ଦୁଷ୍କର୍ମ ମାମଲାରେ ‘ଟୁ ଫିଙ୍ଗର ଟେଷ୍ଟ’କୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ତୁରନ୍ତ ବ୍ୟାନ୍ ଲଗାଇବାକୁ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ କ୍ଷେତ୍ରରେ ପ୍ରଚଳିତ ‘ଟୁ ଫିଙ୍ଗର ଟେଷ୍ଟ’(କୁମାରୀତ୍ବ)କୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଏଭଳି ପରୀକ୍ଷଣ ପ୍ରକ୍ରିୟା ଉପରେ ତୁରନ୍ତ ବ୍ୟାନ୍ ଲଗାଇବାକୁ କୋର୍ଟ କହିଛନ୍ତି। ଯଦି କେହି ଏଭଳି ପରୀକ୍ଷଣ କରୁଛନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯିବା ଉଚିତ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ସୋମବାର ଏହି ପ୍ରସଙ୍ଗରେ ଶୁଣାଣି କରି ଜଷ୍ଟିସ୍‌ ଡି ଓ୍ବାଇ ଚନ୍ଦ୍ରଚୂଡ଼ ଏହି ରାୟ ପ୍ରକାଶ କରିବା ସହିତ ମେଡିକାଲ […]

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ କ୍ଷେତ୍ରରେ ପ୍ରଚଳିତ ‘ଟୁ ଫିଙ୍ଗର ଟେଷ୍ଟ’(କୁମାରୀତ୍ବ)କୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଏଭଳି ପରୀକ୍ଷଣ ପ୍ରକ୍ରିୟା ଉପରେ ତୁରନ୍ତ ବ୍ୟାନ୍ ଲଗାଇବାକୁ କୋର୍ଟ କହିଛନ୍ତି। ଯଦି କେହି ଏଭଳି ପରୀକ୍ଷଣ କରୁଛନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯିବା ଉଚିତ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ସୋମବାର ଏହି ପ୍ରସଙ୍ଗରେ ଶୁଣାଣି କରି ଜଷ୍ଟିସ୍‌ ଡି ଓ୍ବାଇ ଚନ୍ଦ୍ରଚୂଡ଼ ଏହି ରାୟ ପ୍ରକାଶ କରିବା ସହିତ ମେଡିକାଲ କଲେଜରେ ଅଧ୍ୟୟନ ଏବଂ ପରୀକ୍ଷଣ ଦିଗରୁ ଏହି ‘ଟୁ ଫିଙ୍ଗର ଟେଷ୍ଟ’ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚାକିରି ଖାଇଗଲା ଏଆଇ: ୯ ମାସରେ ବିଶ୍ଵର ବଡ଼ ବଡ଼ କମ୍ପାନୀଗୁଡ଼ିକ ଦ୍ୱାରା ୧.୭୬ ଲକ୍ଷ ଛଟେଇ ଘୋଷଣା

୨୦୧୨ରେ ଦିଲ୍ଲୀ ନିର୍ଭୟାକାଣ୍ଡର ଏକ ବର୍ଷ ପରେ ଅପରାଧିକ ଆଇନରେ ସଂଶୋଧନ କରାଯାଇ ଏହି ପ୍ରକ୍ରିୟା ଉପରେ ବ୍ୟାନ ଲଗାଯାଇଥିଲା। ଏହାସତ୍ତ୍ବେ ଏବେ ମଧ୍ୟ ଏହା ଚାଲୁ ରହିଥିବାରୁ କୋର୍ଟ କ୍ଷୋଭ ପ୍ରକାଶ କରାଯିବା ସହିତ ପୁରୁଷ ପ୍ରାଧାନ୍ୟ ଏବଂ ଯୌନ ଆକର୍ଷଣ ମାନସିକତାକୁ ନେଇ ଏହା ପ୍ରଚଳିତ ରହିଆସିଛି ବୋଲି କହିଛନ୍ତି। ଏହାପଛରେ କୌଣସି ବୈଜ୍ଞାନିକ ସମ୍ମତ ନାହିଁ। ଦୁଷ୍କର୍ମ ପୀଡ଼ିତାଙ୍କୁ ଯାଞ୍ଚ କରିବାର ଏଭଳି ଅବୈଜ୍ଞାନିକ ଏବଂ ଆକ୍ରାମକ ଉପାୟ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ଆହୁରି କଷ୍ଟଦାୟକ। ଏପରିକି ଏହି ପ୍ରକ୍ରିୟା ପୀଡ଼ିତାଙ୍କ ମାନସିକ ସ୍ତରକୁ ଆହୁରି ଆଘାତ ପହଞ୍ଚାଇବା ସହିତ ତାଙ୍କ ସହ ଘଟିଥିବା ଘଟଣାକୁ ପୁନଃ ସ୍ମରଣ କରାଇ ଦେବା ଭଳି କୋର୍ଟ କହିଛନ୍ତି। କିନ୍ତୁ ଆଜି ବି ଏହି ପ୍ରକ୍ରିୟା ପ୍ରଚଳିତ ରହିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦଶହରା-ଦୀପାବଳିରେ ଖୁସି ଖବର: ୧୦୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ ରେଳବାଇ, ୨୭ ସେପ୍ଟେମ୍ବରରୁ ଆରମ୍ଭ ବୁକିଂ

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ୨୦୧୩ରେ ଏହି ପ୍ରଥାକୁ ଅସାମ୍ବିଧାନିକ ବୋଲି ଦର୍ଶାଇବା ସହିତ ଏଭଳି ପରୀକ୍ଷାକୁ ନିଷିଦ୍ଧ କରିଥିଲେ। ସେହିପରି ୨୦୧୪ରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଥିଲା। ପୀଡ଼ିତାଙ୍କୁ ଶାରୀରିକ ଯାଞ୍ଚ ସହ ତାଙ୍କୁ ମାନସିକ ସ୍ତରରେ ପରାମର୍ଶ ଦେବାକୁ କୁହାଯାଇଥିଲା। ହେଲେ ଏବେ ବି ‘ଟୁ ଫିଙ୍ଗର ଟେଷ୍ଟ’ ପ୍ରକ୍ରିୟା ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଚାଲୁ ରହିଛି। ତେଣୁ ଏହାକୁ ବନ୍ଦ କରିବାକୁ କରିବାକୁ କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୀମାରେ ସେନାର ଦମ୍: ଜାତୀୟ ରାଜପଥରେ ଗର୍ଜିଲା ହେଲିକପ୍ଟର, ପରୀକ୍ଷା ହେଲା ଏମରଜେନ୍ସି ରନୱେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର