ପରକୀୟା ପ୍ରୀତି: ସ୍ବାମୀଙ୍କୁ ୧୫ ଖଣ୍ଡ କରି ପୋତିଦେଲା

The Sakala Picture
Published On

ଲକ୍ଷ୍ନୌ: ପରକୀୟା ପ୍ରେମରେ ପଡ଼ି ଜଣେ ପତ୍ନୀ କେତେ ନିଷ୍ଠୁର ହୋଇପାରେ ତାହାର ଏକ ଜ୍ବଳନ୍ତ ଉଦାହରଣ ସଂପ୍ରତି ଉତ୍ତରପ୍ରଦେଶର ମିରଟ୍‌ରେ ଦେଖୀବାକୁ ମିଳିଛି। ଝିଅ ଜନ୍ମଦିନ ପାଳନ ପାଇଁ ଆସିଥିବା ସ୍ବାମୀଙ୍କୁ ପତ୍ନୀ ପ୍ରେମିକ ସହ ମିଶି ହତ୍ୟା କରିବା ଏବଂ ଶରୀରକୁ ୧୫ ଖଣ୍ଡ କରିବା ପରେ ଏକ ଡ୍ରମରେ ପୂରାଇ ତା’ ଉପରେ ସିମେଣ୍ଟ କଂକ୍ରିଟ୍‌ ଢାଳିଦେବା ଭଳି ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ମିଳିଥିବା ଖବର ଅନୁସାରେ ମିରଟରେ ରହୁଥିବା ସୌରଭ ରାଜପୁତ […]

ଲକ୍ଷ୍ନୌ: ପରକୀୟା ପ୍ରେମରେ ପଡ଼ି ଜଣେ ପତ୍ନୀ କେତେ ନିଷ୍ଠୁର ହୋଇପାରେ ତାହାର ଏକ ଜ୍ବଳନ୍ତ ଉଦାହରଣ ସଂପ୍ରତି ଉତ୍ତରପ୍ରଦେଶର ମିରଟ୍‌ରେ ଦେଖୀବାକୁ ମିଳିଛି। ଝିଅ ଜନ୍ମଦିନ ପାଳନ ପାଇଁ ଆସିଥିବା ସ୍ବାମୀଙ୍କୁ ପତ୍ନୀ ପ୍ରେମିକ ସହ ମିଶି ହତ୍ୟା କରିବା ଏବଂ ଶରୀରକୁ ୧୫ ଖଣ୍ଡ କରିବା ପରେ ଏକ ଡ୍ରମରେ ପୂରାଇ ତା’ ଉପରେ ସିମେଣ୍ଟ କଂକ୍ରିଟ୍‌ ଢାଳିଦେବା ଭଳି ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ମିଳିଥିବା ଖବର ଅନୁସାରେ ମିରଟରେ ରହୁଥିବା ସୌରଭ ରାଜପୁତ ୨୦୧୬ରେ ମୁସକାନ ରାସ୍ତୋଗିଙ୍କୁ ପ୍ରେମ ବିବାହ କରିଥିଲେ। ସେତେବେଳେ ସୌରଭ ମର୍ଚ୍ଚାଣ୍ଟ ନେଭିରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଅଧିକାଂଶ ସମୟ ବାହାରେ ରହିବାକୁ ପଡ଼ୁଥିଲା। କିନ୍ତୁ ନିଜ ପତ୍ନୀ ମୁସକାନଙ୍କୁ ଅଧିକ ସମୟ ଦେଇପାରୁ ନଥିବାରୁ ସୌରଭ ତାଙ୍କ ଚାକିରି ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତାଙ୍କର ପ୍ରେମ ବିବାହ ଏବଂ ଚାକିରି ଛାଡିବା ନିଷ୍ପତ୍ତିକୁ ସୌରଭବଙ୍କ ପରିବାର ଲୋକ ସହଜରେ ଗ୍ରହଣ କରିପାରି ନଥିଲେ। ଯାହାକୁ ନେଇ ବିବାଦ ଉପୁଜିବା ପରେ ସୌରଭ ନିଜ ପତ୍ନୀଙ୍କୁ ନେଇ ଭଡ଼ା ଘରେ ରହିଥିଲେ। ୨୦୧୯ରେ ସୌରଭଙ୍କ ଏକ ଝିଅ ଜନ୍ମ ହୋଇଥିଲା ବେଳେ ପରେ ପରେ ପତ୍ନୀ ମୁସକାନ ତାଙ୍କର ଜଣେ ପ୍ରେମିକ ସାହିଲ ସହିତ ନିବିଡ଼ ସମ୍ପର୍କ ରଖୀଥିବା ସୌରଭ ଜାଣିବାକୁ ପାଇଥିଲେ। ପରେ ପରେ ସ୍ଥିତି ଏଭଳି ହୋଇଥିଲା ଯେ, ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ଦେବା ପର୍ଯ୍ୟନ୍ତ କଥା ଯାଇଥିଲା। କିନ୍ତୁ ନିଜ ଝିଅର ଭବିଷ୍ୟତ କଥା ଚିନ୍ତା କରି ସୌରଭ ଏହି ନିଷ୍ପତ୍ତିରୁ ଓହରଯିବା ସହିତ ୨୦୨୩ରେ ପୁଣି ଦେଶ ଛାଡି ବିଦେଶ ପଳାଇଥିଲେ। ଗତ ମାସ ୨୮ ତାରିଖରେ ସୌରଭଙ୍କ ଝିଅର ଜନ୍ମ ଦିନ ଥିବାରୁ ସେ ୨୪ ତାରିଖରେ ଲଣ୍ଡନରୁ ଫେରିଥିଲେ। କିନ୍ତୁ ଏହାମଧ୍ୟରେ ମୁସକାନ ଏବଂ ସାହିଲ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇପଡ଼ିଥିବାରୁ ସେମାନେ ସୌରଭଙ୍କୁ ଜୀବନରୁ ହଟାଇ ଦେବାକୁ ଯୋଜନା କରିଥିଲେ। ସେହି ଅନୁସାରେ ପତ୍ନୀ ମୁସକାନ ମାର୍ଚ୍ଚ ୪ ତାରିଖରେ ସୌରଭଙ୍କୁ ଖାଦ୍ୟରେ ନିଦ ଔଷଧ ମିଶାଇ ଖାଇବାକୁ ଦେଇଥିଲେ। ସୌରଭ ଶୋଇ ପଡ଼ିବା ପରେ ମୁସକାନ ଏବଂ ସାହିଲ ତାଙ୍କୁ ହତ୍ୟା କରିଥିଲେ। ମରଶରୀରକୁ ୧୫ ଖଣ୍ଡ କରିବା ପରେ ସେମାନେ ସେଗୁଡିକୁ ଏକ ଡ୍ରମ ମଧ୍ୟରେ ପକାଇ ତା’ ଉପରେ ସିମେଣ୍ଟ ଢାଳି ଦେଇଥିଲେ। ଏପଟେ ସୌରଭଙ୍କୁ ନ ପାଇ ଲୋକମାନେ ପଚରା ଉଚରା କରିବାରୁ ସେ ବାହାରକୁ ବୁଲିବାକୁ ଯାଇଛନ୍ତି ବୋଲି ମୁସକାନ କହିଥିଲେ। କିନ୍ତୁ ଦିନ ପରେ ଦିନ ବିତିବା ଏବଂ ସୌରଭଙ୍କ କୌଣସି ଖୋଜ ଖବର ନମିଳିବାରୁ ତାଙ୍କ ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଯାଞ୍ଚ ଆରମ୍ଭ କରି ମୁସକାନଙ୍କୁ ପଚରାଉଚରା କରିବା ପରେ ସେ ସବୁ କଥା ମାନି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଉତକ୍ଷେପଣର ୧୦ ମିନିଟ ପରେ ଫେଲ ମାରିଲା ଆମେରିକୀୟ ରକେଟ୍; ନଷ୍ଟ ହେଲା ଆମାଜନର ୪୦ଟି ସାଟେଲାଇଟ୍

ଝିଅକୁ ଫାଶୀ ଦେବାକୁ କହିଲେ ବାପା-ମାଆ

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

ମିରଟର ଏହି ଜଘନ୍ୟ ଘଟଣା ପରେ ମୁସକାନଙ୍କ ବାପାଙ୍କ ବୟାନ ସାମ୍ନାକୁ ଆସିଛି। ମୁସ୍କାନଙ୍କ ବାପା ପ୍ରମୋଦ ରସ୍ତୋଗୀ କହିଛନ୍ତି ଯେ, ମୁସକାନ ଇତିମଧ୍ୟରେ ଡ୍ରଗ୍ସ ନିଶାରେ ପଡ଼ି ଯାଇଛି। ସୌରଭ ମୁସକାନଙ୍କୁ ଡ୍ରଗ୍ସ ସେବନ କରିବାକୁ ଦେବେ ନାହିଁ ବୋଲି ଚିନ୍ତା କରି ସେ ଏଭଳି କାଣ୍ଡ ଭିଆଇଥିବା କହିଥିବା ପ୍ରମୋଦ କହିଛନ୍ତି। କିନ୍ତୁ ତାଙ୍କ ଝିଅର ଏଭଳି ଭୁଲକୁ ସେ ଅକ୍ଷମଣୀୟ ବୋଲି କହିଛନ୍ତି। ସେ ବଞ୍ଚିବାର ଅଧିକାର ହରାଇଛି। ତାଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ପ୍ରମୋଦ କହିଛନ୍ତି। ସେ କହିଛନ୍ତି ଯେ, ଜ୍ୱାଇଁ ସୌରଭ ଆମ ପୁଅ ପରି ଥିଲେ। ତାଙ୍କୁ ହତ୍ୟା କରିଥିବା ଲୋକଙ୍କୁ କଠୋର ଦଣ୍ଡ ଦିଆଯାଉ। ମୁସକାନଙ୍କ ମାଆ ମଧ୍ୟ ସମାନ କଥା ଦୋହରାଇଛନ୍ତି।

ଆହୁରି ପଢ଼ନ୍ତୁ: କାବେରୀ ଜଳ ବିବାଦ: ତାମିଲନାଡୁର ଅତିରିକ୍ତ ଜଳ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର