ବିଧାନସଭାରେ ନୀତୀଶ କୁମାର ଦେଲେ ଯୌନ ଶିକ୍ଷା, ବଜେପି କହିଲା-“ବି” ଗ୍ରେଡ୍ ଚଳଚ୍ଚିତ୍ର ପାଇଁ ତାଙ୍କର ଇଚ୍ଛା

The Sakala Picture
Published On

ପାଟନା : ଆଜି ବିହାର ସରକାର ବିଧାନସଭାରେ ଜାତି ଭିତ୍ତିକ ସର୍ବେକ୍ଷଣର ତଥ୍ୟ ଉପସ୍ଥାପନ କରିଛନ୍ତି। ଜାତିଗତ ଜନଗଣନା ସର୍ଭେ ବେଳେ ସଂଗ୍ରହ ହୋଇଥିବା ରାଜ୍ୟବାସୀଙ୍କ ଆର୍ଥିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କିତ ତଥ୍ୟକୁ ସାର୍ବଜନୀନ କରିବା ପରେ ନୀତୀଶ କୁମାର ବିଧାନସଭାରେ ସଂରକ୍ଷଣ ବ୍ୟବସ୍ଥାକୁ ବୃଦ୍ଧି କରିବାରକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ୬୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ […]

ପାଟନା : ଆଜି ବିହାର ସରକାର ବିଧାନସଭାରେ ଜାତି ଭିତ୍ତିକ ସର୍ବେକ୍ଷଣର ତଥ୍ୟ ଉପସ୍ଥାପନ କରିଛନ୍ତି। ଜାତିଗତ ଜନଗଣନା ସର୍ଭେ ବେଳେ ସଂଗ୍ରହ ହୋଇଥିବା ରାଜ୍ୟବାସୀଙ୍କ ଆର୍ଥିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କିତ ତଥ୍ୟକୁ ସାର୍ବଜନୀନ କରିବା ପରେ ନୀତୀଶ କୁମାର ବିଧାନସଭାରେ ସଂରକ୍ଷଣ ବ୍ୟବସ୍ଥାକୁ ବୃଦ୍ଧି କରିବାରକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ୬୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ତେବେ ନୀତୀଶ ଜାତି ଭିତ୍ତିକ ସର୍ବେକ୍ଷଣର ତଥ୍ୟ ବିଧାନସଭାରେ ରଖୁଥିବା ବେଳେ ଏପରି କଥା କହିଛନ୍ତି ଯାହା ବର୍ତ୍ତମାନ ବିବାଦ ଘେରକୁ ଆସି ଯାଇଛି। ବାସ୍ତବରେ ଜନସଂଖ୍ୟା ଉପରେ ମତ ଦେବା ବେଳେ ଯୌନ କ୍ରିୟାକୁ ନେଇ ମହିଳାଙ୍କ ପ୍ରତି ଅପମାନଜନକ ଶବ୍ଦର ବ୍ୟବହାର କରିଛନ୍ତି ନୀତୀଶ । ନୀତୀଶ କୁମାର ମହିଳା ଶିକ୍ଷା ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ବିଧାନସଭାରେ ଯାହା କହିଛନ୍ତି ତାହା ଶୁଣି ମହିଳାମାନେ ଅସହଜ ହୋଇପଡିଥିଲେ। କେବଳ ମହିଳା ନୁହେଁ ଯେ କେହିବି ତାଙ୍କର ଏହି ମନ୍ତବ୍ୟ ଶୁଣୁଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ମୁଖ୍ୟମନ୍ତ୍ରୀ ନୀତୀଶଙ୍କର ଅଜବ ବିବୃତ୍ତି

ସିଏମ ନୀତୀଶ କହିଛନ୍ତି ଯେ ବିହାରର ମହିଳାମାନେ ପୂର୍ବ ଅପେକ୍ଷା ଅଧିକ ସାକ୍ଷର। ବିହାରର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସଂଖ୍ୟା ବାଳିକା ଶିକ୍ଷା ଦ୍ୱାରା ନିୟନ୍ତ୍ରିତ ହେବ। ତାଙ୍କ କଥାକୁ ବୁଝାଇବାକୁ ଯାଇ ସେ କହିଥିଲେ ଝିଅମାନେ ପାଠ ପଢ଼ିଲେ ଜନସଂଖ୍ୟା ଆପେ ଆପେ କମିଯିବ । ଏହାକୁ ବୁଝାଇବାକୁ ଯାଇ ଯୌନ କ୍ରିୟାକୁ ଏଥିରେ ସାମିଲ କରିଥିଲେ । କହୁ କହୁ ନୀତିଶ କହି ଥିଲେ, ଆଗରୁ ମହିଳାମାନେ ସହଜରେ ଗର୍ଭବତି ହୋଇ ଯାଉଥିଲେ । ହେଲେ ଏବେକାର ପାଠୁଆ ମହିଳା ଯୌନ କ୍ରିୟାରେ ଭିନ୍ନ ଆଚରଣ କରୁଛନ୍ତି । ନୀତିଶ କୁମାର ଭାବ ଭଙ୍ଗିର ସହ ବିଧାନସଭା ପରି ପବିତ୍ର ଗୃହରେ ଏମିତି ଅପମାନ ଜନକ ଶବ୍ଦ ବ୍ୟବହାର କରୁଥିବା ବେଳେ ନିଜ ଦଳର ସଦସ୍ୟ ବି ଅସହଜ ହୋଇଯାଇଥିଲେ । ନୀତିଶଙ୍କ ଏପରି ମନ୍ତବ୍ୟ ଶୁଣି ବିଧାୟକ ଓ ମନ୍ତ୍ରୀମାନେ ପରସ୍ପରର ମୁହଁକୁ ବଲ ବଲ କରି ଅନାଉଥିବା ବେଳେ ଆଉ କିଏ ମୁଣ୍ଡ ତଳକୁ କରିଦେଇଥିଲେ ।

ମହିଳାମାନେ ଅସହଜ ହେଲେ 

କିଛି ନେତା ନୀତୀଶଙ୍କ ଏହି ବିବୃତ୍ତିରେ ହସୁଥିଲେ, କେହି କେହି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଧାନସଭାର ମହିଳା ସଦସ୍ୟମାନେ ନୀତୀଶଙ୍କ ବକ୍ତବ୍ୟରେ ଅତ୍ୟନ୍ତ ଅସହଜ ମନେ ହେଉଥିଲେ। ସିଏମ୍ ନୀତୀଶଙ୍କ ବକ୍ତବ୍ୟ ଯୋଗୁଁ, କିଛି ସମୟ ପାଇଁ ସମଗ୍ର ଗୃହରେ ଏକ ଅଜବ ପରିବେଶ ଥିଲା। ଅନେକ ମହିଳା ବିଧାୟକ ସିଏମଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମହିଳା ନେତା କହିଛନ୍ତି ଯେ ନୀତୀଶ କୁମାର ଗୃହର ସମ୍ମାନର ଯତ୍ନ ନେବା ଉଚିତ୍। ନୀତୀଶଙ୍କ ବିବୃତ୍ତି ଉପରେ ମଧ୍ୟ ବିଜେପି ତାର ମତ ରଖିଛି।

“ବି” ଗ୍ରେଡ୍ ଚଳଚ୍ଚିତ୍ର ପାଇଁ ଇଚ୍ଛା 

ବିହାର ବିଜେପି ଟ୍ୱିଟରରେ ଲେଖିଛି ଯେ ଭାରତୀୟ ରାଜନୀତିରେ ନୀତୀଶ କୁମାରଙ୍କ ଭଳି ଅଶ୍ଳୀଳ ନେତାଙ୍କୁ କେହି ଦେଖି ନାହାଁନ୍ତି। ଏଥିରୁ ଜଣାପଡୁଛି ଯେ ନୀତୀଶ ବାବୁଙ୍କ “ବି” ଗ୍ରେଡ୍ ଚଳଚ୍ଚିତ୍ର ପାଇଁ  ବହୁ ଇଚ୍ଛା ରହିଛି।  ତାଙ୍କର ଦ୍ୱି ଅର୍ଥ ବୋଧକ ସଂଳାପ ଉପରେ ସର୍ବସାଧାରଣ ନିଷେଧ ରହିବା ଉଚିତ୍ ।

ସୂଚନାଯୋଗ୍ୟ, ସେକ୍ସକୁ ନେଇ ଏମିତି ମନ୍ତବ୍ୟ ଦେବା ନୀତୀଶ କୁମାରଙ୍କ ପାଇଁ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ବିଧାନସଭାରେ ପୁରୁଷଙ୍କ ସେକ୍ସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିଲେ । ଗତ ମାର୍ଚ୍ଚରେ ବିଧାନସଭାରେ ପୁରୁଷଙ୍କ ସେକ୍ସକୁ ନେଇ କହିଥିଲେ, ଯେତେ ପରିଶ୍ରମ କଲେ ବି ପୁରୁଷ ଭୁଲ କରିଥାଏ । ଯେବେ ମୁଁ ସାଂସଦ ଥିଲି ସେ ସମୟରେ ଦିନେ ସକାଳେ ଜଣେ ପୁରୁଷ ଲୋକ ଗୋଟିଏ ପଶୁ ସହ ଯୌନ କ୍ରିୟା କରୁଥିବା ଦେଖିଥିଲି । ସେ ସମୟରେ ବି ନୀତୀଶ କେବଳ କଥାରେ କଥାରେ ଏମିତି କହି ନଥିଲେ, ପୂରା ଭାବ ଭଙ୍ଗିର ସହ ଆକ୍ସନ କରି ଦେଖାଇଥିଲେ ।

07 Nov 2023 By The Sakala

https://www.thesakala.in/national-international/nitish-kumar-sex-education-men-do-it-every-night/article-27098
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର