କର୍ମଚାରୀଙ୍କୁ ଦରମା ଦେବାକୁ ପାକିସ୍ତାନ ପାଖରେ ନାହିଁ ଅର୍ଥ, ୨୫ ବିଲିୟନ ଟଙ୍କାର ଗ୍ରାଚ୍ୟୁଇଟି ବକେୟା

The Sakala Picture
Published On

ନୂଆଦିଲ୍ଲୀ: ଦିନକୁ ଦିନ ଦେବାଳିଆ ହେବାରେ ଲାଗିଛି ପାକିସ୍ତାନ। ଚାଇନାର କରଜ ପାହାଡ ତଳେ ଦବି ରହିଥିବା ପାକିସ୍ତାନର ଅସ୍ଥିର ଆଇନ ଶୃଙ୍ଖଳା ଏହାକୁ ଅଧିକ ଅଡଆରେ ପକାଇଛି। ଘୋର ଆର୍ଥିକ ସଙ୍କଟ ଯୋଗୁ ଅଧିକାଂଶ ସରକାରୀ ବିଭାଗ ନଗଦ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ଆର୍ଥିକବସ୍ଥା ଏତେ ଦୟନୀୟ ହୋଇଛି ଯେ, ସେଠାରେ ବର୍ତ୍ତମାନ କର୍ମଚାରୀଙ୍କୁ ବେତନ ଦେବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ। ସରକାର କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ମିଳୁନାହିଁ। ପରିସ୍ଥିତି […]

ନୂଆଦିଲ୍ଲୀ: ଦିନକୁ ଦିନ ଦେବାଳିଆ ହେବାରେ ଲାଗିଛି ପାକିସ୍ତାନ। ଚାଇନାର କରଜ ପାହାଡ ତଳେ ଦବି ରହିଥିବା ପାକିସ୍ତାନର ଅସ୍ଥିର ଆଇନ ଶୃଙ୍ଖଳା ଏହାକୁ ଅଧିକ ଅଡଆରେ ପକାଇଛି। ଘୋର ଆର୍ଥିକ ସଙ୍କଟ ଯୋଗୁ ଅଧିକାଂଶ ସରକାରୀ ବିଭାଗ ନଗଦ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ଆର୍ଥିକବସ୍ଥା ଏତେ ଦୟନୀୟ ହୋଇଛି ଯେ, ସେଠାରେ ବର୍ତ୍ତମାନ କର୍ମଚାରୀଙ୍କୁ ବେତନ ଦେବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ। ସରକାର କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ମିଳୁନାହିଁ। ପରିସ୍ଥିତି ଏପରି ଯେ ଗତ ବର୍ଷକ ମଧ୍ୟରେ ଅବସର ନେଇଥିବା ଅନେକ ଅଧିକାରୀ/କର୍ମଚାରୀଙ୍କୁ ଏ ଯାଏ ଗ୍ରାଚ୍ୟୁଇଟି ମିଳିନାହିଁ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଅବସର ନେଇଥିବା ର୍କମଚାରୀ ଓ ଅଧିକାରୀଙ୍କ ଗ୍ରାଚ୍ୟୁଇଟି ବାବଦ ପ୍ରାୟ ୨୫ ବିଲିୟନ ଟଙ୍କାର ବକେୟା ଅର୍ଥ ପେମେଣ୍ଟ କରିବାକୁ ସରକାରୀ ବିଭାଗ ପାଖରେ ଟଙ୍କା ନାହିଁ। ଏଥିସହିତ କର୍ମଚାରୀଙ୍କ ମାସିକ ଦରମା ଏବଂ ଅବସରପ୍ରାପ୍ତ ଅଧିକାରୀଙ୍କ ପେନ୍‌ସନ୍‌ ମଧ୍ୟ ଦିଆଯାଉନାହିଁ। ଏପରିକି ରେଳ ବିଭାଗର ଅବସ୍ଥା ସେଠାରେ ସବୁଠାରୁ ଖରାପ। ରେଳବାଇ ନିକଟରେ ଡିଜେଲ କିଣିବା ପାଇଁ ଟଙ୍କା ନାହିଁ। ଏହି କାରଣରୁ ଟ୍ରେନ୍‌ଗୁଡିକ ମଧ୍ୟ ସଠିକ୍ ଭାବରେ ଚାଲିପାରୁନାହିଁ। ଅତୀତରେ, ପାକିସ୍ତାନର ଟ୍ରେନ୍ ଡ୍ରାଇଭରମାନେ ଦରମା ପାଇ ନ ଥିବାରୁ ଏହାକୁ ବିରୋଧ କରି ସାରା ଦେଶରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ପାକିସ୍ତାନର ଲୋକମାନେ ବର୍ତ୍ତମାନ ଠିକ୍‌ ସମୟରେ ଏଲପିଜି ଗ୍ୟାସ ପାଉନାହଁାନ୍ତି। ସେଠାରେ ରନ୍ଧନ ଗ୍ୟାସ୍‌ ସଙ୍କଟ ଏତେ ଗଭୀର ହୋଇଛି ଯେ ଲୋକମାନେ ବଡ଼ ପ୍ଲାଷ୍ଟିକ୍ ବ୍ୟାଗରେ ଗ୍ୟାସ୍‌ ଷ୍ଟକ୍ ରଖିବା ଆରମ୍ଭ କରିଛନ୍ତି। ଲୋକେ ପ୍ଲାଷ୍ଟିକ ବ୍ୟାଗରେ ଗ୍ୟାସ୍‌ ଭରିବା ଘଟଣାର ଭିଡିଓ ଏବଂ ଫଟୋଗ୍ରାଫ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷେ ପାକିସ୍ତାନରେ ମୁଦ୍ରାସ୍ଫୀତି ସମସ୍ତ ରେକର୍ଡ ଭାଙ୍ଗିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ କହିବାନୁଯାୟୀ ଯଦି ଦେଶ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଠାରୁ ଶୀଘ୍ର ଋଣ ପାଇବ ନାହିଁ, ତେବେ ଏହା ଖିଲାପକାରୀ ଘୋଷିତ ହେବ। ସେସବୁ ଦୃଷ୍ଟିରୁ ବର୍ଷ ୨୦୨୩ ପାକିସ୍ତାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର