ପୁଣି ଅଡୁଆରେ ଲାଲୁ; ‘ଜମି ବଦଳରେ ଚାକିରି’ ମାମଲାରେ ଲାଲୁଙ୍କୁ ସମନ୍ ପଠାଇଲା ସିବିଆଇ

The Sakala Picture
Published On

ପାଟନା: ପୁଣି ଅଡୁଆରେ ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ‘ଜମି ବଦଳରେ ଚାକିରି’ ମାମଲାରେ ଲାଲୁଙ୍କୁ ସମନ୍ ପଠାଇଛି ସିବିଆଇ । ଭାରତୀୟ ରେଳର କ୍ୟାଟରିଂ ଏବଂ ଟୁରିଜ୍ କର୍ପୋରେସନ୍ ଘୋଟାଲାରେ ଲାଲୁଙ୍କୁ ପଚରାଉଚୁରା କରିବା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି ସମନ୍ ଜାରି କରିଛି । ଆସନ୍ତାକାଲି ହାଜର ହେବାକୁ ସମନ୍‌ ଜାରି କରିଛି ସିବିଆଇ । ସିବିଆଇ ମୁତାବକ, ୨୦୦୪ ରୁ ୨୦୦୯ ମସିହା […]

ପାଟନା: ପୁଣି ଅଡୁଆରେ ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ‘ଜମି ବଦଳରେ ଚାକିରି’ ମାମଲାରେ ଲାଲୁଙ୍କୁ ସମନ୍ ପଠାଇଛି ସିବିଆଇ । ଭାରତୀୟ ରେଳର କ୍ୟାଟରିଂ ଏବଂ ଟୁରିଜ୍ କର୍ପୋରେସନ୍ ଘୋଟାଲାରେ ଲାଲୁଙ୍କୁ ପଚରାଉଚୁରା କରିବା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି ସମନ୍ ଜାରି କରିଛି । ଆସନ୍ତାକାଲି ହାଜର ହେବାକୁ ସମନ୍‌ ଜାରି କରିଛି ସିବିଆଇ ।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ସିବିଆଇ ମୁତାବକ, ୨୦୦୪ ରୁ ୨୦୦୯ ମସିହା ଯାଏଁ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ଚାକିରି ନାଁ ରେ ବ୍ୟାପକ ଦୁର୍ନୀତି ହୋଇଥିଲା । ରେଳ ବିଭାଗର ବିଭିନ୍ନ ଜୋନ୍‌ର ଗ୍ରୁପ୍-ଡି ପୋଷ୍ଟ ଗୁଡିକରେ ଚାକିରି ଦେବାକୁ କହି ଆଶାୟୀ ପ୍ରାର୍ଥୀଙ୍କୁ ଜମି ଦେବାକୁ କହୁଥିଲେ । ଜମିଗୁଡିକୁ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାଁ ରେ କରୁଥିଲେ । ଏହି କେସ୍ ୧୪ ବର୍ଷ ତଳର ହୋଇଥିବାବେଳେ, ଏହି ସ୍କାମକୁ ନେଇ ସିବିଆଇ ଏବେ ଲାଲୁଙ୍କୁ ସମନ୍ କରିଛି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଫେବ୍ରୁଆରୀ ୨୭ ତାରିଖରେ ଦିଲ୍ଲୀର ଏକ ଅଦାଲତ ଜମି ବଦଳରେ ଚାକିରି ଘୋଟାଲାରେ ଲାଲୁ ଯାଦବ, ରାବଡି ଦେବୀଙଅକ ସହ ଅନ୍ୟ ୧୪ ଜଣ ଲୋକଙ୍କୁ ସମନ କରିଥିଲେ । ଗତ ବର୍ଷ ଅକ୍ଟୋବର ୧୦ରେ ଲାଲୁ ଓ ରାବଡୀଙ୍କ ସମେତ ମୋଟ ୧୬ ଜଣଙ୍କ ନାଁ ରେ ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଆଇ । ଅପରାଧିକ ଷଡଯନ୍ତ୍ର ତଥା ଦୁର୍ନୀତି କରିଥିବା ଅଭିଯୋଗରେ ମାମଲା ରୁଜୁକରି ଚାର୍ଜସିଟ୍‌ ଦାଖଲ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

06 Mar 2023 By The Sakala

ପୁଣି ଅଡୁଆରେ ଲାଲୁ; ‘ଜମି ବଦଳରେ ଚାକିରି’ ମାମଲାରେ ଲାଲୁଙ୍କୁ ସମନ୍ ପଠାଇଲା ସିବିଆଇ

ପାଟନା: ପୁଣି ଅଡୁଆରେ ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ‘ଜମି ବଦଳରେ ଚାକିରି’ ମାମଲାରେ ଲାଲୁଙ୍କୁ ସମନ୍ ପଠାଇଛି ସିବିଆଇ । ଭାରତୀୟ ରେଳର କ୍ୟାଟରିଂ ଏବଂ ଟୁରିଜ୍ କର୍ପୋରେସନ୍ ଘୋଟାଲାରେ ଲାଲୁଙ୍କୁ ପଚରାଉଚୁରା କରିବା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି ସମନ୍ ଜାରି କରିଛି । ଆସନ୍ତାକାଲି ହାଜର ହେବାକୁ ସମନ୍‌ ଜାରି କରିଛି ସିବିଆଇ ।

ସିବିଆଇ ମୁତାବକ, ୨୦୦୪ ରୁ ୨୦୦୯ ମସିହା ଯାଏଁ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ଚାକିରି ନାଁ ରେ ବ୍ୟାପକ ଦୁର୍ନୀତି ହୋଇଥିଲା । ରେଳ ବିଭାଗର ବିଭିନ୍ନ ଜୋନ୍‌ର ଗ୍ରୁପ୍-ଡି ପୋଷ୍ଟ ଗୁଡିକରେ ଚାକିରି ଦେବାକୁ କହି ଆଶାୟୀ ପ୍ରାର୍ଥୀଙ୍କୁ ଜମି ଦେବାକୁ କହୁଥିଲେ । ଜମିଗୁଡିକୁ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାଁ ରେ କରୁଥିଲେ । ଏହି କେସ୍ ୧୪ ବର୍ଷ ତଳର ହୋଇଥିବାବେଳେ, ଏହି ସ୍କାମକୁ ନେଇ ସିବିଆଇ ଏବେ ଲାଲୁଙ୍କୁ ସମନ୍ କରିଛି ।

ଫେବ୍ରୁଆରୀ ୨୭ ତାରିଖରେ ଦିଲ୍ଲୀର ଏକ ଅଦାଲତ ଜମି ବଦଳରେ ଚାକିରି ଘୋଟାଲାରେ ଲାଲୁ ଯାଦବ, ରାବଡି ଦେବୀଙଅକ ସହ ଅନ୍ୟ ୧୪ ଜଣ ଲୋକଙ୍କୁ ସମନ କରିଥିଲେ । ଗତ ବର୍ଷ ଅକ୍ଟୋବର ୧୦ରେ ଲାଲୁ ଓ ରାବଡୀଙ୍କ ସମେତ ମୋଟ ୧୬ ଜଣଙ୍କ ନାଁ ରେ ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଆଇ । ଅପରାଧିକ ଷଡଯନ୍ତ୍ର ତଥା ଦୁର୍ନୀତି କରିଥିବା ଅଭିଯୋଗରେ ମାମଲା ରୁଜୁକରି ଚାର୍ଜସିଟ୍‌ ଦାଖଲ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର