ବିଶ୍ବର ସବୁଠୁ ବଡ଼ ରକେଟ୍‌ ନିର୍ମାଣ କରୁଛି ଇସ୍ରୋ

The Sakala Picture
Published On

ହାଇଦରାବାଦ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବିଶ୍ବର ସବୁଠାରୁ ବଡ଼ ରକେଟ୍‌ ନିର୍ମାଣ କରୁଛି। ଏହି ରକେଟ୍‌ର ଉଚ୍ଚତା ୪୦ ମହଲା କୋଠା ସହ ସମାନ ହେବ। ଏହା ୭୫ ହଜାର କେଜି ତଥା ୭୫ ଟନ୍‌ ପର୍ଯ୍ୟନ୍ତ ପେଲୋଡ ନେଇ ମହାକାଶ ଯାଇପାରିବ। ଏହା ଭାରତୀୟ ମହାକାଶ କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ପ୍ରକଳ୍ପ। ଏହାର ନିର୍ମାଣ ଦ୍ବାରା ଭାରତର ଉପଗ୍ରହ ଉତ୍‌କ୍ଷେପଣ କ୍ଷମତା ଅଧିକ ବୃଦ୍ଧି ପାଇବ। ଭାରତର ମହାକାଶ […]

ହାଇଦରାବାଦ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବିଶ୍ବର ସବୁଠାରୁ ବଡ଼ ରକେଟ୍‌ ନିର୍ମାଣ କରୁଛି। ଏହି ରକେଟ୍‌ର ଉଚ୍ଚତା ୪୦ ମହଲା କୋଠା ସହ ସମାନ ହେବ। ଏହା ୭୫ ହଜାର କେଜି ତଥା ୭୫ ଟନ୍‌ ପର୍ଯ୍ୟନ୍ତ ପେଲୋଡ ନେଇ ମହାକାଶ ଯାଇପାରିବ। ଏହା ଭାରତୀୟ ମହାକାଶ କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ପ୍ରକଳ୍ପ। ଏହାର ନିର୍ମାଣ ଦ୍ବାରା ଭାରତର ଉପଗ୍ରହ ଉତ୍‌କ୍ଷେପଣ କ୍ଷମତା ଅଧିକ ବୃଦ୍ଧି ପାଇବ। ଭାରତର ମହାକାଶ ଜ୍ଞାନକୌଶଳ ମଝବୁତ ହେବା ସହିତ ଅନ୍ତର୍ଜାତୀୟସ୍ତରରେ ଦେଶର ପ୍ରଭାବ ବଢ଼ିବ ବୋଲି ଇସ୍ରୋ ମୁଖ୍ୟ ଭି ନାରାୟଣନ କହିଛନ୍ତି। ହାଇଦରାବାଦ ସ୍ଥିତ ଉସମାନିଆ ୟୁନିଭର୍ସିଟିର ଦୀକ୍ଷାନ୍ତ ସମାରୋହରେ ସାମିଲ ହୋଇ ସେ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅଗ୍ନିବୀରଙ୍କ ପାଇଁ ବଡ଼ ଖବର: ସେବା ଅବଧି ୨ ବର୍ଷ ବୃଦ୍ଧି କରିପାରନ୍ତି ସିଡିଏସ୍

ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଚଳିତ ବର୍ଷ ଆମେରିକାର ୬,୫୦୦ କେଜିର ସଞ୍ଚାର ଉପଗ୍ରହ ଉତ୍‌କ୍ଷେପଣ, ଏନ୍‌୧ ରକେଟ, ନାଭିଗେସନ ୱିଥ୍‌ ଇଣ୍ଡିଆନ କନଷ୍ଟେଲେସନ (ନାଭିକ) ଉପଗ୍ରହ ଏବଂ ନୌସେନାର ଜିସାଟ-୭ଆର ଉପଗ୍ରହ ଉତ୍‌କ୍ଷେପଣ କରିବାକୁ ଯାଉଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଭାରତ ଶୀଘ୍ର ୪୦-୫୦ ମହାକାଶ ଯାତ୍ରୀଙ୍କ ଟିମ୍‌ ପ୍ରସ୍ତୁତ କରିବ। ଏମାନେ ଭବିଷ୍ୟତ ଅଭିଯାନର ନେତୃତ୍ବ ନେବେ। ୨୦୩୫ ସୁଦ୍ଧା ଭାରତ ୫୨ ଟନ୍‌ ଓଜନର ମହାକାଶ ଷ୍ଟେସନ ନିର୍ମାଣ କରିବ। ଏହି କାର୍ଯ୍ୟକ୍ରମରେ ଇସ୍ରୋ ମୁଖ୍ୟଙ୍କୁ ତେଲଙ୍ଗାନା ରାଜ୍ୟପାଳ ବିଷ୍ଣୁଦେବ ବର୍ମା ‘ଡକ୍ଟରେଟ ଅଫ୍‌ ସାଇନ୍ସ’ ଉପାଧି ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଅଗ୍ନିବୀରଙ୍କ ପାଇଁ ବଡ଼ ଖବର: ପ୍ରଥମ ବ୍ୟାଚ୍‌ର ସେବା ଅବଧି ୨ ବର୍ଷ ବୃଦ୍ଧି କଲେ CDS ରାଜା ସୁବ୍ରମଣୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର