ନିର୍ବାଚନ କମିଶନଙ୍କ ବଡ ଘୋଷଣା : ୫ ରାଜ୍ୟରେ ହେବ ନିର୍ବାଚନ, ଭୋଟ ଦେବେ ୧୮ କୋଟି ୩୪ ଲକ୍ଷ ମତଦାତା

The Sakala Picture
Published On

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ କରିବା ସହିତ ନିର୍ବାଚନ ତାରିଖ ନେଇ ବଡ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନ କରୋନା ସମୟରେ କିପରି  ହେବ ସେନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଓମିକ୍ରନ ଭାରିଆଣ୍ଟର ଭୟାବହତା ମଧ୍ୟରେ ନିର୍ବାଚନ ହେଉଥିବାରୁ ଭୋଟର ସୁରକ୍ଷା ନିର୍ବାଚନ କମିଶନଙ୍କ ପ୍ରାଥମିକତା ରହିବ […]

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ କରିବା ସହିତ ନିର୍ବାଚନ ତାରିଖ ନେଇ ବଡ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନ କରୋନା ସମୟରେ କିପରି  ହେବ ସେନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ: ପାକିସ୍ତାନ-ତୁର୍କୀର ‘ମକ୍କା ଚୁକ୍ତି’ ପାଇଁ ବଡ଼ ପରୀକ୍ଷା

ଓମିକ୍ରନ ଭାରିଆଣ୍ଟର ଭୟାବହତା ମଧ୍ୟରେ ନିର୍ବାଚନ ହେଉଥିବାରୁ ଭୋଟର ସୁରକ୍ଷା ନିର୍ବାଚନ କମିଶନଙ୍କ ପ୍ରାଥମିକତା ରହିବ ବୋଲି କମିଶନ ଘୋଷଣା କରିଛନ୍ତି। ୫ଟି ରାଜ୍ୟରେ ୭ଟି ପର୍ୟ୍ୟାୟରେ ହେବ ନିର୍ବାଚନ ।ଫେବୃଆରୀ ୧୦ରେ ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମାର୍ଚ୍ଚ ୧୦ ସବୁ ରାଜ୍ୟ ଭୋଟ୍‌ ଗଣତି ହେବ ।

ଆହୁରି ପଢ଼ନ୍ତୁ: ସିଇସିଙ୍କ ବିରୋଧରେ ଅକ୍ଟୋବର ୧୦ରେ ଜନ୍ତର ମନ୍ତରରେ ବିକ୍ଷୋଭ: ଦିଲ୍ଲୀ ପୋଲିସକୁ ଔପଚାରିକ ସୂଚନା ଦେଲେ ସୌରଭ ଦାସ

ପଞ୍ଜାବ, ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଏବଂ ଗୋଆରେ ନିର୍ବାଚନ ଅନୁଷ୍ଠିତହେବାକୁ ଯାଉଛି । ସମୁଦାୟ ୬୯୦ଟି ଆସନରେ ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା । ଉତ୍ତର ପ୍ରଦେଶରେ ସର୍ବାଧିକ ୪୦୩ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ୫ଟି ଯାକ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଭୋଟ ଦାନ କେନ୍ଦ୍ରରେ ମାସ୍କ, ସାନିଟାଇଜର ଏବଂ ଥର୍ମାଲ ସ୍କାନିଂ ବାଧ୍ୟତା ମୂଳକ କରାଯାଇଛି । ସମୁଦାୟ ୧୮.୨ କୋଟି ଭୋଟର ଭୋଟଦାନ କରିବା ସହିତ ୬୯୦ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପୂର୍ବରୁ ଗୋଟିଏ ବୁଥରେ ସର୍ବାଧିକ ୧୫୦୦ ଭୋଟର ଭୋଟ ଦେଇ ପାରୁଥିବା ବେଳେ ବର୍ତ୍ତମାନ ତାକୁ ୧୨୦୦କୁ ହ୍ରାସ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ CJPର ବିଶାଳ ବିକ୍ଷୋଭ: ୧୭୦ଟି ପାସେଞ୍ଜର ଟ୍ରେନ୍ ବାତିଲ, ଯାତ୍ରୀଙ୍କ ପାଇଁ ସମସ୍ୟା

ଏହି କାରଣରୁ ୩୦୩୩୦ଟି ବୁଥ୍ ସଂଖ୍ୟାରେ ଅଭିବୃଦ୍ଧି ଘଟିଛି । ଏହାକୁ ମିଶାଇ ୫ଟି ଯାକ ରାଜ୍ୟରେ ବୁଥ୍ ସଂଖ୍ୟା ୨ ଲକ୍ଷ ୧୫ ହଜାର ୩୬୮ରେ ପହଞ୍ଚିଛି । ସମୁଦାୟ ବୁଥ୍ ସଂଖ୍ୟାରେ ୧୬ ପ୍ରତିଶତ ବୃଦ୍ଧି ଘଟିିଛି । ୫ଟି ଯାକ ରାଜ୍ୟରେ ୨୪.୯ ଲକ୍ଷ ନୂଆ ଭୋଟର ପ୍ରଥମ ଥର ଭୋଟ ଦେବେ ବୋଲି ଜଣାପଡିଛି । ସେହିପରି ଭୋଟର ସଂଖ୍ୟା କମ କରାଯିବା ପରେ ପ୍ରତି ବୁଥରେ ହାରାହାରି ଭୋଟର ସଂଖ୍ୟା ଗୋଆରେ ୬୭୨, ମଣିପୁରରେ ୬୮୮, ଉତ୍ତରାଖଣ୍ଡରେ ୬୯୯, ଉତ୍ତର ପ୍ରଦେଶ ଓ ପଞ୍ଜାବରେ ୮୬୨ ରହିଛି । ଜାନୁୟାରୀ ୧୫ ଯାଏଁ ରୋଡ ଶୋ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ବିଜୟ ଶୋଭାଯାତ୍ରା ପାଳନ ଉପରେ ମଧ୍ୟ ରୋକ ଲଗାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର