ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ୬୫ ଲକ୍ଷ ଭୋଟରଙ୍କ ତାଲିକା ଦିଅ…

The Sakala Picture
Published On

ନୂଆଦିଲ୍ଲୀ: ବିହାର ସ୍ପେଶାଲ ଇଣ୍ଟେନସିଭ ରିଭିଜନକୁ ମାମଲାରେ ଆସିଲା ନୂଆ ମୋଡ଼। ସୁପ୍ରିମକୋର୍ଟଙ୍କ ନିର୍ବାଚନ କମିଶନଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ। ଅଗଷ୍ଟ ପହିଲାରେ ୬୫ ଲକ୍ଷ ଭୋଟର ତାଲିକାରୁ ବାଦ ପଡ଼ିଥିବା ନେଇ ତାଲିକା ଦିଅ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାଦ ପଡିଥିବା ଭୋଟରଙ୍କ ନାମ ତାଲିକାରୁ କାହିଁକି ବାଦ ପଡ଼ିଲା ତାକୁ ସାର୍ବଜନୀନ କର। ତୃତୀୟ ଦିନରେ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୱେବସାଇଟରେ ତଥ୍ୟ ପ୍ରକାଶ […]

ନୂଆଦିଲ୍ଲୀ: ବିହାର ସ୍ପେଶାଲ ଇଣ୍ଟେନସିଭ ରିଭିଜନକୁ ମାମଲାରେ ଆସିଲା ନୂଆ ମୋଡ଼। ସୁପ୍ରିମକୋର୍ଟଙ୍କ ନିର୍ବାଚନ କମିଶନଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ। ଅଗଷ୍ଟ ପହିଲାରେ ୬୫ ଲକ୍ଷ ଭୋଟର ତାଲିକାରୁ ବାଦ ପଡ଼ିଥିବା ନେଇ ତାଲିକା ଦିଅ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାଦ ପଡିଥିବା ଭୋଟରଙ୍କ ନାମ ତାଲିକାରୁ କାହିଁକି ବାଦ ପଡ଼ିଲା ତାକୁ ସାର୍ବଜନୀନ କର। ତୃତୀୟ ଦିନରେ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୱେବସାଇଟରେ ତଥ୍ୟ ପ୍ରକାଶ କରିବାକୁ ନିର୍ବାଚନ କମିଶନକୁ ୩ ଦିନର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଆହୁରି ପଢ଼ନ୍ତୁ: କାବେରୀ ଜଳ ବିବାଦ: ତାମିଲନାଡୁର ଅତିରିକ୍ତ ଜଳ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

ବହୁଳ ପ୍ରସାରିତ ଖବର କାଗଜ, ଟିଭି ଓ ରେଡିଓରେ ସୂଚନା ଦେବାକୁ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ। ଏପରିକି ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ସାଇଟରେ ମଧ୍ୟ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ ଜାରି କରାଯିବ। ପ୍ରତି ବ୍ଲକର ପଞ୍ଚାୟତରେ ବୁଥ ଲେବଲ ଅଧିକାରୀ ଭୋଟର ତାଲିକାରୁ ବାଦ ପଡିଥିବା ବ୍ୟକ୍ତିଙ୍କର ନାମ ଓ ତାଲିକା ଜାରି କରିବେ। ଏଇ ତାଲିକାକୁ ଦେଖିବାକୁ ବ୍ୟକ୍ତି ଯଦି ଚାହିବେ ଲେଖା କାଗଜପତ୍ର ସହ ଏବଂ କମ୍ପ୍ୟୁଟରରେ ସଫ୍ଟ କପି ଦେଖିବାକୁ ଅଧିକାରୀ ଅନୁମତି ଦେବେ। ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ବାଗଚୀ ନିର୍ବାଚନ କମିସନଙ୍କ ଓକିଲଙ୍କୁ ପ୍ରଶ୍ନ କରି କହିଛନ୍ତି ବିହାରରେ ହେଉଥିବା ଏହି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନରେ ଯେଉଁମାନଙ୍କର ନାମ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଛି କାହିଁକି ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ନିର୍ବାଚନ କମିସନ ଦେବେନି ? ନାମ କଟିଥିବା ଭୋଟର କାହିଁକି ଦ୍ବନ୍ଦ୍ବରେ ରହିବେ ? ଏଥିପାଇଁ କଣ ପାଇଁ ବୁଥସ୍ତରୀୟ ଅଧିକାରୀ କିମ୍ବା ଅନ୍ୟ ଅଧିକାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଭୋଟର ଯେପରି ସୁବିଧାରେ ତାଙ୍କ ନାମ କଟିଥିବା ନେଇ ଜାଣିପାରିବେ ସେ ନେଇ ସବିଶେଷ କାରଣ ସହିତ ନିର୍ବାଚନ କମିସନ ତାଙ୍କ ଓ୍ବେବସାଇଟରେ ଅପଲୋଡ କରିବା ଦରକାର।

ଆହୁରି ପଢ଼ନ୍ତୁ: ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ, ନିଜ ଦେଶର ଫେଡେରାଲ ରିଜର୍ଭକୁ କଲେ ତୀବ୍ର ସମାଲୋଚନା

ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯଦିଓ ଆଧାର ଓ ଏପିକ ନମ୍ବର ସଠିକ ପ୍ରମାଣ ନୁହେଁ ତାହେଲେ ନିର୍ବାଚନ କମିସନ ଗୋଟିଏ ସର୍ବସାଧାରଣରେ ନୋଟିସ ଜାରି କରିବା ଦରକାର। SIRର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ ଦେବା। ଏଥିରେ କୌଣସି ନୂଆ ଭୋଟର ଯୋଡ଼ି ହେଉନାହାନ୍ତି। ବିହାରର ସ୍ପେଶାର ଇଣ୍ଟେନସିଭ ରିଭିଜନ୍‌ କେବଳ ସାମ୍ବିଧାନିକ ସଂସ୍ଥାର କ୍ଷମତା ଓ ବ୍ୟକ୍ତିର ସାମ୍ବିଧାନିକ ଅଧିକାର ଭିତରେ ଲଢ଼େଇ ଚାଲିଛି। ଏପରିକି ଖଣ୍ଡପୀଠ ନିର୍ବାଚନ କମିସନଙ୍କ ଓକିଲଙ୍କୁ କହିଛନ୍ତି ପ୍ରସ୍ତୁତ କରାଯାଇଥିବା ଭୋଟର ତାଲିକା ସଂଶୋଧନ ଚିଠାର ଜିଲ୍ଲାଓ୍ବାରୀ ତାଲିକା ଦେବା ଦରକାର। ଭୋଟ ଦେବା ନାଗରିକର ମୌଳିକ ଅଧିକାର। ଏଥିରେ ସ୍ବଚ୍ଛତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଯାହାଦ୍ବାରା ଜଣେ ଯୋଗ୍ୟ ଭୋଟର ଯେପରି ଭୋଟଦାନରୁ ବାଦ ନ ପଡ଼ନ୍ତି ସେ ନେଇ ନିର୍ବାଚନ କମିଶନ ପଦକ୍ଷେପ ନେବା ଦରକାର।

ଆହୁରି ପଢ଼ନ୍ତୁ: ମେଟା ଅଫିସ୍ ଭଙ୍ଗାରୁଜା କଲା ଯୁବ କଂଗ୍ରେସ, ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣାକୁ ନେଇ ହଙ୍ଗାମା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର