ୟୁଏଇରେ ଲୁଚିଛନ୍ତି ଘନି

The Sakala Picture
Published On

ଆବୁଧାବି : ତାଲିବାନ କାବୁଲକୁ କବଜା କରିବା ପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇ ଥିଲେ। ତେବେ ସେ କୁଆଡେ ଯାଇଥିଲେ ତାହାର କୌଣସି ସୂଚନା ମିଳିନଥିଲା। ଏବେ ଘନି ଏବଂ ତାଙ୍କ ପରିବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଥିବା ଜଣାପଡିଛି। ଘନି ନିଜ ସହ ୪ଟି କାର୍ ଏବଂ ହେଲିକପ୍ଟରରେ ନଗଦ ଅର୍ଥ ନେଇ ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ୟୁଏଇ ଅନୁଯାୟୀ ମାନବିକତା ଆଧାରରେ ଘନି ଏବଂ ତାଙ୍କ ପରିବାରକୁ […]

ଆବୁଧାବି : ତାଲିବାନ କାବୁଲକୁ କବଜା କରିବା ପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇ ଥିଲେ। ତେବେ ସେ କୁଆଡେ ଯାଇଥିଲେ ତାହାର କୌଣସି ସୂଚନା ମିଳିନଥିଲା। ଏବେ ଘନି ଏବଂ ତାଙ୍କ ପରିବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଥିବା ଜଣାପଡିଛି। ଘନି ନିଜ ସହ ୪ଟି କାର୍ ଏବଂ ହେଲିକପ୍ଟରରେ ନଗଦ ଅର୍ଥ ନେଇ ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ୟୁଏଇ ଅନୁଯାୟୀ ମାନବିକତା ଆଧାରରେ ଘନି ଏବଂ ତାଙ୍କ ପରିବାରକୁ ଶରଣ ଦିଆଯାଇଛି। ୟୁଏଇ ସରକାରୀ ନ୍ୟୁଜ ଏଜେନ୍ସିକୁ ବୈଦେଶିକ ମନ୍ତ୍ରୀଙ୍କ ପକ୍ଷରୁ ଏହି ବୟାନ ଜାରି କରାଯାଇଛି। ତେବେ ଘନି ଦେଶ ମଧ୍ୟରେ କେଉଁଠାରେ ଅଛନ୍ତି ତାହାର କୌଣସି ସୂଚନା ଦିଆଯାଇନାହିଁ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର