ଟ୍ରମ୍ପଙ୍କ ଧମକ; ମସ୍କଙ୍କୁ ଦକ୍ଷିଣ ଆଫ୍ରିକା ତଡ଼ିବି…

The Sakala Picture
Published On

ୱାସିଂଟନ: ବ୍ୟାବସାୟିକ ବନ୍ଧୁତା ଏବେ ଶତ୍ରୁତାରେ ପରିଣତ ହୋଇଯାଇଛି। ସ୍ଥିତି ଏପରି ବିଗିଡି ଯାଇଛି ଯେ ଉଭୟେ ପରସ୍ପରକୁ ଧମକ ଦେବାରେ ଲାଗିଛନ୍ତି। ପୁରୁଣା ବନ୍ଧୁତ୍ବକୁ ଭୁଲି ଯାଇଛନ୍ତି। ନିର୍ବାଚନରେ ସହାୟତା କରିଥିବାର କଥା ବି ପାସୋରି ଯାଇଛନ୍ତି। ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ସର୍ବ ସମ୍ମୁଖରେ ଦୁଇ ପୁରୁଣା ମିତ୍ର ପରସ୍ପର ବିରୋଧରେ ଭୟଙ୍କର ଟିପ୍ପଣୀ ଦେବାରେ ଲାଗିଛନ୍ତି। ଆମେରିକା ରାଷ୍ଟ୍ରପତି ତଥା ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପୁରୁଣା ବନ୍ଧୁ ତଥା […]

ୱାସିଂଟନ: ବ୍ୟାବସାୟିକ ବନ୍ଧୁତା ଏବେ ଶତ୍ରୁତାରେ ପରିଣତ ହୋଇଯାଇଛି। ସ୍ଥିତି ଏପରି ବିଗିଡି ଯାଇଛି ଯେ ଉଭୟେ ପରସ୍ପରକୁ ଧମକ ଦେବାରେ ଲାଗିଛନ୍ତି। ପୁରୁଣା ବନ୍ଧୁତ୍ବକୁ ଭୁଲି ଯାଇଛନ୍ତି। ନିର୍ବାଚନରେ ସହାୟତା କରିଥିବାର କଥା ବି ପାସୋରି ଯାଇଛନ୍ତି। ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ସର୍ବ ସମ୍ମୁଖରେ ଦୁଇ ପୁରୁଣା ମିତ୍ର ପରସ୍ପର ବିରୋଧରେ ଭୟଙ୍କର ଟିପ୍ପଣୀ ଦେବାରେ ଲାଗିଛନ୍ତି। ଆମେରିକା ରାଷ୍ଟ୍ରପତି ତଥା ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପୁରୁଣା ବନ୍ଧୁ ତଥା ଷ୍ଟାରଲିଙ୍କର ମାଲିକ ଏଲନ ମସ୍କଙ୍କ କ୍ଷେତ୍ରରେ ଏଭଳି ଘଟିଛି। ଦିନେ ମସ୍କଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବା ଟ୍ରମ୍ପ ଏବେ ତାଙ୍କର ଘୋର ବିରୋଧୀ ହୋଇ ଯାଇଛନ୍ତି। ସରକାରଙ୍କ ନୀତିକୁ ସମାଲୋଚନା କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆଜି ବ୍ୟବସାୟୀ ମସ୍କଙ୍କୁ ଟ୍ରମ୍ପ ନିଶାଣ କରିଛନ୍ତି। ସେ କହିଛନ୍ତି ଯେ ରିଆତି ବନ୍ଦ ହୋଇଗଲେ ମସ୍କଙ୍କୁ ନିଜ କମ୍ପାନୀ ବନ୍ଦ କରିବାକୁ ପଡ଼ିବ। ତାଙ୍କୁ ଦକ୍ଷିଣ ଆଫ୍ରିକା ଫେରିଯିବାକୁ ପଡିବ। ରିଆତି ବନ୍ଦ କରିଦେଲେ ଟେସ୍‌ଲା ଇଲେକ୍‌ଟ୍ରିକ କାର୍‌ ଉତ୍ପାଦନ କରିପାରିବନି। ସ୍ପେସ୍‌ଏକ୍ସ ରକେଟ୍‌ ଏବଂ ଉପଗ୍ରହ ମଧ୍ୟ ଉତ୍‌କ୍ଷେପଣ କରିପାରିବ ନାହିଁ।

ଆହୁରି ପଢ଼ନ୍ତୁ: କର୍ପୋରେଟ୍‌ ଲଭ୍‌: ହୁଆଙ୍ଗ-ମସ୍କ-ବେଜୋସ୍‌-ବ୍ରିନ୍‌ ସମସ୍ତେ ପ୍ରେମ ପାଗଳ, ପରକ୍ରୀୟା ପ୍ରୀତି ଯୋଗୁ ହରାଉଛନ୍ତି ପଦ, ମାନ ଓ ସମ୍ମାନ

ଟ୍ରମ୍ପ ଦାବି କରିଛନ୍ତି ଯେ ସରକାରୀ ରିଆତିରୁ ମସ୍କ ଯେତିକି ଟଙ୍କା ପାଇଛନ୍ତି ସେତିକି ଆଉ କେହି ପାଇ ନାହାନ୍ତି। ଏହି ମାମଲାର ବିସ୍ତୃତ ଯାଞ୍ଚ ପାଇଁ ସେ ଡୋଜ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ଦେଶର ଅର୍ଥ ସଞ୍ଚୟ ହେବ। ଟ୍ରମ୍ପ କହିଛନ୍ତି ଯେ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ କରିବା ପୂର୍ବରୁ ମୁଁ ଇଭି ନିର୍ଦ୍ଦେଶର ବିରୋଧୀ ବୋଲି ସେ ଜାଣିଥିଲେ। ଇଲେ୍‌କଟ୍ରିକ ଗାଡ଼ି ଭଲ, କିନ୍ତୁ ସମସ୍ତଙ୍କୁ ଏହା କିଣିବା ପାଇଁ ବାଧ୍ୟ କରିବା ଭୁଲ୍‌। ସୂଚନାଯୋଗ୍ୟ ଯେ ଆମେରିକା ମସ୍କଙ୍କୁ ଗତ ୨୦ ବର୍ଷରେ ୩୧ ଲକ୍ଷ କୋଟି ଟଙ୍କାର ସହାୟତା ଦେଇଛି। ଏହା ପୂର୍ବରୁ ଗତ ଶନିବାର ଟ୍ରମ୍ପଙ୍କ ‘ବିଗ୍‌ ବ୍ୟୁଟିଫୁଲ ବିଲ୍‌’କୁ ମସ୍କ ପୁଣିଥରେ ବିରୋଧ କରି ଏହା ଆମେରିକାର ଲକ୍ଷ ଲକ୍ଷ ଚାକିରି ଖାଇଦେବ ଏବଂ ଦେଶର ରଣନୈତିକ କ୍ଷତି ହେବ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ରାଜନୀତିରେ ହଲଚଲ: ବୁଶରା ବିବିଙ୍କ ଚିକିତ୍ସା ପାଇଁ ଜଜ୍‌ଙ୍କୁ ଚିଠି ଲେଖିଲେ ଇମ୍ରାନ ଖାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର