ଭାଙ୍ଗିବ ଇମ୍ରାନ ସରକାର : ଅନାସ୍ଥା ଭୋଟ୍‌ ଆଗରୁ ହାତ ଛାଡ଼ିଲା ପ୍ରମୁଖ ସହଯୋଗୀ ରାଜନୈତିକ ଦଳ

The Sakala Picture
Published On

ଇସ୍‌ଲାମାବାଦ୍‌: ଅନାସ୍ଥା ଭୋଟ୍‌ ଆଗରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ ଝଟକା। ନିଜ ଗାଦି ବଞ୍ଚାଇବାକୁ ଇମ୍ରାନ ଚେଷ୍ଟା କରୁଥିବା ବେଳେ ଇମ୍ରାନ ସରକାରଙ୍କ ହାତ ଛାଡ଼ିଛି ପ୍ରମୁଖ ସହଯୋଗୀ ରାଜନୈତିକ ଦଳ ‘ମୁତ୍ତାହିଦା କ୍ବାଉମି ମୁଭ୍‌ମେଣ୍ଟ୍‌-ପାକିସ୍ତାନ୍‌’ (ଏମ୍‌କ୍ୟୁଏମ୍‌ପି)। ଆସ୍ଥା ଭୋଟ ପୂର୍ବରୁ ଇମ୍ରାନଙ୍କ ସହଯୋଗୀ ପାର୍ଟି ଏମ୍‌କ୍ୟୁଏମ୍‌ପି ବିରୋଧୀ ଦଳଙ୍କୁ ସମର୍ଥନ କରିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖୁବ୍‌ ଜଟିଳ ପରିସ୍ଥିତିରେ ପଡ଼ିଯାଇଛନ୍ତି। ଏଭଳି ହେବା ଯୋଗୁଁ ସଂସଦରେ ଇମ୍ରାନ୍‌ ଖାଁ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। […]

ଇସ୍‌ଲାମାବାଦ୍‌: ଅନାସ୍ଥା ଭୋଟ୍‌ ଆଗରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ ଝଟକା। ନିଜ ଗାଦି ବଞ୍ଚାଇବାକୁ ଇମ୍ରାନ ଚେଷ୍ଟା କରୁଥିବା ବେଳେ ଇମ୍ରାନ ସରକାରଙ୍କ ହାତ ଛାଡ଼ିଛି ପ୍ରମୁଖ ସହଯୋଗୀ ରାଜନୈତିକ ଦଳ ‘ମୁତ୍ତାହିଦା କ୍ବାଉମି ମୁଭ୍‌ମେଣ୍ଟ୍‌-ପାକିସ୍ତାନ୍‌’ (ଏମ୍‌କ୍ୟୁଏମ୍‌ପି)। ଆସ୍ଥା ଭୋଟ ପୂର୍ବରୁ ଇମ୍ରାନଙ୍କ ସହଯୋଗୀ ପାର୍ଟି ଏମ୍‌କ୍ୟୁଏମ୍‌ପି ବିରୋଧୀ ଦଳଙ୍କୁ ସମର୍ଥନ କରିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖୁବ୍‌ ଜଟିଳ ପରିସ୍ଥିତିରେ ପଡ଼ିଯାଇଛନ୍ତି। ଏଭଳି ହେବା ଯୋଗୁଁ ସଂସଦରେ ଇମ୍ରାନ୍‌ ଖାଁ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ସମ୍ପ୍ରତି ୧୭୫ ସଦସ୍ୟ ହାସଲ କରି ପାକିସ୍ତାନର ବିରୋଧୀ ଦଳ ସଦସ୍ୟ ସମର୍ଥନ ସଂଖ୍ୟାରେ ଆଗୁଆ ଥିବା କଥା ‘ଦି ନିଉଜ୍‌’ ରିପୋର୍ଟ କରିଛି। ବିରୋଧୀ ଦଳରେ ଯୋଗ ଦେବ ବୋଲି ମଙ୍ଗଳବାର ରାତିରେ ‘ଏମ୍‌କ୍ୟୁଏମ୍‌ପି’ ରାଜିନାମାରେ ଉପନୀତ ହୋଇଥିଲା।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ ଜରଦାରୀ ଟ୍ୱିଟ୍ କରି ଏମ୍‌କ୍ୟୁଏମ୍‌ପି ଏବଂ ପିପିପି  ମଧ୍ୟରେ ଚୁକ୍ତି ହୋଇଥିବା ସୂଚନା ଦେଇଛନ୍ତି । ଟ୍ଵିଟରରେ ଲେଖାଯାଇଛି, ରାବତା ସମିତି ଏମ୍‌କ୍ୟୁଏମ୍‌ପି ଏବଂ ପିପିପି ସିଇସି ଚୁକ୍ତିନାମାକୁ ଅନୁମୋଦନ କରିବ । ଏହା ପରେ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏମ୍‌କ୍ୟୁଏମ୍‌ପି  ବିରୋଧୀଙ୍କ ସହ ଯୋଗ ଦେଇଥିବା କଥା ‘ଏମ୍‌କ୍ୟୁଏମ୍‌-ପି’ ସିନେଟର୍‌ ଫୈସାଲ୍‌ ସବ୍‌ଜ୍‌ୱାରି ସୁନିଶ୍ଚିତ କରି କହିଛନ୍ତି। ତେବେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ବିରୋଧୀ । ଏହା ଉପରେ ଆଜିଠାରୁ ଆଲୋଚନା ହେବ ।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

ସଂଯୁକ୍ତ ବିରୋଧ ତରଫରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଏମ୍‌କ୍ୟୁଏମ୍‌-ପି ଇମ୍ରାନ୍ ଖାନ ବିରୋଧରେ ଭୋଟ ଦେବାକୁ ଘୋଷଣା କରିଛି । ଏମ୍‌କ୍ୟୁଏମ୍ ସହିତ ସଂପର୍କ ଶେଷ ହେବା ପରେ ଇମ୍ରାନ୍ ସମର୍ଥକଙ୍କ ସାଂସଦଙ୍କ ସଂଖ୍ୟା ୧୬୪ରେ ପହଞ୍ଚିଛି । ବିରୋଧୀ ଦଳର ସାଂସଦଙ୍କ ସଂଖ୍ୟା ୧୭୭ ହୋଇଛି । ଏମ୍‌କ୍ୟୁଏମ୍‌-ପିର ମୋଟ ୭ ଜଣ ସାଂସଦ ଅଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ, ଏବେ ବିରୋଧୀ ଦଳକୁ ଇମ୍ରାନଙ୍କ ପାର୍ଟିଙ୍କ ବିଦ୍ରୋହୀ ସାଂସଦଙ୍କ ମଧ୍ୟ ଆବଶ୍ୟକତା ନାହିଁ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇମ୍ରାନ ଖାନ ସରକାର ସଂସଦର ନିମ୍ନ ଗୃହରେ ନିଜର ବହୁମତ ହରାଇଛନ୍ତି । ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ ଗ୍ରହଣ କରାଯାଇପାରେ । ଏଥିରେ ଇମ୍ରାନ ସରକାର ଚାଲିଯିବାର ସମ୍ଭାବନା ଦେଖାଯାଉଛି । ବିରୋଧୀ ଦଳ ସହିତ ଏକ ପ୍ରସଙ୍ଗ ଉପରେ ଦସ୍ତଖତ ପରେ ଏମକ୍ୟୁଏମ୍‌-ପିର ନିଷ୍ପତ୍ତି ଆସିଥିବା ଚର୍ଚ୍ଚା ହେଉଛି । ସୂତ୍ର ଅନୁସାରେ ଏହି ବୁଝାମଣା ଉପରେ ନ୍ୟାଶନାଲ ଆସେମ୍ବଲିରେ ବିରୋଧୀ ଦଳର ନେତା ଶାହବାଜ ଶରୀଫ, ପିଡିଏମର ମୁଖ୍ୟ ମୌଲାନା ଫଜଲୁର ରହମାନ ଓ ଆସିଫ ଅଲି ଜର୍ଦ୍ଦାରୀ ଦସ୍ତଖତ କରିଛନ୍ତି ।

30 Mar 2022 By The Sakala

ଭାଙ୍ଗିବ ଇମ୍ରାନ ସରକାର : ଅନାସ୍ଥା ଭୋଟ୍‌ ଆଗରୁ ହାତ ଛାଡ଼ିଲା ପ୍ରମୁଖ ସହଯୋଗୀ ରାଜନୈତିକ ଦଳ

ଇସ୍‌ଲାମାବାଦ୍‌: ଅନାସ୍ଥା ଭୋଟ୍‌ ଆଗରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ ଝଟକା। ନିଜ ଗାଦି ବଞ୍ଚାଇବାକୁ ଇମ୍ରାନ ଚେଷ୍ଟା କରୁଥିବା ବେଳେ ଇମ୍ରାନ ସରକାରଙ୍କ ହାତ ଛାଡ଼ିଛି ପ୍ରମୁଖ ସହଯୋଗୀ ରାଜନୈତିକ ଦଳ ‘ମୁତ୍ତାହିଦା କ୍ବାଉମି ମୁଭ୍‌ମେଣ୍ଟ୍‌-ପାକିସ୍ତାନ୍‌’ (ଏମ୍‌କ୍ୟୁଏମ୍‌ପି)। ଆସ୍ଥା ଭୋଟ ପୂର୍ବରୁ ଇମ୍ରାନଙ୍କ ସହଯୋଗୀ ପାର୍ଟି ଏମ୍‌କ୍ୟୁଏମ୍‌ପି ବିରୋଧୀ ଦଳଙ୍କୁ ସମର୍ଥନ କରିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖୁବ୍‌ ଜଟିଳ ପରିସ୍ଥିତିରେ ପଡ଼ିଯାଇଛନ୍ତି। ଏଭଳି ହେବା ଯୋଗୁଁ ସଂସଦରେ ଇମ୍ରାନ୍‌ ଖାଁ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ସମ୍ପ୍ରତି ୧୭୫ ସଦସ୍ୟ ହାସଲ କରି ପାକିସ୍ତାନର ବିରୋଧୀ ଦଳ ସଦସ୍ୟ ସମର୍ଥନ ସଂଖ୍ୟାରେ ଆଗୁଆ ଥିବା କଥା ‘ଦି ନିଉଜ୍‌’ ରିପୋର୍ଟ କରିଛି। ବିରୋଧୀ ଦଳରେ ଯୋଗ ଦେବ ବୋଲି ମଙ୍ଗଳବାର ରାତିରେ ‘ଏମ୍‌କ୍ୟୁଏମ୍‌ପି’ ରାଜିନାମାରେ ଉପନୀତ ହୋଇଥିଲା।

ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ ଜରଦାରୀ ଟ୍ୱିଟ୍ କରି ଏମ୍‌କ୍ୟୁଏମ୍‌ପି ଏବଂ ପିପିପି  ମଧ୍ୟରେ ଚୁକ୍ତି ହୋଇଥିବା ସୂଚନା ଦେଇଛନ୍ତି । ଟ୍ଵିଟରରେ ଲେଖାଯାଇଛି, ରାବତା ସମିତି ଏମ୍‌କ୍ୟୁଏମ୍‌ପି ଏବଂ ପିପିପି ସିଇସି ଚୁକ୍ତିନାମାକୁ ଅନୁମୋଦନ କରିବ । ଏହା ପରେ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏମ୍‌କ୍ୟୁଏମ୍‌ପି  ବିରୋଧୀଙ୍କ ସହ ଯୋଗ ଦେଇଥିବା କଥା ‘ଏମ୍‌କ୍ୟୁଏମ୍‌-ପି’ ସିନେଟର୍‌ ଫୈସାଲ୍‌ ସବ୍‌ଜ୍‌ୱାରି ସୁନିଶ୍ଚିତ କରି କହିଛନ୍ତି। ତେବେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ବିରୋଧୀ । ଏହା ଉପରେ ଆଜିଠାରୁ ଆଲୋଚନା ହେବ ।

ସଂଯୁକ୍ତ ବିରୋଧ ତରଫରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଏମ୍‌କ୍ୟୁଏମ୍‌-ପି ଇମ୍ରାନ୍ ଖାନ ବିରୋଧରେ ଭୋଟ ଦେବାକୁ ଘୋଷଣା କରିଛି । ଏମ୍‌କ୍ୟୁଏମ୍ ସହିତ ସଂପର୍କ ଶେଷ ହେବା ପରେ ଇମ୍ରାନ୍ ସମର୍ଥକଙ୍କ ସାଂସଦଙ୍କ ସଂଖ୍ୟା ୧୬୪ରେ ପହଞ୍ଚିଛି । ବିରୋଧୀ ଦଳର ସାଂସଦଙ୍କ ସଂଖ୍ୟା ୧୭୭ ହୋଇଛି । ଏମ୍‌କ୍ୟୁଏମ୍‌-ପିର ମୋଟ ୭ ଜଣ ସାଂସଦ ଅଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ, ଏବେ ବିରୋଧୀ ଦଳକୁ ଇମ୍ରାନଙ୍କ ପାର୍ଟିଙ୍କ ବିଦ୍ରୋହୀ ସାଂସଦଙ୍କ ମଧ୍ୟ ଆବଶ୍ୟକତା ନାହିଁ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇମ୍ରାନ ଖାନ ସରକାର ସଂସଦର ନିମ୍ନ ଗୃହରେ ନିଜର ବହୁମତ ହରାଇଛନ୍ତି । ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ ଗ୍ରହଣ କରାଯାଇପାରେ । ଏଥିରେ ଇମ୍ରାନ ସରକାର ଚାଲିଯିବାର ସମ୍ଭାବନା ଦେଖାଯାଉଛି । ବିରୋଧୀ ଦଳ ସହିତ ଏକ ପ୍ରସଙ୍ଗ ଉପରେ ଦସ୍ତଖତ ପରେ ଏମକ୍ୟୁଏମ୍‌-ପିର ନିଷ୍ପତ୍ତି ଆସିଥିବା ଚର୍ଚ୍ଚା ହେଉଛି । ସୂତ୍ର ଅନୁସାରେ ଏହି ବୁଝାମଣା ଉପରେ ନ୍ୟାଶନାଲ ଆସେମ୍ବଲିରେ ବିରୋଧୀ ଦଳର ନେତା ଶାହବାଜ ଶରୀଫ, ପିଡିଏମର ମୁଖ୍ୟ ମୌଲାନା ଫଜଲୁର ରହମାନ ଓ ଆସିଫ ଅଲି ଜର୍ଦ୍ଦାରୀ ଦସ୍ତଖତ କରିଛନ୍ତି ।

https://www.thesakala.in/national-international/imran-khan-loses-majority-as-ptis-key-ally-mqm-p-strikes-deal-with-opposition/article-10371
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର