ଇସ୍ରାଏଲ ସେନାର ଗୁଳିମାଡ଼: ୧୦୪ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ, ୭୦୦ରୁ ଅଧିକ ଆହତ

The Sakala Picture
Published On

ପାଲେଷ୍ଟାଇନ: ପାଲେଷ୍ଟାଇନ ସ୍ଥିତ ଗାଜାରେ ଇସ୍ରାଏଲ ସେନା ଆକ୍ରମଣରେ ୧୦୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଗାଜାରେ ସହାୟତା ପାଇଁ ଏକାଠି ହୋଇଥିବା ଲୋକଙ୍କ ଉପରକୁ ଇସ୍ରାଏଲ ସେନା ପକ୍ଷରୁ ଖୋଲା ଗୁଳି ଚାଳନା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ପାଲେଷ୍ଟାଇନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଇସ୍ରାଏଲ ପକ୍ଷରୁ କୁହାଯାଇଛି, ଗାଜାରେ ଏକତ୍ରିତ ହୋଇଥିବା ଜନ ସମାଗମ ଦ୍ୱାରା ବିପଦ ଆଶଙ୍କା ଥିବାରୁ […]

ପାଲେଷ୍ଟାଇନ: ପାଲେଷ୍ଟାଇନ ସ୍ଥିତ ଗାଜାରେ ଇସ୍ରାଏଲ ସେନା ଆକ୍ରମଣରେ ୧୦୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଗାଜାରେ ସହାୟତା ପାଇଁ ଏକାଠି ହୋଇଥିବା ଲୋକଙ୍କ ଉପରକୁ ଇସ୍ରାଏଲ ସେନା ପକ୍ଷରୁ ଖୋଲା ଗୁଳି ଚାଳନା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ପାଲେଷ୍ଟାଇନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭାଙ୍ଗିଗଲା ପୃଥ୍ୱୀ ଶ’ଙ୍କ ନିର୍ବନ୍ଧ: ଅଲଗା ହେଲେ କ୍ରିକେଟର ଓ ଅଭିନେତ୍ରୀ ଆକୃତି ଅଗ୍ରୱାଲ

ତେବେ ଇସ୍ରାଏଲ ପକ୍ଷରୁ କୁହାଯାଇଛି, ଗାଜାରେ ଏକତ୍ରିତ ହୋଇଥିବା ଜନ ସମାଗମ ଦ୍ୱାରା ବିପଦ ଆଶଙ୍କା ଥିବାରୁ ଇସ୍ରାଏଲ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା ।ଇସ୍ରାଏଲର ଏଭଳି କାର୍ଯ୍ୟକୁ ପାଲେଷ୍ଟାଇନ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଗଣହତ୍ୟା ବୋଲି ଅଭିହିତ କରି ନିନ୍ଦା କରିବା ସହ ଏହି ଘଟଣାରେ ୧୦୪ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୭୬୦ ଜଣ ଆହତ ହୋଇଥିବା ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ନେଇ ତାତିଲା ଆଫଗାନିସ୍ତାନ: ଉଚିତ ଜବାବ ଦେବାକୁ ତାଲିବାନର କଡ଼ା ଚେତାବନୀ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଜାର ପଶ୍ଚିମ ନାବୁଲ୍ସିରେ ଲୋକମାନେ ଯେତେବେଳେ ଖାଦ୍ୟ ପାଇଁ ରିଲିଫ ଟ୍ରକଗୁଡ଼ିକ ଆଡ଼କୁ ଧାଉଁଥିଲେ, ସେତେବେଳେ ଏହି ଘଟଣା ଘଟିଛି ।ରିଲିଫ୍ ଟ୍ରକ ଗୁଡ଼ିକ ଇସ୍ରାଏଲ ସେନାର ଟ୍ୟାଙ୍କର ନିକଟରେ ଥିବା ବେଳେ ଲୋକମାନେ ସହାୟତା ପାଇଁ ମାଡ଼ି ଆସିଥିଲେ । ଏଣୁ ଏତେ ସଂଖ୍ୟକ ଲୋକ ଟ୍ୟାଙ୍କର ଅତି ନିକଟତର ହେଉଥିବା ଦେଖି ଇସ୍ରାଏଲ ସେନାର ପକ୍ଷରୁ ଲୋକଙ୍କ ଉପରକୁ ଖୋଲା ଗୁଳି ଚାଳନା ହୋଇଥିଲା।

ଆହୁରି ପଢ଼ନ୍ତୁ: ଦୁଇ କୋରିଆ ସୀମାରେ ଭୟଙ୍କର ବିସ୍ଫୋରଣ: ୩ ସେନା ଅଧିକାରୀ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର