୍ତି। ଭୋକ ଉପାସରେ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଗାଜା ଅସହାୟଙ୍କ ସହର ପାଲଟି ଯାଇଛି। ଚାରିଆଡେ ଯୁଦ୍ଧ ବିଭୀଷିକା ଦେଖିବାକୁ ମିଳୁଛି। ୮୦ ପ୍ରତିଶତ ଅଞ୍ଚଳ ମିଲିଟାରୀ ଜୋନ୍‌ ହୋଇଯାଇଛି। ଏଠାରେ ସାଧାରଣ ନାଗରିକଙ୍କ ପ୍ରବେଶ ନିଷିଦ୍ଧ ରହିଛି। ଏହା ସହର ନୁହେଁ, ବରଂ ଜୀବିତ ଲୋକଙ୍କ କ୍ୟାମ୍ପ ହୋଇ ରହିଛି ବୋଲି ଉଦ୍ଧାରକାରୀ ଏଜେନ୍ସିଙ୍କ ପକ୍ଷରୁ କୁହାଯାଇଛି। 

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

୨୦୨୩ ଅକ୍ଟୋବର ୭ରେ ଆତଙ୍କବାଦୀ ସଂଗଠନ ହମାସ ଅନୁପ୍ରବେଶ କରି ଅନେକ ଇସ୍ରାନ ନାଗରିକଙ୍କୁ ହତ୍ୟା କରିଥିଲା। ୨୫୧ ଜଣଙ୍କୁ ପଣବନ୍ଦୀ କରି ରଖିଥିଲା। ଏହାକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ତୁରନ୍ତ ଯୁଦ୍ଧ ଘୋଷଣା କରି ହମାସ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଏହି ଯୁଦ୍ଧ ଯୋଗୁଁ ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ବାସ ହରାଇ ଥିଲେ। ଯୁଦ୍ଧରେ ଅଧାରୁ ଅଧିକ ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଏହା ଦ୍ବାରା ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ଗାଜାରେ ୫୪ ନିୟୁତ ଟନ୍‌ରୁ ଅଧିକ ଅବଶେଷ ଗଦା ହୋଇ ରହିଛି। ଏହାକୁ ସଫା କରିବା ପାଇଁ ୧୦ ବର୍ଷ ଏବଂ ୧.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଇସ୍ରାଏଲ ଏକ କିମିର ବଫର ଜୋନ ଏବଂ ୪ ସୈନ୍ୟ କରିଡର ଗଠନ କରିଛି। ମୋରାଗ କରିଡର ଗାଜାକୁ ଦୁଇ ଭାଗରେ ବିଭାଜିତ କରିଦେଇଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ଇସ୍ରାଏଲ ସମ୍ପୂର୍ଣ୍ଣ ଏବଂ ହମାସ ଆଂଶିକା ଭାବେ ସ୍ବୀକାର କରିଥିବାରୁ ଯୁଦ୍ଧ ବନ୍ଧ ହେବାର ଆଶା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଭାରତ ସହ ସୀମା ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କଲା ନେପାଳ: ଦ୍ୱିପାକ୍ଷିକ ଆଲୋଚନା ଉପରେ ଗୁରୁତ୍ୱ

08 Oct 2025 By Deviprasad Mohanty

ଗାଜା ଯୁଦ୍ଧକୁ ଦୁଇ ବର୍ଷ; ୬୫ ହଜାରରୁ ଊର୍ଦ୍ଧ୍ବ ମୃତ, ୯୦% ସ୍କୁଲ ଧ୍ବଂସ

ଗାଜା: ହମାସ ଆକ୍ରମଣରୁ ଆରମ୍ଭ ହୋଇଥିବା ଗାଜା ଯୁଦ୍ଧକୁ ମଙ୍ଗଳବାରୁ ଦୁଇ ବର୍ଷ ପୂରଣ ହୋଇଛି। କ୍ରମାଗତ ବୋମା ମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗାଜା ଷ୍ଟ୍ରିପ୍‌ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଛି। ମିଳିତ ଜାତିସଂଘ (ୟୁଏନ)ର ସାଟେଲାଇଟ ରିପୋର୍ଟ ଅନୁଯାୟୀ ଯୁଦ୍ଧ ପାଇଁ ଗାଜାର ୮୦ ପ୍ରତିଶତ କୋଠା କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୯୦ ପ୍ରତିଶତ ସ୍କୁଲ ଭୂତକୋଠିରେ ପରିଣତ ହୋଇଯାଇଛି। ୧୮ ହଜାର ଶିଶୁଙ୍କ ସମେତ ୬୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୩୯, ୩୮୪ ଶିଶୁ ନିଜ ମାତାପିତାଙ୍କ ମଧ୍ୟରୁ ଜଣକୁ ହରଇଛନ୍ତି। ୧୭ ହଜାର ଶିଶୁ ମାତାପିତା ଉଭୟଙ୍କୁ ହରାଇଛନ୍ତି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ୯୮.୫ ପ୍ରତିଶତ କ୍ଷେତ ନଷ୍ଟ ହୋଇଯାଇଛି। ଲକ୍ଷାଧିକ ପାଲେଷ୍ଟିନୀୟ ଟେଣ୍ଟରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ଖାଦ୍ୟ, ପାନୀୟ, ବିଦ୍ୟୁତ ଏବଂ ଚିକିତ୍ସା ବିନା କାଳତିପାତ କରୁଛନ୍ତି। ଭୋକ ଉପାସରେ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଗାଜା ଅସହାୟଙ୍କ ସହର ପାଲଟି ଯାଇଛି। ଚାରିଆଡେ ଯୁଦ୍ଧ ବିଭୀଷିକା ଦେଖିବାକୁ ମିଳୁଛି। ୮୦ ପ୍ରତିଶତ ଅଞ୍ଚଳ ମିଲିଟାରୀ ଜୋନ୍‌ ହୋଇଯାଇଛି। ଏଠାରେ ସାଧାରଣ ନାଗରିକଙ୍କ ପ୍ରବେଶ ନିଷିଦ୍ଧ ରହିଛି। ଏହା ସହର ନୁହେଁ, ବରଂ ଜୀବିତ ଲୋକଙ୍କ କ୍ୟାମ୍ପ ହୋଇ ରହିଛି ବୋଲି ଉଦ୍ଧାରକାରୀ ଏଜେନ୍ସିଙ୍କ ପକ୍ଷରୁ କୁହାଯାଇଛି। 

୨୦୨୩ ଅକ୍ଟୋବର ୭ରେ ଆତଙ୍କବାଦୀ ସଂଗଠନ ହମାସ ଅନୁପ୍ରବେଶ କରି ଅନେକ ଇସ୍ରାନ ନାଗରିକଙ୍କୁ ହତ୍ୟା କରିଥିଲା। ୨୫୧ ଜଣଙ୍କୁ ପଣବନ୍ଦୀ କରି ରଖିଥିଲା। ଏହାକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ତୁରନ୍ତ ଯୁଦ୍ଧ ଘୋଷଣା କରି ହମାସ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଏହି ଯୁଦ୍ଧ ଯୋଗୁଁ ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ବାସ ହରାଇ ଥିଲେ। ଯୁଦ୍ଧରେ ଅଧାରୁ ଅଧିକ ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଏହା ଦ୍ବାରା ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ଗାଜାରେ ୫୪ ନିୟୁତ ଟନ୍‌ରୁ ଅଧିକ ଅବଶେଷ ଗଦା ହୋଇ ରହିଛି। ଏହାକୁ ସଫା କରିବା ପାଇଁ ୧୦ ବର୍ଷ ଏବଂ ୧.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଇସ୍ରାଏଲ ଏକ କିମିର ବଫର ଜୋନ ଏବଂ ୪ ସୈନ୍ୟ କରିଡର ଗଠନ କରିଛି। ମୋରାଗ କରିଡର ଗାଜାକୁ ଦୁଇ ଭାଗରେ ବିଭାଜିତ କରିଦେଇଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ଇସ୍ରାଏଲ ସମ୍ପୂର୍ଣ୍ଣ ଏବଂ ହମାସ ଆଂଶିକା ଭାବେ ସ୍ବୀକାର କରିଥିବାରୁ ଯୁଦ୍ଧ ବନ୍ଧ ହେବାର ଆଶା ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର