ଜଷ୍ଟିସ୍ ବି.ଆର୍ ଗଭାଇ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ, ନିଯୁକ୍ତି ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

The Sakala Picture
Published On

ନୂଆଦିଲ୍ଲୀ : ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ ହୋଇଛନ୍ତି। ଜଷ୍ଟିସ୍ ବି.ଆର୍ ଗଭାଇଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମେ ୧୪ରୁ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କ କାର୍ଯ୍ୟକାଳ ସୀମିତ ସମୟ ପାଇଁ ରହିବ। ୬ ମାସ ପରେ ନଭେମ୍ବରରେ ସେ ଅବସରଗ୍ରହଣ କରିବେ। ଜଷ୍ଟିସ କେଜି ବାଲାକୃଷ୍ଣଙ୍କ ପରେ […]

ନୂଆଦିଲ୍ଲୀ : ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ ହୋଇଛନ୍ତି। ଜଷ୍ଟିସ୍ ବି.ଆର୍ ଗଭାଇଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମେ ୧୪ରୁ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କ କାର୍ଯ୍ୟକାଳ ସୀମିତ ସମୟ ପାଇଁ ରହିବ। ୬ ମାସ ପରେ ନଭେମ୍ବରରେ ସେ ଅବସରଗ୍ରହଣ କରିବେ। ଜଷ୍ଟିସ କେଜି ବାଲାକୃଷ୍ଣଙ୍କ ପରେ ଦ୍ବିତୀୟ ଦଳିତ ବିଚାରପତି ଭାବେ ସେ ଦେଶର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଜଷ୍ଟିସ ଗଭାଇଙ୍କ ଶପଥର ଦିନକ ପୂର୍ବରୁ ମେ’ ୧୩ରେ ବର୍ତ୍ତମାନର ସିଜେଆଇ ସଞ୍ଜୀବ ଖାନ୍ନା ଅବସରଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ: କୁଏତ ଓ ବାହାରିନ ଉପରେ ଇରାନର ଆକ୍ରମଣ, ଷ୍ଟ୍ରେଟ ଅଫ ହର୍ମୁଜରେ ବଢିଲା ଉତ୍ତେଜନା

ମହରାଷ୍ଟ୍ର ଅମରାବତୀର ଜଷ୍ଟିସ ଗଭାଇ ୧୯୮୫ରେ ଓକିଲ ସଂଘରେ ସାମିଲ ହୋଇଥିଲେ। ସେ ଓକିଲ ତଥା ପୂର୍ବତନ ଆଡଭୋକେଟ ଜେନେରାଲ ଏବଂ ମହାରାଷ୍ଟ୍ର ହାଇକୋର୍ଟର ପୂର୍ବତନ ବିଚାରପତି ରାଜା ଭୋସଁଲେଙ୍କ ସହ କାମ କରିଥିଲେ। ପରେ ୧୯୮୭ରୁ ୧୯୯୦ ପର୍ଯ୍ୟନ୍ତ ସେ ସ୍ବାଧୀନ ଭାବେ ଓକିଲାତି କରିଥିଲେ। ୧୯୯୨ ଅଗଷ୍ଟରେ ତାଙ୍କୁ ଅତିରିକ୍ତ ସରକାରୀ ଓକିଲ, ୨୦୦୩ରେ ହାଇକୋର୍ଟର ଅତିରିକ୍ତ ବିଚାରପତି ଏବଂ ୨୦୦୫ରେ ସ୍ଥାୟୀ ବିଚାରପତି ନିଯୁକ୍ତ କରା ଯାଇଥିଲା। ଜଷ୍ଟିସ ଗଭାଇ ୨୦୧୯ରେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ସେ ସର୍ବୋଚ୍ଚ ନ୍ୟାୟାଳୟର ବିଭିନ୍ନ ଖଣ୍ଡପୀଠରେ ସାମିଲ ହୋଇ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଆନ୍ତର୍ଜାତୀୟ ନ୍ୟାୟାଳୟଙ୍କ ରୋହିଙ୍ଗ୍ୟା ଗଣହତ୍ୟା ରାୟକୁ ‘ଅନ୍ୟାୟ’ କହି ପ୍ରତ୍ୟାଖ୍ୟାନ କଲା ମିଆଁମାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର