ବ୍ଲାକ୍‌ ଫଙ୍ଗସ୍‌ରୁ ବଞ୍ଚିବା ପାଇଁ ଆମ୍ଫୋସିନ୍-ବି ଇଞ୍ଜେକ୍ସନର ଘୋର ଅଭାବ

The Sakala Picture
Published On

ନୂଆଦିଲ୍ଲୀ: କରୋନାର ଚିକିତ୍ସା ପାଇଁ ଯେପରି ରେମଡିସିଭର ଇଞ୍ଜେକ୍ସନ ଅଭାବ ଦେଖାଯାଇଥିଲା ସେହିପରି ଏବେ ବ୍ଲାକ୍‌ ଫଙ୍ଗସ୍‌ରୁ ବଞ୍ଚିବା ପାଇଁ ମଧ୍ୟ ଆମ୍ଫୋସିନ୍-ବି ଇଞ୍ଜେକ୍ସନର ଘୋର ଅଭାବ ଦେଖାଯାଇଛି । ସାରା ଦେଶରେ ଏବେ ମହାମାରୀ କରୋନା ସଂକ୍ରମଣ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରତି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଦେଶରୁ ଚିହ୍ନଟ ହେଉଛନ୍ତି। ଏହାରି ଭିତରେ କରୋନର ବୋଝ ଉପରୁ ଲଳିତା ବିଡ଼ା ସାଜିଛି ବ୍ଲାକ୍‌ ଫଙ୍ଗସ ରୋଗ। ଦେଶରେ ଅନେକ […]

ନୂଆଦିଲ୍ଲୀ: କରୋନାର ଚିକିତ୍ସା ପାଇଁ ଯେପରି ରେମଡିସିଭର ଇଞ୍ଜେକ୍ସନ ଅଭାବ ଦେଖାଯାଇଥିଲା ସେହିପରି ଏବେ ବ୍ଲାକ୍‌ ଫଙ୍ଗସ୍‌ରୁ ବଞ୍ଚିବା ପାଇଁ ମଧ୍ୟ ଆମ୍ଫୋସିନ୍-ବି ଇଞ୍ଜେକ୍ସନର ଘୋର ଅଭାବ ଦେଖାଯାଇଛି । ସାରା ଦେଶରେ ଏବେ ମହାମାରୀ କରୋନା ସଂକ୍ରମଣ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରତି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଦେଶରୁ ଚିହ୍ନଟ ହେଉଛନ୍ତି। ଏହାରି ଭିତରେ କରୋନର ବୋଝ ଉପରୁ ଲଳିତା ବିଡ଼ା ସାଜିଛି ବ୍ଲାକ୍‌ ଫଙ୍ଗସ ରୋଗ। ଦେଶରେ ଅନେକ ଡାକ୍ତରଖାନାରୁ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ରୋଗ ହୋଇଥିବା ମାମଲା ସାମ୍ନାକୁ ଆସୁଛି। ରାଜଧାନୀ ଦିଲ୍ଲୀର ଡାକ୍ତରଖାନାରେ ଏଭଳି ମାମଲା ବାହାରିବ ପରେ ଏବେ ଗୁଜୁରାଟର ଏକ ହସ୍ପିଟାଲରେ କରୋନା ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ ହୋଇଥିବା ମାମଲା ସାମ୍ନାକୁ ଆସୁଛି। ଯେତେବେଳେ ଦେଶରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ିବାରେ ଲାଗିଛି ଠିକ୍‌ ସେତିକି ବେଳେ ଏହି ବ୍ଲାକ ଫଙ୍ଗସ୍‌ ରୋଗ ନୂଆ ଏବଂ ବିରଳ ବୋଲି କୁହାଯାଉଛି। ଆଉ ଏବେ ରେମଡିସିଭର ପରେ ମ୍ୟୁକୋରମାଇକୋସିସ୍ ଇଞ୍ଜେକ୍ସନର ମଧ୍ୟ ଭୟଙ୍କର ଅଭାବ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ମ୍ୟୁକୋରମାଇକୋସିସ୍ର ଚିକିତ୍ସା କିପରି କରାଯାଏ ?

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ମ୍ୟୁକୋରମାଇକୋସିସ୍ର ଚିକିତ୍ସା ଅତ୍ୟନ୍ତ ମହଙ୍ଗା ଏବଂ ବହୁତ କଷ୍ଟ। ଚିକିତ୍ସା ସମୟରେ ରୋଗୀଙ୍କୁ ୧୫ ରୁ ୨୧ ଦିନ ପର୍ଯ୍ୟନ୍ତ ଆମ୍ଫୋସିନ୍-ବି ଇଞ୍ଜେକ୍ସନ ଦିଆଯାଏ। ଯଦି ଆବଶ୍ୟକ ହୁଏ, ବାଇନୋକୁଲାର ମାଧ୍ୟମରେ ନାକରୁ କବକକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଏ। ଏହି ଚିକିତ୍ସା ରୋଗୀର ଓଜନ ଉପରେ ନିର୍ଭର କରି ରୋଗୀକୁ ପ୍ରତିଦିନ ୬ ରୁ ୯ଟି ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ। ଗୋଟିଏ ଗରିବ ଶ୍ରେଣିର ବ୍ୟକ୍ତି ଏହି ଚିକିତ୍ସା କରିବା ଅସମ୍ଭବ। କାରଣ ଏହି ରୋଗକୁ ଭଲ କରିବା ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନର ମୂଲ୍ୟ ୬ ରୁ ୭ ହଜାର ଟଙ୍କା। ଏବଂ ୨୦ ରୁ ୨୮ ଦିନ ମଧ୍ୟରେ ଏହି ଇଞ୍ଜେକ୍ସନ ଦେବାରେ ୧୩ରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

କେଉଁଠି ବୃଦ୍ଧି ପାଉଛି ଏହି ବ୍ଲାକ୍‌ ଫଙ୍ଗସ ମାମଲା

ବର୍ତମାନ ସମୟରେ ରାଜକୋଟରେ ବୃଦ୍ଧି ପାଉଛି ଏହି ବ୍ଲାକ୍‌ ଫଙ୍ଗସ ମାମଲା ଏବଂ ସୌରାଷ୍ଟ୍ରର ସମସ୍ତ ରୋଗୀ ରାଜକୋଟକୁ ଚିକିତ୍ସା ପାଇଁ ଆସୁଛନ୍ତି। ରାଜକୋଟରେ ସର୍ବ ବୃହତ ୨୫୦ ଶଯ୍ୟା ବିଶିଷ୍ଟ ମ୍ୟୁକୋରମାଇକୋସିସ୍ର ୱାର୍ଡ ପ୍ରତିଷ୍ଠା କରାଯାଇଛି। ଚିକିତ୍ସା ଅଧୀକ୍ଷକ ଡା. ଏସ୍‌ ତ୍ରିବେଦୀଙ୍କ ଅନୁଯାୟୀ ରୋଗୀମାନେ ସୌରାଷ୍ଟ୍ରରୁ ରାଜକୋଟକୁ ଆସୁଛନ୍ତି। ଫଳସ୍ୱରୂପ, ରୋଗୀଙ୍କ ସଂଖ୍ୟା ବଡ଼ିବାରେ ଲାଗିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର