ଜାତିସଂଘରେ ଭାରତର କଡ଼ା ଜବାବ: ଦୋଷ ଲୁଚାଇବାକୁ ମିଥ୍ୟାକୁ ଆଶ୍ରୟ କରିଛି ପାକିସ୍ତାନ

The Sakala Picture
Published On

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ବର୍ତ୍ତମାନ ଚାଲିଥିବା ଜାତିସଂଘର ୭୭ତମ ସାଧାରଣ ଅଧିବେଶନରେ ପାକିସ୍ତାନ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇବା ସହିତ ଭାରତ ପ୍ରତି ଅଙ୍ଗୁଳି ଉଠାଇଥିଲା ବେଳେ ଭାରତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫଙ୍କୁ କଡ଼ା ଜବାବ ଦେଇଛି। ଶନିବାର ଜାତିସଂଘ ସାଧାରଣ ପରିଷଦ ବୈଠକରେ ଶେହବାଜ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଜାତିସଂଘରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞ ମିଜିତୋ ବିନିତୋ ଶେହବାଜଙ୍କୁ କହିଥିଲେ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶର […]

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ବର୍ତ୍ତମାନ ଚାଲିଥିବା ଜାତିସଂଘର ୭୭ତମ ସାଧାରଣ ଅଧିବେଶନରେ ପାକିସ୍ତାନ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇବା ସହିତ ଭାରତ ପ୍ରତି ଅଙ୍ଗୁଳି ଉଠାଇଥିଲା ବେଳେ ଭାରତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫଙ୍କୁ କଡ଼ା ଜବାବ ଦେଇଛି। ଶନିବାର ଜାତିସଂଘ ସାଧାରଣ ପରିଷଦ ବୈଠକରେ ଶେହବାଜ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଜାତିସଂଘରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞ ମିଜିତୋ ବିନିତୋ ଶେହବାଜଙ୍କୁ କହିଥିଲେ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶର ଲୋକଙ୍କ କଥା ଚିନ୍ତା କରନ୍ତୁ। ନିଜ ଦେଶର ସମସ୍ୟାକୁ ଏଡାଇବା ପାଇଁ କାଶ୍ମୀର ପ୍ରସଙ୍ଗ ଉଠାଇବା ବନ୍ଦ କରନ୍ତୁ। ଯେଉଁ ରାଷ୍ଟ୍ର ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ରହି ଭାରତ ବିରୋଧରେ କାର୍ଯ୍ୟ କରୁଛି ସେହି ଦେଶ ଏଭଳି କଥା ଉଠାଇବା ଆଦୌ ସମିଚୀନ ନୁହେଁ।

ଆହୁରି ପଢ଼ନ୍ତୁ: ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ନେଇ ଆମେରିକାର ସ୍ୱୀକାରୋକ୍ତି: ପ୍ରଥମ ଥର ପାଇଁ ଖୋଲାଖୋଲି ଘୋଷଣା କଲା ୟୁଏସ୍ ସ୍ପେସ୍ ଫୋର୍ସ

ଭାରତରେ ଆତଙ୍କବାଦ ଚଳାଇ ପାକିସ୍ତାନ ବର୍ଷ ବର୍ଷ ଧରି ଅରାଜକତା ସୃଷ୍ଟି କରିଆସିଛି। ଯେଉଁମାନେ ଏହାପଛରେ ରହିଛନ୍ତି ସେମାନଙ୍କୁ ପାକିସ୍ତାନ ଆଶ୍ରୟ ଦେଇଛି। କିନ୍ତୁ ସବୁ ବେଳେ ଜାତିସଂଘ ଭଳି ବିଶ୍ବର ଏକ ମହତ୍ତ୍ବପୂର୍ଣ୍ଣ ମଞ୍ଚରେ ପାକିସ୍ତାନ ମିଥ୍ୟା କହି ଚାଲିଛି।ଭାରତ ବିରୋଧୀ ମନ୍ତବ୍ୟ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶର ଲୋକଙ୍କୁ କେବଳ ବିଭ୍ରାନ୍ତ କରୁଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ କୋରିଆ ସୀମାରେ ଭୟଙ୍କର ବିସ୍ଫୋରଣ: ୩ ସେନା ଅଧିକାରୀ ଗୁରୁତର

ଉଲ୍ଲେଖଯୋଗ୍ୟ ଯେ, ଜାତିସଂଘ ସାଧାରଣ ପରିଷଦ ବୈଠକରେ କଶ୍ମୀର ପ୍ରସଙ୍ଗ ଉଠାଇ ଶେହବାଜ୍‌ ସରିଫ ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରି ଭୁଲ କରିଛନ୍ତି। ଭାରତ ସରକାରଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ ଅନ୍ୟାୟ ବୋଲି କହିଥିଲେ। କାଶ୍ମୀରବାସୀଙ୍କ ସ୍ୱାଧୀନତା ନେଇ ଶେହବାଜ୍‌ ୧୦ ଥର କଶ୍ମୀର ନାଁ ଉଲ୍ଲେଖ କରିଥିଲେ। କିନ୍ତୁ ଯେଉଁ ଦେଶ ପଡ଼ୋଶୀ ଦେଶମାନଙ୍କ ସହିତ ଶାନ୍ତି ରକ୍ଷା କରିବ ବୋଲି କହୁଛି, ସେ ଦେଶ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଷଡ଼ଯନ୍ତ୍ରକାରୀଙ୍କୁ କିଭଳି ଆଶ୍ରୟ ଦେଇଛି ବୋଲି ବିନିତୋ କହିଥିଲେ ।

ଆହୁରି ପଢ଼ନ୍ତୁ: ବିହାର ଜାମୁଇ ଭାଇରାଲ ଭିଡିଓ ମାମଲା: ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଭିଡିଓ ସେୟାର କରି ୩ ଧରାପଡିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର