କ୍ରେଡିଟ୍ ପାଇଁ ବାଇଆ ଟ୍ରମ୍ପ : ପୁଣି କହିଲେ ମୋ ପାଇଁ ଭାରତ-ପାକିସ୍ତାନ ଉତ୍ତେଜନା ହ୍ରାସ ପାଇଛି, ଦେଖନ୍ତୁ ଭିଡିଓ….

The Sakala Picture
Published On

ୱାଶିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଫଛରେ ତାଙ୍କର ହାତ ରହିଛି ବୋଲି ଦାବିକୁ ଦୋହରାଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ଏକ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସାମରିକ ଉତ୍ତେଜନାର ସମାଧାନ କରିଛନ୍ତି। ବୁଧବାର ହ୍ୱାଇଟ୍ ହାଉସରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ସହ ସାକ୍ଷାତ ସମୟରେ ଟ୍ରମ୍ପ କହିିଥିଲେ “ଯଦି ଆପଣ ପାକିସ୍ତାନ ଏବଂ ଭାରତ ସହିତ ଆମେ ଯାହା […]

ୱାଶିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଫଛରେ ତାଙ୍କର ହାତ ରହିଛି ବୋଲି ଦାବିକୁ ଦୋହରାଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ଏକ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସାମରିକ ଉତ୍ତେଜନାର ସମାଧାନ କରିଛନ୍ତି।

ଆହୁରି ପଢ଼ନ୍ତୁ:  ରୁଷ ଓ ୟୁକ୍ରେନ ଆପରେ ସାଇବର ଆକ୍ରମଣ; ନକଲି ପରମାଣୁ ବିପତ୍ତି ଆଲର୍ଟକୁ ନେଇ ଆତଙ୍କ

ବୁଧବାର ହ୍ୱାଇଟ୍ ହାଉସରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ସହ ସାକ୍ଷାତ ସମୟରେ ଟ୍ରମ୍ପ କହିିଥିଲେ “ଯଦି ଆପଣ ପାକିସ୍ତାନ ଏବଂ ଭାରତ ସହିତ ଆମେ ଯାହା କରିଛୁ ତାହା ଦେଖନ୍ତି, ତେବେ ଆମେ ସମ୍ପୂର୍ଣ୍ଣ ସମସ୍ୟାର ସମାଧାନ କରିଛୁ,”। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ମୁଁ ବିଶ୍ୱାସ କରେ ଏହି ସମ୍ପୂର୍ଣ୍ଣ ମାମଲା ବାଣିଜ୍ୟ ମାଧ୍ୟମରେ ସମାଧାନ ହୋଇପାରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା: ଚେନ୍ନାଇର ପର୍ଯ୍ୟଟକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର


ଟ୍ରମ୍ପ ତାଙ୍କ ଦାବିକୁ ଦୋହରାଇଲେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମୁଁ ଉଭୟ ନେତାଙ୍କ ସହ କଥା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ମୋର ବନ୍ଧୁ। ପାକିସ୍ତାନରେ ମଧ୍ୟ ଭଲ ଲୋକ ଏବଂ ନେତା ଅଛନ୍ତି। ଶେଷରେ ଆମେ ହସ୍ତକ୍ଷେପ କରିବା ପରେ ଉତ୍ତେଜନା ହ୍ରାସ ପାଇଲା।

ଆମେରିକୀୟ ରାଷ୍ଟ୍ରପତି ଶ୍ରେୟ ନେବା ପାଇଁ ଦୌଡ଼ରେ ରହିଛନ୍ତି

ଆପଣଙ୍କୁ କହି ରଖୁଛୁ ଯେ ଏହା ପ୍ରଥମ ଥର ନୁହେଁ ଯେ ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧବିରତି ପାଇଁ ଶ୍ରେୟ ନେଇଛନ୍ତି। ପୂର୍ବରୁ, ଉତ୍ତେଜନା ମଧ୍ୟରେ, ସେ ଭାରତ-ପାକିସ୍ତାନର ଆନୁଷ୍ଠାନିକ ଘୋଷଣା ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଦାବି କରିଥିଲେ ଯେ ସେ ଭାରତ-ପାକିସ୍ତାନ ଉତ୍ତେଜନାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର