ଆଗାମୀ ୧୦ ଦିନ ଯାଏଁ ରାଣୀ ଏଲିଜାବେଥଙ୍କ ମୃତଦେହକୁ ଦିଆଯିବ ନାହିଁ ସମାଧି, ଏପରି ରହିଛି ଅନ୍ତିମ ସଂସ୍କାରର ପ୍ରକ୍ରିୟା

The Sakala Picture
Published On

ଲଣ୍ଡନ: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ହୋଇଛି। ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ। ବାଲମୋରାଲ କ୍ୟାସଲରେ ଗତବର୍ଷ ‌ଅକ୍ଟୋବରରୁ ତାଙ୍କ ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଲଣ୍ଡନରୁ ପରିବାର ସଦସ୍ୟ ବି ପହଁଚିଯାଇଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା। ମହାରାଣୀ ଏଲିଜାବେଥଙ୍କ ପରଲୋକରେ ବ୍ରିଟେନ ଶୋକରେ […]

ଲଣ୍ଡନ: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ହୋଇଛି। ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ। ବାଲମୋରାଲ କ୍ୟାସଲରେ ଗତବର୍ଷ ‌ଅକ୍ଟୋବରରୁ ତାଙ୍କ ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଲଣ୍ଡନରୁ ପରିବାର ସଦସ୍ୟ ବି ପହଁଚିଯାଇଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା। ମହାରାଣୀ ଏଲିଜାବେଥଙ୍କ ପରଲୋକରେ ବ୍ରିଟେନ ଶୋକରେ ବୁଡିରହିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ମହାରାଣୀ ଏଲିଜାବେଥଙ୍କ ନିଧନ ଖବର ପାଇବା ପରେ ସାରା ଦୁନିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ସମସ୍ତେ ତାଙ୍କର କର୍ତ୍ତବ୍ୟ, ଦୟାଳୁ ଏବଂ ହସମୁହଁ ବ୍ୟକ୍ତିତ୍ୱକୁ ମନେ ପକାଉଛନ୍ତି । ମହାରାଣୀ ବ୍ରିଟେନକୁ ୭ ଦଶନ୍ଧି ଧରି ଶାସନ କରିଛନ୍ତି ଓ ସେ ପ୍ରତ୍ୟେକ ଲୋକଙ୍କ ହୃଦୟରେ ବାସ କରନ୍ତି । ରାଣୀ ଭାବରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ନିଧନ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଲୋକଙ୍କ ଭିଡ଼ ଜମିଛି । ଲୋକମାନେ ତାଙ୍କୁ ମନେ ପକାଇ ଭାବପ୍ରବଣ ହେଉଛନ୍ତି । ଏହି ସମୟରେ ଅନେକ ଲୋକ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ରାଣୀଙ୍କର ଶେଷକୃତ୍ୟ କେବେ ହେବ । ତାଙ୍କୁ କେବେ ସମାଧି ଦିଆଯିବ, ଯାହା ଦ୍ୱାରା ଲୋକମାନେ ତାଙ୍କୁ ଶେଷ ବିଦାୟ ଦେଇ ପାରିବେ । ଏହି ପ୍ରଶ୍ନର ଉତ୍ତର ଗତ ବର୍ଷ ଲିକ୍ ହୋଇଥିବା ରିପୋର୍ଟରୁ ଆସିଛି । ଏହି ରିପୋର୍ଟରେ କ’ଣ ଥିଲା ଓ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର କିପରି କରାଯିବ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

୨୦୨୧ରେ ଏକ ଆମେରିକୀୟ ନ୍ୟୁଜ୍ ୱେବସାଇଟରେ ରିପୋର୍ଟ ଲିକ୍ ହୋଇଥିଲା । ଏହି ରିପୋର୍ଟ ‘ଅପରେସନ୍ ଲଣ୍ଡନ ବ୍ରିଜ୍’ ସହିତ ଜଡିତ ଥିଲା, ଯେଉଁଥିରେ ରାଣୀଙ୍କ ନିଧନ ପରେ ଅନ୍ତିମ ସଂସ୍କାର କିପରି କରାଯାଏ ତାହା ଉଲ୍ଲେଖ ରହିଥିଲା। ସେହି ଲିକ୍ ରିପୋର୍ଟ ଅନୁଯାୟୀ, ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ୧୦ ଦିନ ପର୍ଯ୍ୟନ୍ତ ଚାଲିବ । ରାଣୀଙ୍କ ମୃତଦେହ ସଂସଦର କଫିନ୍‌ରେ ୩ ଦିନ ରଖାଯିବ । ତାଙ୍କର ସମାଧି ପୂର୍ବରୁ ତାଙ୍କର ନୂତନ ଉତ୍ତରାଧିକାରୀ, ତାଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ, ତାଙ୍କର ଅନ୍ତିମ ସଂସ୍କାର ପୂର୍ବରୁ ଦେଶ ଭ୍ରମଣ କରିବେ । ବ୍ରିଟେନ ମଧ୍ୟରେ ଆସୁଥିବା ସମସ୍ତ ଦେଶ ମଧ୍ୟ ଏଥିରେ ସାମିଲ ହେବେ ।

ଯୋଜନା ଅନୁଯାୟୀ, ଉପରୋକ୍ତ ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ପ୍ରିନ୍ସ ଫିଲିପଙ୍କ ପାଖରେ ସମାଧି ଦିଆଯିବ । ଗତ ବର୍ଷ ଲିକ୍ ହୋଇଥିବା ଏହି ରିପୋର୍ଟ ଅନୁଯାୟୀ, ରାଣୀଙ୍କ ମୃତ୍ୟୁ ପରଠାରୁ ଅନ୍ତିମ ସଂସ୍କାର ଦିନ ପର୍ଯ୍ୟନ୍ତ ଜାତୀୟ ଶୋକ ରହିବ । ୧୦ ଦିନ ଯାଏଁ ଜାତୀୟ ଶୋକରହିବ। ଏହି ଦିନଗୁଡ଼ିକରେ ସମଗ୍ର ଦେଶରେ ଛୁଟି ରହିବ । ଅର୍ଥାତ୍ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, କଲେଜ, କମ୍ପାନୀ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ରିପୋର୍ଟରେ କୁହାଯାଇଛି ଯେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ଦିନକୁ ‘ଡି-ଡେ’ ବୋଲି ଅଧିକାରୀମାନେ ବିଚାର କରିବେ । ରାଣୀଙ୍କ ମୃତ୍ୟୁର ୧୦ ଦିନ ପରେ ସମାଧି ଦିଆଯିବାର ଯୋଜନା ରହିଛି ।

ମହାରାଣୀ ଏଲିଜାବେଥଙ୍କ ପାର୍ଥିବ ଶରୀରକୁ ମଧ୍ୟ ଆଜି ବାଲମୋରରୁ ପ୍ରଥମେ ଏଡିନବର୍ଗ ନିଆଯିବ। ସେଠାରୁ ଅଣାଯିବ ଲଣ୍ଡନ । ରାଣୀଙ୍କ ମୃତ୍ୟୁରେ ବ୍ରିଟେନ ସରକାର ୧୦ ଦିନ ଶୋକ ପାଳନ କରିବେ । ହାଇଡ୍ ପାର୍କରେ ତୋପ ସଲାମି ଦିଆଯିବ। ସେହିପରି ଓ୍ୱେଷ୍ଟାମିନଷ୍ଟର ଆବେରେ ଥିବା ଚର୍ଚ୍ଚର ବେଲ୍ ବଜାଯିବ। ୟୁନିୟନ ଫ୍ଲାଗ୍ ଅଧନମିତ ରହିବ । ଏଡିନବର୍ଗରୁ ପରଦିନ ଜାଇଲ୍ସ କ୍ୟାଥଡ୍ରଲ୍ ଅଣାଯିବ । ଏଠାରେ ପରିବାରର ସଦସ୍ୟ ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବେ । ଏହି କାର୍ଯ୍ୟକ୍ରମ ପରେ ମୃତଦେହକୁ ବକିଂହାମ ପ୍ୟାଲେସ ନିଆଯିବ । ସେଠାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବେ । ଏଠାରେ ମୃତଦେହକୁ ୮ ଦିନ ରଖାଯିବ । ଶେଷରେ ଓ୍ୱେଷ୍ଟାମିନଷ୍ଟରରେ ଅନ୍ତିମ ସଂସ୍କାର କରାଯିବ । ୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର