ମନୋରଞ୍ଜନ
ଓଡ଼ିଶା
ଟ୍ରମ୍ପ ଟାରିଫ୍ ପ୍ରଭାବ : ଲକ୍ଷେ ପାର୍ କଲା ସୁନା ଦର, ଭାରତରୁ ଅର୍ଡର ବନ୍ଦ କଲେ ୱାଲ୍ମାର୍ଟ-ଆମାଜନ୍
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦%ର ଭାରି ଶୁଳ୍କ ଲାଗୁ କରିବା ପରେ ଘରୋଇ ବଜାରରେ ସୁନା ମୂଲ୍ୟ ଏକ ନୂତନ ଶିଖର ଛୁଇଁଛି। ଶୁଳ୍କ ଲାଗୁର ତତ୍କ୍ଷଣାତ୍ ଏହାର ପ୍ରଭାବ ସ୍ବରୂପ ଶୁକ୍ରବାର ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଯାହାଫଳରେ ରକ୍ଷାବନ୍ଧନ ପୂର୍ବରୁ ସୁନା ମୂଲ୍ୟ ଏଭଳି ଶୀର୍ଷ ସ୍ତରରେ ପହଞ୍ଚିଛି।ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ଗତକାଲି ବଜାରରେ ୧୦ ଗ୍ରାମ ପିଛା ୨୪ […]
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦%ର ଭାରି ଶୁଳ୍କ ଲାଗୁ କରିବା ପରେ ଘରୋଇ ବଜାରରେ ସୁନା ମୂଲ୍ୟ ଏକ ନୂତନ ଶିଖର ଛୁଇଁଛି। ଶୁଳ୍କ ଲାଗୁର ତତ୍କ୍ଷଣାତ୍ ଏହାର ପ୍ରଭାବ ସ୍ବରୂପ ଶୁକ୍ରବାର ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଯାହାଫଳରେ ରକ୍ଷାବନ୍ଧନ ପୂର୍ବରୁ ସୁନା ମୂଲ୍ୟ ଏଭଳି ଶୀର୍ଷ ସ୍ତରରେ ପହଞ୍ଚିଛି।ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ଗତକାଲି ବଜାରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୦୨,୫୦୦ ଟଙ୍କାରେ ପହଞ୍ଚିଛି। ଏହାବାଦ୍ ଗତ ୮ ମାସ ମଧ୍ୟରେ ବଜାରରେ ସୁନା ୨୫ ହଜାର ମହଙ୍ଗା ହୋଇଛି। ଅନ୍ୟପକ୍ଷରେ, ରୁପା ମୂଲ୍ୟ କିଲୋଗ୍ରାମ ପିଛା ୧,୧୭,୦୦୦ ଟଙ୍କାରେ କାରବାର ହେଉଛି। ଗୁରୁବାର ଏହା କିଲୋ ପିଛା ୧,୧୪,୫୦୫ ଟଙ୍କା ପ୍ରତି କିଲୋଗ୍ରାମ ରହିଲା। ଗତ ଦୁଇ ଦିନ ମଧ୍ୟରେ ରୁପା ମୂଲ୍ୟରେ ୨୫୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି।
ଭାରତରୁ ଅର୍ଡର ବନ୍ଦ କଲେ ୱାଲ୍ମାର୍ଟ, ଆମାଜନ୍
ଭାରତ ଉପରେ ପଡିଛି ଟ୍ରମ୍ପ୍ ଶୁଳ୍କର ପ୍ରଭାବ। ଆମେରିକା ୫୦% ଶୁଳ୍କ ଲାଗୁ କରିବା ପରେ ୱାଲମାର୍ଟ, ଆମାଜନ୍, ଟାର୍ଗେଟ୍ ଓ ଗ୍ୟାପ୍ ଭଳି ପ୍ରମୁଖ ଆମେରିକୀୟ ରିଟେଲ ବିକ୍ରେତା ଭାରତରୁ ଆସୁଥିବା ଅର୍ଡରଗୁଡିକୁ ଏବେ ସ୍ଥଗିତ ରଖିଛନ୍ତି। ତେବେ ଭାରତୀୟ ରପ୍ତାନିକାରୀ ପୂର୍ବରୁ ଜାଣିଥିଲେ ଯେ, ଶୁଳ୍କ ବଢିଲେ ସେମାନଙ୍କ ଅର୍ଡର ପ୍ରଭାବିତ ହେବ। ରିପୋର୍ଟ ଅନୁସାରେ ଭାରତୀୟ ରପ୍ତାନିକାରୀଙ୍କୁ ଆମେରିକୀୟ କ୍ରେତାଙ୍କଠାରୁ ଏ ସମ୍ପର୍କରେ ପତ୍ର ଓ ଇ-ମେଲ ମିଳିଛି। ଏଥିରେ କୁହାଯାଇଛି ଭାରତୀୟ ରପ୍ତାନୀକାରୀ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କପଡ଼ା ରପ୍ତାନି ରୋକିଦିଅନ୍ତୁ। ତେବେ ଶୁଳ୍କ ଯୋଗୁଁ ବଢୁଥିବା ବ୍ୟୟ ଭାର ଭାରତୀୟ ରପ୍ତାନିକାରୀ ବହନ କରନ୍ତୁ ବୋଲି ଆମେରିକୀୟ କମ୍ପାନୀ ଚାହୁଁଛନ୍ତି।
ଆମେରିକାରେ ବିକ୍ରି ହେଉଥିବା ସାମଗ୍ରୀଗୁଡିକର ମୂଲ୍ୟ ୩୦ରୁ ୩୫% ବଢିଯିବ ବୋଲି ଆକଳନ କରାଯାଉଛି। ଭାରତର ୱେଲସ୍ପନ ଲିଭିଂ, ଗୋକଲଦାସ ଏକ୍ସପୋର୍ଟସ୍, ଇଣ୍ଡୋ କାଉଣ୍ଟ ଓ ଟ୍ରାଇଡେଣ୍ଟ ଭଳି ପ୍ରମୁଖ ରପ୍ତାନୀକାରୀ ସଂସ୍ଥା ଆମେରିକାରେ ୪୦ରୁ ୭୦% ପର୍ଯ୍ୟନ୍ତ ଉତ୍ପାଦ ବିକ୍ରି କରୁଛନ୍ତି। କୁହାଯାଉଛି ଆମେରିକା ଯାଉଥିବା ଅର୍ଡର ଏବେ ସ୍ଥଗିତ ହେବା ଯୋଗୁଁ ବାଣିଜ୍ୟରେ ୪୦ରୁ ୫୦% ହ୍ରାସ ହୋଇପାରେ। ଉଲ୍ଲେଖଯୋଗ୍ୟ, ଭାରତରୁ ବହୁମାତ୍ରାରେ କପଡ଼ା ଆମେରିକା ରପ୍ତାନୀ ହୋଇଥାଏ। ଟାରିଫ ଯୋଗୁଁ ଏହି ସବୁ ଅର୍ଡର ବାଂଲାଦେଶ ବା ଭିଏତ୍ନାମକୁ ଚାଲିଯାଇପାରେ।






