ନିର୍ବାଚନ କମିଶନରେ ଅନ୍ତର୍କନ୍ଦଳ: ସିଇସି ଜ୍ଞାନେଶ କୁମାରଙ୍କୁ 'ଭାରତର ଶତ୍ରୁ' ଆଖ୍ୟା ଦେଲେ ଅଭିଜିତ୍

Suryakanta Picture
Published On

ସ୍ୱତନ୍ତ୍ର ସଘନ ମତଦାତା ସୂଚୀ ସଂଶୋଧନ ବା ଏସଆଇଆର୍ (SIR) ପ୍ରକ୍ରିୟାକୁ ନେଇ ଏବେ ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଅନ୍ତର୍କନ୍ଦଳ ଦେଖାଦେଇଛି। ଏହି ବିବାଦ ପଦାରେ ପଡ଼ିବା ପରେ ଦେଶର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବିଶେଷ କରି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଏବେ ଘରେ ଓ ବାହାରେ ଚାପର ସମ୍ମୁଖୀନ ହେଉଛନ୍ତି। ଏହାରି ମଧ୍ୟରେ ସିଜେପି ମୁଖ୍ୟ ଅଭିଜିତ୍ ଦୀପକେ ସିଇସିଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ତାଙ୍କୁ 'ଦେଶର ଶତ୍ରୁ' ବୋଲି ଆଖ୍ୟା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବରେ କର୍ମଭୂମି ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଶହ ଶହ ଯାତ୍ରୀ

ଏସଆଇଆର୍‌କୁ ନେଇ କମିଶନରେ ବିବାଦ

ଗୋଟିଏ ସର୍ବଭାରତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶବ୍ୟାପୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ କରିବାକୁ ଯାଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଅନ୍ୟ ଦୁଇ କମିଶନରଙ୍କ ସହ ବାରମ୍ବାର ସଂଘାତରେ ଜଡ଼ିତ ହେଉଛନ୍ତି। କମିଶନ ଭିତରେ ଥିବା ଏହି ମତଭେଦ ସାମ୍ନାକୁ ଆସିବା ପରେ ଏହା ନିଆଁ ଭଳି ଖେଳିଯାଇଛି। ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ସଂସ୍ଥାରେ ଏଭଳି ଅନ୍ତର୍କନ୍ଦଳକୁ ନେଇ ବିରୋଧୀ ରାଜନୈତିକ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: NVIDIA CEO ଜେନସେନ ହୁଆଙ୍ଗଙ୍କୁ ବଡ଼ ଝଟକା: ମାତ୍ର ୩୦ ମିନିଟରେ ହରାଇଲେ ୭.୪ ବିଲିୟନ ଡଲାର

ସିଇସିଙ୍କୁ 'ଭାରତର ଶତ୍ରୁ' ଆଖ୍ୟା

ଏହି ଘଟଣାକୁ ନେଇ ସିଜେପି ପ୍ରମୁଖ ଅଭିଜିତ୍ ଦୀପକେ ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ 'ଭାରତର ଶତ୍ରୁ' ବୋଲି ସମ୍ବୋଧନ କରିବା ସହ ତାଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି। ଗୋଟିଏ ପଟେ ନିର୍ବାଚନ କମିଶନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ଆଭ୍ୟନ୍ତରୀଣ ବିବାଦ ଏବଂ ଅନ୍ୟପଟେ ବିରୋଧୀଙ୍କ ଆକ୍ରମଣ ଯୋଗୁଁ ଆଗାମୀ ଦିନରେ ଏହି ପ୍ରସଙ୍ଗ ଆହୁରି ସମ୍ବେଦନଶୀଳ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ପୁଣି ଆସୁଛି କୋଭିଡ୍: ନୂଆ ଭାରିଆଣ୍ଟ ‘PJ.2.1’କୁ ନେଇ ବିଶ୍ୱରେ ଆତଙ୍କ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର