ମୋଦୀଙ୍କ ପରେ ଜିନପିଙ୍ଗଙ୍କୁ ଭେଟିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟ

The Sakala Picture
Published On

ବେଜିଂ : ଏସ୍‌ସିଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିଥିବା ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଦୋମୁହାଁ ନୀତି ସାମ୍‌ନାକୁ ଆସିଛି। ଏସ୍‌ସିଓ ବୈଠକରେ ଦିନକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀର ଗତକାଲି ଚୀନ୍‌ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆଞ୍ଚଳିକ ସହଯୋଗ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଚୀନ୍-ପାକିସ୍ତାନ ସମ୍ପର୍କର ଜିନପିଙ୍ଗ ଗୁରୁତ୍ୱାରୋପ କରିଥିଲେ। ଏକବିଂଶ ଶତାଦ୍ଦୀରେ […]

ବେଜିଂ : ଏସ୍‌ସିଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିଥିବା ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଦୋମୁହାଁ ନୀତି ସାମ୍‌ନାକୁ ଆସିଛି। ଏସ୍‌ସିଓ ବୈଠକରେ ଦିନକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀର ଗତକାଲି ଚୀନ୍‌ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆଞ୍ଚଳିକ ସହଯୋଗ ଉପରେ ବ୍ୟାପକ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ପୁଣି ଆସୁଛି କୋଭିଡ୍: ନୂଆ ଭାରିଆଣ୍ଟ ‘PJ.2.1’କୁ ନେଇ ବିଶ୍ୱରେ ଆତଙ୍କ

ଚୀନ୍-ପାକିସ୍ତାନ ସମ୍ପର୍କର ଜିନପିଙ୍ଗ ଗୁରୁତ୍ୱାରୋପ କରିଥିଲେ। ଏକବିଂଶ ଶତାଦ୍ଦୀରେ ବିଶ୍ବରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଦୁଇ ଦେଶ ନାଗରିକଙ୍କ ପାଇଁ ବ୍ୟାପକ ମଡେଲ ପ୍ରସ୍ତୁତ କରିବା ନିମନ୍ତେ କହିଥିଲେ। ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ଏବଂ ମୁକ୍ତ ବାଣିଜ୍ୟ ଚୁକ୍ତିରେ କାମ କରିବାକୁ ଚୀନ୍‌ ଆଗ୍ରହୀ ଥିବା କହିଥିଲେ। ଚୀନ୍ ଶ୍ରମିକ, ପ୍ରକଳ୍ପ ଏବଂ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ପାକିସ୍ତାନକୁ ଜିନପିଙ୍ଗ ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ଟ୍ରେନ ଖାଦ୍ୟରେ ମିଳିଲା ଲୁହା ଖଣ୍ଡ: କ୍ୟାଟରରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କଲା IRCTC

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର