ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୧୭ ଜଣ ଜୀବନ୍ତ ଦଗ୍ଧ

The Sakala Picture
Published On

ହାଇଦ୍ରାବାଦ: ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହା ସହିତ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ହାଇଦ୍ରାବାଦର ଚାରମିନାର ନିକଟ ଗୁଲଜାର ହାଉଜ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କୋଠାଟି ଉଭୟ ଆବାସିକ ଏବଂ ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସୂଚନା ଅନୁସାରେ, ରବିଭାର ଭୋର ପ୍ରାୟ ସା​‌ଢ଼େ ୫ଟାରେ ଏହି କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳ ଲୋକମାନେ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରି ନ ଥିଲେ। […]

ହାଇଦ୍ରାବାଦ: ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହା ସହିତ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ହାଇଦ୍ରାବାଦର ଚାରମିନାର ନିକଟ ଗୁଲଜାର ହାଉଜ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କୋଠାଟି ଉଭୟ ଆବାସିକ ଏବଂ ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ହେଉଥିଲା।

ଆହୁରି ପଢ଼ନ୍ତୁ: ଆଇଫୋନ ପାଇଁ ଉଜୁଡିଗଲା ପରିବାର: ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା

ସୂଚନା ଅନୁସାରେ, ରବିଭାର ଭୋର ପ୍ରାୟ ସା​‌ଢ଼େ ୫ଟାରେ ଏହି କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳ ଲୋକମାନେ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରି ନ ଥିଲେ। ଫଳରେ ନିଆଁ ଏବଂ ଧୂଆଁରେ ଅଣନିଃଶ୍ଵାସୀ ହୋଇ ଲୋକେ ପ୍ରାଣ ହରାଇଥିଲେ। ଆହତ ୧୦ ଜଣଙ୍କୁ ଡିଆରଡିଓ ହସ୍ପିଟାଲ ଏବଂ ଓସମାନିଆ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ନିଆଁକୁ ଲିଭାଇବା କାର୍ଯ୍ୟରେ ୧୧ଟି ଦମକଳ କେନ୍ଦ୍ରର ଗାଡ଼ି ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳରେ ପ୍ରଳୟଙ୍କାରୀ ବନ୍ୟା: ୧୦୫ ଭାରତୀୟଙ୍କ ସମେତ ୩୮୪ ପର୍ଯ୍ୟଟକ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର