ଜୋରଦାର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ, ସମଗ୍ର ଗାଜା ପଟ୍ଟି କବଜା କରିବାକୁ ଇସ୍ରାଏଲ ସେନାକୁ ନିର୍ଦ୍ଦେଶ

The Sakala Picture
Published On

ତେଲ୍‌ ଆଭିଭ୍‌(ଏଜେନ୍ସି): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ ଶନିବାର ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରାଯିବା ପରେ ଇସ୍ରାଏଲ ସରକାର ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହିତ ଏହାକୁ ନିର୍ମୂଳ କରିବାକୁ ପଣ କରିଛନ୍ତି। ସେହି ଅନୁସାରେ ଇସ୍ରାଏଲ ସେନା ହମାସ୍‌ ଠିକଣାରେ ଜୋରଦାର ଆକ୍ରମଣ କରିଛି। ସୋମବାର ସୁଦ୍ଧା ଦକ୍ଷିଣ ଇସ୍ରାଏଲର ଗାଜାଷ୍ଟ୍ରିପ୍‌ ଅଞ୍ଚଳରେ […]

ତେଲ୍‌ ଆଭିଭ୍‌(ଏଜେନ୍ସି): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ ଶନିବାର ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରାଯିବା ପରେ ଇସ୍ରାଏଲ ସରକାର ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହିତ ଏହାକୁ ନିର୍ମୂଳ କରିବାକୁ ପଣ କରିଛନ୍ତି। ସେହି ଅନୁସାରେ ଇସ୍ରାଏଲ ସେନା ହମାସ୍‌ ଠିକଣାରେ ଜୋରଦାର ଆକ୍ରମଣ କରିଛି। ସୋମବାର ସୁଦ୍ଧା ଦକ୍ଷିଣ ଇସ୍ରାଏଲର ଗାଜାଷ୍ଟ୍ରିପ୍‌ ଅଞ୍ଚଳରେ ୮୦୦ରୁ ଅଧିକ ହମାସ୍‌ ଠିକଣାରେ ଇସ୍ରାଏଲୀ ସେନା ପକ୍ଷରୁ ଉଭୟ ସ୍ଥଳ ଏବଂ ଆକାଶମାର୍ଗରୁ ଘନ ଘନ ବୋମା ମାଡ଼ କରାଯାଇଛି। ହମାସକୁ ଆଇଏସ୍‌ଆଇଏସ୍‌ ଠାରୁ ଆହୁରି ବର୍ବର ବୋଲି ଅଭିହିତ କରି ଇସ୍ରାଏଲ ସେନା ଏହି ପଶୁ ସଦୃଶ ମଣିଷଙ୍କୁ ନିପାତ ନ କରିବା ଯାଏଁ ସଂଘର୍ଷ ଜାରି ରଖିବ ବୋଲି ଇସ୍ରାଏଲ ସେନା ମୁଖ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

ସୋମବାର ସୁଦ୍ଧା ଇସ୍ରାଏଲୀ ସେନା ଆକ୍ରମଣରେ ପ୍ରାୟ ୫୦୦ ପାଲେଷ୍ଟନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସେନା କହିଛି। ପୂର୍ବରୁ ଗାଜାଷ୍ଟ୍ରିପ୍‌ ଉପରେ ଜୋରଦାର ଆକ୍ରମଣ କରାଯିବା ନେଇ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ବେଞ୍ଜାମିନ୍‌ ସତର୍କତା ଜାରି କରିବା ସହିତ ଏଠାରୁ ସାଧାରଣ ଲୋକମାନେ ଅନ୍ୟ ସ୍ଥାନକୁ ଚାଲିଯିବାକୁ କହିଥିଲେ। ଏହାପରେ ଇସ୍ରାଏଲୀ ସେନା ଘନ ଘନ ରକେଟ୍‌ ଏବଂ ବୋମା ମାଡ଼ କରି ହମାସ୍‌ର ବହୁ ଆଶ୍ରୟସ୍ଥଳ ଧ୍ବଂସ କରିଦେଇଛି। ଏପରିକି ଗାଜାଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଦଖଲ କରାଯାଇ ସେଠାକୁ ପାଣି ଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ ବନ୍ଦ କରିଦିଆଯାଇଛି ବୋଲି ଇସ୍ରାଏଲର ସେନା ମୁଖ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

ଏହିକ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ହମାସ୍‌ଙ୍କ ପ୍ରତି ଆହୁରି କଡ଼ା ସ୍ବରରେ ଜବାବ୍‌ ରଖିଛନ୍ତି। ସେ କହିଛନ୍ତି ଯେ, ହମାସ୍‌ ପ୍ରତି ଆମେ ଏଭଳି କଠୋର ପଦକ୍ଷେପ ନେବୁ, ଯାହାକି ମଧ୍ୟପ୍ରାଚ୍ୟର ସ୍ଥିତି ବଦଳାଇ ଦେବ। ବର୍ତ୍ତମାନ ପ୍ରାୟ ୧ ଲକ୍ଷ ଇସ୍ରାଏଲୀ ସେନା ହମାସ୍‌ ବିରୋଧରେ ଲଢେଇ ଜାରି ରଖିଥିଲା ବେଳେ ଆଉ ୩ ଲକ୍ଷ ରିଜର୍ଭ ଫୋର୍ସଙ୍କୁ ଇସ୍ରାଏଲ ସରକାର ଯୁଦ୍ଧରେ ନିୟୋଜିତ କରିଛନ୍ତି। ଏହାବ୍ୟତୀତ ସୋମବାର ସନ୍ଧ୍ୟା ସୁଦ୍ଧା ଆମେରିକାର ଯୁଦ୍ଧପୋତ ଏବଂ କ୍ଷେପଣାସ୍ତ୍ର ବିଧ୍ବଂସକ ଯୁଦ୍ଧ ଜାହାଜ ଇସ୍ରାଏଲ ସମୁଦ୍ରତଟ ନିକଟରେ ପହଞ୍ଚିଛି। ହମାସ୍‌ ଆକ୍ରମଣ ପରେ ଆମେରିକା ଇସ୍ରାଏଲକୁ ଖୋଲା ସମର୍ଥନ ଜଣାଇଥିଲା ବେଳେ ସାମରିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲା। ଏହିକ୍ରମରେ ଏହି ଯୁଦ୍ଧ ଜାହାଜ ପହଞ୍ଚିଥିବାରୁ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ବଢାଇଛି। ଇସ୍ରାଇଲ୍‌ ନିକଟରେ ଆମେରିକାର ଯୁଦ୍ଧ ଜାହାଜ ପହଞ୍ଚି ସାରିଥିବା ଆମେରିକା ପ୍ରତିରକ୍ଷା ସଚିବ ସୋମବାର ସୂଚନା ଦେଇଛନ୍ତି, କିନ୍ତୁ ଆମେରିକାର ଏହି ନିଷ୍ପତ୍ତି ଆଗକୁ ଆହୁରି ଅସ୍ଥିରତା ବଢ଼ାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ

10 Oct 2023 By The Sakala

ଜୋରଦାର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ, ସମଗ୍ର ଗାଜା ପଟ୍ଟି କବଜା କରିବାକୁ ଇସ୍ରାଏଲ ସେନାକୁ ନିର୍ଦ୍ଦେଶ

ତେଲ୍‌ ଆଭିଭ୍‌(ଏଜେନ୍ସି): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ ଶନିବାର ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରାଯିବା ପରେ ଇସ୍ରାଏଲ ସରକାର ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହିତ ଏହାକୁ ନିର୍ମୂଳ କରିବାକୁ ପଣ କରିଛନ୍ତି। ସେହି ଅନୁସାରେ ଇସ୍ରାଏଲ ସେନା ହମାସ୍‌ ଠିକଣାରେ ଜୋରଦାର ଆକ୍ରମଣ କରିଛି। ସୋମବାର ସୁଦ୍ଧା ଦକ୍ଷିଣ ଇସ୍ରାଏଲର ଗାଜାଷ୍ଟ୍ରିପ୍‌ ଅଞ୍ଚଳରେ ୮୦୦ରୁ ଅଧିକ ହମାସ୍‌ ଠିକଣାରେ ଇସ୍ରାଏଲୀ ସେନା ପକ୍ଷରୁ ଉଭୟ ସ୍ଥଳ ଏବଂ ଆକାଶମାର୍ଗରୁ ଘନ ଘନ ବୋମା ମାଡ଼ କରାଯାଇଛି। ହମାସକୁ ଆଇଏସ୍‌ଆଇଏସ୍‌ ଠାରୁ ଆହୁରି ବର୍ବର ବୋଲି ଅଭିହିତ କରି ଇସ୍ରାଏଲ ସେନା ଏହି ପଶୁ ସଦୃଶ ମଣିଷଙ୍କୁ ନିପାତ ନ କରିବା ଯାଏଁ ସଂଘର୍ଷ ଜାରି ରଖିବ ବୋଲି ଇସ୍ରାଏଲ ସେନା ମୁଖ୍ୟ କହିଛନ୍ତି।

ସୋମବାର ସୁଦ୍ଧା ଇସ୍ରାଏଲୀ ସେନା ଆକ୍ରମଣରେ ପ୍ରାୟ ୫୦୦ ପାଲେଷ୍ଟନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସେନା କହିଛି। ପୂର୍ବରୁ ଗାଜାଷ୍ଟ୍ରିପ୍‌ ଉପରେ ଜୋରଦାର ଆକ୍ରମଣ କରାଯିବା ନେଇ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ବେଞ୍ଜାମିନ୍‌ ସତର୍କତା ଜାରି କରିବା ସହିତ ଏଠାରୁ ସାଧାରଣ ଲୋକମାନେ ଅନ୍ୟ ସ୍ଥାନକୁ ଚାଲିଯିବାକୁ କହିଥିଲେ। ଏହାପରେ ଇସ୍ରାଏଲୀ ସେନା ଘନ ଘନ ରକେଟ୍‌ ଏବଂ ବୋମା ମାଡ଼ କରି ହମାସ୍‌ର ବହୁ ଆଶ୍ରୟସ୍ଥଳ ଧ୍ବଂସ କରିଦେଇଛି। ଏପରିକି ଗାଜାଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଦଖଲ କରାଯାଇ ସେଠାକୁ ପାଣି ଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ ବନ୍ଦ କରିଦିଆଯାଇଛି ବୋଲି ଇସ୍ରାଏଲର ସେନା ମୁଖ୍ୟ କହିଛନ୍ତି।

ଏହିକ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ହମାସ୍‌ଙ୍କ ପ୍ରତି ଆହୁରି କଡ଼ା ସ୍ବରରେ ଜବାବ୍‌ ରଖିଛନ୍ତି। ସେ କହିଛନ୍ତି ଯେ, ହମାସ୍‌ ପ୍ରତି ଆମେ ଏଭଳି କଠୋର ପଦକ୍ଷେପ ନେବୁ, ଯାହାକି ମଧ୍ୟପ୍ରାଚ୍ୟର ସ୍ଥିତି ବଦଳାଇ ଦେବ। ବର୍ତ୍ତମାନ ପ୍ରାୟ ୧ ଲକ୍ଷ ଇସ୍ରାଏଲୀ ସେନା ହମାସ୍‌ ବିରୋଧରେ ଲଢେଇ ଜାରି ରଖିଥିଲା ବେଳେ ଆଉ ୩ ଲକ୍ଷ ରିଜର୍ଭ ଫୋର୍ସଙ୍କୁ ଇସ୍ରାଏଲ ସରକାର ଯୁଦ୍ଧରେ ନିୟୋଜିତ କରିଛନ୍ତି। ଏହାବ୍ୟତୀତ ସୋମବାର ସନ୍ଧ୍ୟା ସୁଦ୍ଧା ଆମେରିକାର ଯୁଦ୍ଧପୋତ ଏବଂ କ୍ଷେପଣାସ୍ତ୍ର ବିଧ୍ବଂସକ ଯୁଦ୍ଧ ଜାହାଜ ଇସ୍ରାଏଲ ସମୁଦ୍ରତଟ ନିକଟରେ ପହଞ୍ଚିଛି। ହମାସ୍‌ ଆକ୍ରମଣ ପରେ ଆମେରିକା ଇସ୍ରାଏଲକୁ ଖୋଲା ସମର୍ଥନ ଜଣାଇଥିଲା ବେଳେ ସାମରିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲା। ଏହିକ୍ରମରେ ଏହି ଯୁଦ୍ଧ ଜାହାଜ ପହଞ୍ଚିଥିବାରୁ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ବଢାଇଛି। ଇସ୍ରାଇଲ୍‌ ନିକଟରେ ଆମେରିକାର ଯୁଦ୍ଧ ଜାହାଜ ପହଞ୍ଚି ସାରିଥିବା ଆମେରିକା ପ୍ରତିରକ୍ଷା ସଚିବ ସୋମବାର ସୂଚନା ଦେଇଛନ୍ତି, କିନ୍ତୁ ଆମେରିକାର ଏହି ନିଷ୍ପତ୍ତି ଆଗକୁ ଆହୁରି ଅସ୍ଥିରତା ବଢ଼ାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର