ପ୍ରଚାର ମଇଦାନକୁ ଓହ୍ଲାଇବାକୁ ମମତାଙ୍କ ପ୍ରସ୍ତୁତି, ୧୫ରୁ ପୁଣିଥରେ ଆରମ୍ଭ ହେବ ଦିଦିଙ୍କ ପ୍ରଚାର

The Sakala Picture
Published On

କଲକାତା : ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ମମତା ଆଗାମୀ ମାର୍ଚ୍ଚ ୧୫ରେ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ମମତା ବାନାର୍ଜୀ ୧୫ ମାର୍ଚ୍ଚରୁ ନିର୍ବାଚନୀ ସଭାରେ ସାମିଲ ହେବେ । ୧୫ ମାର୍ଚ୍ଚରେ ପୁରଲିଆରେ ଜନସଭା କରିବେ ଏହାପରେ ୧୬ ରେ ବାଙ୍କୁରା ଓ ୧୭ରେ ଝାରଗ୍ରାମରେ ନିର୍ବାଚନୀ ସଭା କରିବେ ସିଏମ […]

କଲକାତା : ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ମମତା ଆଗାମୀ ମାର୍ଚ୍ଚ ୧୫ରେ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ମମତା ବାନାର୍ଜୀ ୧୫ ମାର୍ଚ୍ଚରୁ ନିର୍ବାଚନୀ ସଭାରେ ସାମିଲ ହେବେ । ୧୫ ମାର୍ଚ୍ଚରେ ପୁରଲିଆରେ ଜନସଭା କରିବେ ଏହାପରେ ୧୬ ରେ ବାଙ୍କୁରା ଓ ୧୭ରେ ଝାରଗ୍ରାମରେ ନିର୍ବାଚନୀ ସଭା କରିବେ ସିଏମ । ବର୍ତ୍ତମାନ ଦିଦିଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ହ୍ବିଲ ଚେୟାରରେ ବସି ଜନସଭାକୁ ସମ୍ବୋଧିତ କରିବେ । ଯାହା ନିର୍ବାଚନ ପ୍ରଚାରକୁ ଆହୁରି ରୋଚକ କରିବ ବୋଲି ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

ସୂଚନାଯୋଗ୍ୟ  ଗତ ୧୦ ତାରିଖ ଦିନ ମମତା ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ପରେ ନିଜ କାରରେ ବସିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣାରେ ଆହତ ହେବା ସହିତ ମମତାଙ୍କ ହାତ, ଗୋଡ ଓ ଛାତିରେ ଲାଗିଥିଲା ଆଘାତ । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୋଟିଏ ପକ୍ଷେ ଏହାକୁ ଦିଦି ଖୋଦ ନିଜ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣିଥିବା ବେଳେ ଅନ୍ୟପକ୍ଷେ ସହାନୁଭୂତି ହାତେଇବାକୁ ଦିଦି ନାଟକ କରୁଥିବା କହିଥିଲେ ବିରୋଧୀ ।  ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ୨୯ ଏପ୍ରିଲ ମଧ୍ୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନରେ ନିର୍ବାଚନ ହେବ । ଏହାପରେ ମେ ୨ ତାରିଖରେ ଫଳାଫଳ ଘୋଷଣା ହେବ ।

ଆହୁରି ପଢ଼ନ୍ତୁ: ସିଜେପି ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

13 Mar 2021 By The Sakala

ପ୍ରଚାର ମଇଦାନକୁ ଓହ୍ଲାଇବାକୁ ମମତାଙ୍କ ପ୍ରସ୍ତୁତି, ୧୫ରୁ ପୁଣିଥରେ ଆରମ୍ଭ ହେବ ଦିଦିଙ୍କ ପ୍ରଚାର

କଲକାତା : ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ମମତା ଆଗାମୀ ମାର୍ଚ୍ଚ ୧୫ରେ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ମମତା ବାନାର୍ଜୀ ୧୫ ମାର୍ଚ୍ଚରୁ ନିର୍ବାଚନୀ ସଭାରେ ସାମିଲ ହେବେ । ୧୫ ମାର୍ଚ୍ଚରେ ପୁରଲିଆରେ ଜନସଭା କରିବେ ଏହାପରେ ୧୬ ରେ ବାଙ୍କୁରା ଓ ୧୭ରେ ଝାରଗ୍ରାମରେ ନିର୍ବାଚନୀ ସଭା କରିବେ ସିଏମ । ବର୍ତ୍ତମାନ ଦିଦିଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ହ୍ବିଲ ଚେୟାରରେ ବସି ଜନସଭାକୁ ସମ୍ବୋଧିତ କରିବେ । ଯାହା ନିର୍ବାଚନ ପ୍ରଚାରକୁ ଆହୁରି ରୋଚକ କରିବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ  ଗତ ୧୦ ତାରିଖ ଦିନ ମମତା ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ପରେ ନିଜ କାରରେ ବସିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣାରେ ଆହତ ହେବା ସହିତ ମମତାଙ୍କ ହାତ, ଗୋଡ ଓ ଛାତିରେ ଲାଗିଥିଲା ଆଘାତ । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୋଟିଏ ପକ୍ଷେ ଏହାକୁ ଦିଦି ଖୋଦ ନିଜ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣିଥିବା ବେଳେ ଅନ୍ୟପକ୍ଷେ ସହାନୁଭୂତି ହାତେଇବାକୁ ଦିଦି ନାଟକ କରୁଥିବା କହିଥିଲେ ବିରୋଧୀ ।  ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ୨୯ ଏପ୍ରିଲ ମଧ୍ୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନରେ ନିର୍ବାଚନ ହେବ । ଏହାପରେ ମେ ୨ ତାରିଖରେ ଫଳାଫଳ ଘୋଷଣା ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର