ଅନଲାଇନରେ ଅର୍ଡର ଦେଇ ଫସିଲେ ଗ୍ରାହକ; ମଗାଇଥିଲେ ୧.୫ ଲକ୍ଷର ଆଇଫୋନ୍, ଆସିଲା ସାବୁନ୍

The Sakala Picture
Published On

ନୂଆଦିଲ୍ଲୀ: ଆଜିର ଯୁଗରେ ଲୋକମାନେ ବିଭିନ୍ନ ପ୍ରକାର ଠକାମିର ଶିକାର ହେଉଛନ୍ତି । ଯେ କୌଣସି ପରିସ୍ଥିତିରେ ମଧ୍ୟ ବିଶ୍ୱର ସବୁଠାରୁ ବୁଦ୍ଧିଆ ମଣିଷ ଅନ୍ୟ ଜଣେ ମଣିଷ ଠକିବାକୁ ପଛାଉ ନାହିଁ । ଘରେ ବସି ସବୁ ଜିନିଷପତ୍ର ମଗାଇବାର ଅଭ୍ୟାସର ସୁଯୋଗ ନେଉଛନ୍ତି ହ୍ୟାକର, ସାଇବର ଲୁଟେରା । ଏପରି ଏକ ମାମଲା ସାମନାକୁ ଆସିଛି ବ୍ରିଟେନରୁ । ଏଠାରେ ଅନଲାଇନରେ ଅର୍ଡର ଦେଇ ଫସିଛନ୍ତି ଜଣେ ଗ୍ରାହକ। ଜଣେ ମହିଳା ଅନଲାଇନରେ ମଗାଇଥିଲେ […]

ନୂଆଦିଲ୍ଲୀ: ଆଜିର ଯୁଗରେ ଲୋକମାନେ ବିଭିନ୍ନ ପ୍ରକାର ଠକାମିର ଶିକାର ହେଉଛନ୍ତି । ଯେ କୌଣସି ପରିସ୍ଥିତିରେ ମଧ୍ୟ ବିଶ୍ୱର ସବୁଠାରୁ ବୁଦ୍ଧିଆ ମଣିଷ ଅନ୍ୟ ଜଣେ ମଣିଷ ଠକିବାକୁ ପଛାଉ ନାହିଁ । ଘରେ ବସି ସବୁ ଜିନିଷପତ୍ର ମଗାଇବାର ଅଭ୍ୟାସର ସୁଯୋଗ ନେଉଛନ୍ତି ହ୍ୟାକର, ସାଇବର ଲୁଟେରା । ଏପରି ଏକ ମାମଲା ସାମନାକୁ ଆସିଛି ବ୍ରିଟେନରୁ । ଏଠାରେ ଅନଲାଇନରେ ଅର୍ଡର ଦେଇ ଫସିଛନ୍ତି ଜଣେ ଗ୍ରାହକ। ଜଣେ ମହିଳା ଅନଲାଇନରେ ମଗାଇଥିଲେ ଦାମୀ ଆଇ ଫୋନ୍ । କିନ୍ତୁ ଡେଲିଭରିରେ ମିଳିଲା ମାତ୍ର ୧ ଡଲାରର ହାତ ଧୂଆ ସାବୁନ୍ । ଏହାକୁ ଦେଖି ସେ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ମିଳିଥିବା ସୂଚନା ଅନୁସାରେ, ବ୍ରିଟେନରେ ରହୁଥିବା ଖାଓଲା ଲାଫହୈଲି ନାମକ ଜଣେ ମହିଳା ଏକ ପ୍ରତିଷ୍ଠିତ ଇ- କମ୍ପାନୀ ଠାରୁ ସବୁଠୁୁ ଦାମୀ ଆପଲ କମ୍ପାନୀର ଆଇ ଫୋନ୍ -୧୩ ପ୍ରୋ ମଗାଇଥିଲେ । ଅନେକ ଦିନ ଅପେକ୍ଷା କରିବା ପରେ ଡେଲିଭରି ବୟ ଆସି ମହିଳାଙ୍କ କବାଟ ପାଖରେ ଏକ ପାର୍ସଲ ଥୋଇଦେଇ ଯାଇଥିଲା । ମାତ୍ର ଡେଲିଭେରୀରେ ଯାହା ଆସିଥିଲା ତାକୁ ଦେଖି ତାଙ୍କର ହୋସ ଉଡିଯାଇଥିଲା । କାରଣ ପାର୍ସଲ ଭିତରେ ଆଇ ଫୋନ୍ ମୋବାଇଲ ନଥିଲା ବରଂ ଥିଲା ୧ ଡଲାର ମୂଲ୍ୟର ହାତ ଧୁଆ ସାବୁନ୍ । କମ୍ପାନୀ ଠିକ୍ ସାମଗ୍ରୀ ପଠାଇଥିଲେ ବି ହୁଏତ ଡେଲିଭରୀ ବୟ ହିଁ ଏଥିରେ ହେରଫେର କରିଥିବା କୁହାଯାଉଥିବାବେଳେ ଏନେଇ ଉକ୍ତ କମ୍ପାନୀ କୌଣସି ଉତ୍ତର ରଖିନାହିଁ । ତଦନ୍ତ ପରେ କମ୍ପାନୀ ସବୁ କଥା କହିବ ବୋଲି କହିଛି ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର