CEC ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଉପରେ ଅନ୍ତରୀଣ ଆଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

Madhusudan Das Picture
Published On

ନୂଆଦିଲ୍ଲୀ: CECଙ୍କୁ ହଟାଇବା ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ । ଆସିଥିବା ଅଭିଯୋଗର ଜବାବ ଦେବାକୁ CECଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ। ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନିଲମ୍ବନ କରିବା ଦାବିରେ ହୋଇଥିବା ଆବେଦନ ଉପରେ କୌଣସି ଅନ୍ତରୀଣ ଆଦେଶ ଦେବାକୁ ସୋମବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ସହମତି ବିନା ସେ ଏକତରଫା ଭାବେ ନିଷ୍ପତ୍ତି ନେଉଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଅକ୍ଟୋବର ୨ରେ CJP ର ମୁମ୍ବାଇ ଆନ୍ଦୋଳନ ଏବଂ ପ୍ରମୁଖ ଦାବି

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଅଭିଯୋଗ ଉପରେ ଜବାବ ମାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଇସିଆଇଙ୍କ ଜବାବକୁ ବିଚାର କରିବା ପରେ ଯଦି ଜଣାପଡେ ଯେ ସିଇସି ବିନା ସହମତିରେ କିଛି ନିଷ୍ପତ୍ତି ନେଇଛନ୍ତି, ତେବେ ସେହି ନିଷ୍ପତ୍ତିଗୁଡ଼ିକର ପୁନର୍ବିଚାର କରାଯାଇପାରିବ ବା ପ୍ରତ୍ୟାହାର କରାଯାଇପାରିବ। ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ତଥା ନିର୍ବାଚନ ପ୍ୟାନେଲର କାର୍ଯ୍ୟଶୈଳୀକୁ ନେଇ ଏହି ଶୁଣାଣି ହେଉଥିଲା।

ଆହୁରି ପଢ଼ନ୍ତୁ: ସିଜେପି-କଂଗ୍ରେସ ମୁହାଁମୁହିଁ: 'ଆପ୍' ଇସାରାରେ ସିଜେପି ଚାଲୁଥିବା ନେଇ କଂଗ୍ରେସର ସାଂଘାତିକ ଅଭିଯୋଗ

ଅନ୍ୟପକ୍ଷରେ, ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ମନ୍ତବ୍ୟ ପରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସିଇସି ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ଭୋଟରଙ୍କୁ ମନଇଚ୍ଛା ମତାଧିକାରରୁ ବଞ୍ଚିତ କରାଯାଉଥିବା ନେଇ ଜଷ୍ଟିସ ଭୂୟାଁ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାକୁ ଆଧାର କରି ରମେଶ କହିଛନ୍ତି ଯେ ସିଇସି ବର୍ତ୍ତମାନ ଦେଶ ପାଇଁ ଏକ ବୋଝ ପାଲଟିଛନ୍ତି। ଏଥିସହ ସିଇସିଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିବ୍ଙ୍କ ନେତୃତ୍ୱରେ ଦିଲ୍ଲୀରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଆହୁରି ପଢ଼ନ୍ତୁ: ସିଇସି ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ନିର୍ବାଚନରେ ଭାଗ ନେବା ଅର୍ଥହୀନ: ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର