ନନ୍ଦିଗ୍ରାମରେ ମମତାଙ୍କୁ ହରାଇଲ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ

The Sakala Picture
Published On

ନନ୍ଦିଗ୍ରାମ: ପଶ୍ଚିମବଙ୍ଗ ରାଜନୀତିରେ କେଇଟି ମୂହୂର୍ତ୍ତରେ ଓଲଟିଗଲା ଖେଳ । ନନ୍ଦିଗ୍ରାମ ଆସନରୁ ହାରିଲେ ମମତା ବାନାର୍ଜୀ । ୧୬୧୧ ଖଣ୍ଡ ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ତେବେ ଏନେଇ କୋର୍ଟ ଯିବେ ବୋଲି କହିଛନ୍ତି ମମତା ବାନାର୍ଜୀ। ପୂର୍ବରୁ ମମତା ବାନାର୍ଜୀ ୧୨୦୦ ଭୋଟରେ ଜିତିଥିବା ନେଇ ଘୋଷଣା ହୋଇଥିଲା । କିନ୍ତୁ ଏବେ ମମତା ୧୬୨୨ ଖଣ୍ଡ ଭୋଟରେ ହାରିଥିବା ଜଣାପଡିଛି। ତେବେ ନନ୍ଦିଗ୍ରାମର ରାୟକୁ […]

ନନ୍ଦିଗ୍ରାମ: ପଶ୍ଚିମବଙ୍ଗ ରାଜନୀତିରେ କେଇଟି ମୂହୂର୍ତ୍ତରେ ଓଲଟିଗଲା ଖେଳ । ନନ୍ଦିଗ୍ରାମ ଆସନରୁ ହାରିଲେ ମମତା ବାନାର୍ଜୀ । ୧୬୧୧ ଖଣ୍ଡ ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ତେବେ ଏନେଇ କୋର୍ଟ ଯିବେ ବୋଲି କହିଛନ୍ତି ମମତା ବାନାର୍ଜୀ। ପୂର୍ବରୁ ମମତା ବାନାର୍ଜୀ ୧୨୦୦ ଭୋଟରେ ଜିତିଥିବା ନେଇ ଘୋଷଣା ହୋଇଥିଲା । କିନ୍ତୁ ଏବେ ମମତା ୧୬୨୨ ଖଣ୍ଡ ଭୋଟରେ ହାରିଥିବା ଜଣାପଡିଛି। ତେବେ ନନ୍ଦିଗ୍ରାମର ରାୟକୁ ସେ ସ୍ବାଗତ କରିବେ ବୋଲି କହିଛନ୍ତି ମମତା ବାନାର୍ଜୀ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ମାତ୍ର ଏକ ଘଣ୍ଟା ପୂର୍ବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମରେ ବିଜୟୀ ହୋଇଥିବା ଖବର ଆସିଥିଲା। ସେ ପର୍ଯ୍ୟନ୍ତ ମଧ୍ୟ ଭୋଟ ଗଣତି ଶେଷ ହୋଇ ନ ଥିଲା। ସେପଟେ ଶେଷ ରାଉଣ୍ଡରେ ମମତା ହାରିଥିବା ଖବର ଏବେ ସାମ୍ନାକୁ ଆସିଛି । ଅର୍ଥାତ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୯୦୦ରୁ ଅଧିକ ଭୋଟରେ ଜିତିଛନ୍ତି । ହିନ୍ଦୁତ୍ୱ କାର୍ଡ ଖେଳିଥିବା ଶୁଭେନ୍ଦୁ ଏବଂ ମୁସଲିମ ଗୋଷ୍ଠୀକୁ ନେଇ ରାଜନୈତିକୁ ଅବତୀର୍ଣ୍ଣ ହୋଇଥିବା ମମତା ବାନାର୍ଜୀଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ଶେଷ ରାଉଣ୍ଡ ଭୋଟ ଗଣତିରେ ମମତା ଜିତୁଥିବା ଖବର ପ୍ରକାଶ ପାଇଥିଲା ହେଲେ ମାତ୍ର ଘଣ୍ଟାକ ଭିତରେ ଖେଲ ଓଲଟପାଲଟ ହୋଇଗଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସେପଟେ ନନ୍ଦିଗ୍ରାମରେ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । କହିଛନ୍ତି ନନ୍ଦିଗ୍ରାମର ପରାଜୟକୁ ମୁଁ ସ୍ୱିକାର କରୁଛି । କିନ୍ତୁ ସମଗ୍ର ପଶ୍ଚିମବଙ୍ଗରେ ମିଳିଥିବା ବହୁମତ ପାଇଁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ପରାଜୟ ପରେ ଦିଦି ସୁପ୍ରିମକୋର୍ଟରେ ଏନେଇ ମାମଲା କରିବେ ବୋଲି କହିଛନ୍ତି । ନନ୍ଦିଗ୍ରାମ ପରାଜୟ ପଛରେ ନିର୍ବାଚନ କମିସନଙ୍କ ହାତ ରହିଛି । ଜାଣି ଶୁଣି ସେଠାରେ ବିଜେପିକୁ ଜିତାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର