ପାକିସ୍ତାନୀଙ୍କୁ ଚିହ୍ନଟ କରି ଶୀଘ୍ର ବିଦାକର, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅମିତ ଶାହଙ୍କ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ : ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆକ୍ସନ ମୋଡ୍‌ରେ ରହିଛି। କୌଣସି ମୁହୂର୍ତ୍ତରେ ଭାରତ ପାକିସ୍ତାନ ଉପରେ କିଛି ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ। ତେବେ ଏହାରି ମଧ୍ୟରେ ଭାରତରେ ଥିବା ପାକିସ୍ତାନୀମାନଙ୍କୁ ଚିହ୍ନଟ କରାଯାଇ ବିଦା କରାଯାଉଛି। ମଙ୍ଗଳବାର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ବୁଧବାର ପାକିସ୍ତାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ ସହ […]

ନୂଆଦିଲ୍ଲୀ : ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆକ୍ସନ ମୋଡ୍‌ରେ ରହିଛି। କୌଣସି ମୁହୂର୍ତ୍ତରେ ଭାରତ ପାକିସ୍ତାନ ଉପରେ କିଛି ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ। ତେବେ ଏହାରି ମଧ୍ୟରେ ଭାରତରେ ଥିବା ପାକିସ୍ତାନୀମାନଙ୍କୁ ଚିହ୍ନଟ କରାଯାଇ ବିଦା କରାଯାଉଛି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା: ବ୍ରିଜ୍ ଉପରୁ ୧୦୦ ମିଟର ତଳକୁ ଖସିଲା ବସ୍, ୮ ମୃତ

ମଙ୍ଗଳବାର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ବୁଧବାର ପାକିସ୍ତାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ ସହ ଭାରତରେ ଥିବା ଯେକୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବା ପାଇଁ ୪୮ ଘଣ୍ଟା ସମୟ ଦେଇଥିଲେ। ତେବେ ଏହାପରେ ମଧ୍ୟ ବହୁ ପାକିସ୍ତାନୀ ବିଭିନ୍ନ ରାଜ୍ୟରେ ରହିଛନ୍ତି। ଯାହାକୁ ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକିସ୍ତାନୀମାନଙ୍କୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆନ୍ତର୍ଜାତୀୟ ନ୍ୟାୟାଳୟଙ୍କ ରୋହିଙ୍ଗ୍ୟା ଗଣହତ୍ୟା ରାୟକୁ ‘ଅନ୍ୟାୟ’ କହି ପ୍ରତ୍ୟାଖ୍ୟାନ କଲା ମିଆଁମାର

ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ  ନିଜ ନିଜ ରାଜ୍ୟରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ପଦକ୍ଷେପ ନେବାକୁ ଏବଂ ସେମାନଙ୍କୁ ଶୀଘ୍ର ପାକିସ୍ତାନ ଫେରିବା ସୁନିଶ୍ଚିତ କରିବାକୁ କହିଛନ୍ତି। ଗତକାଲିଠୁ ପାକିସ୍ତାନ ନାଗରିକଙ୍କ ଭିସା ବାତିଲ କରିଛନ୍ତି ଭାରତ ସରକାର ଏବଂ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ୩ ଦିନର ମହଲତ ଦିଆଯାଇଛି । ଆଉ ଏବେ ସବୁ ରାଜ୍ୟରୁ ପାକିସ୍ତାନୀଙ୍କୁ ତଡ଼ିବାକୁ ପ୍ରୟାସ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ମେଟା ଅଫିସ୍ ଭଙ୍ଗାରୁଜା କଲା ଯୁବ କଂଗ୍ରେସ, ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣାକୁ ନେଇ ହଙ୍ଗାମା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର