ସାଂଘାତିକ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ସରକାରଙ୍କ ବଡ଼ ଘୋଷଣା, ୫୦% କର୍ମଚାରୀ କରିବେ ‘ୱାର୍କ ଫ୍ରମ ହୋମ’...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚିଛି। ଲଗାତାର ବିଗୁଡୁଥିବା ପରିବେଶକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ, ବର୍ତ୍ତମାନ ରାଜଧାନୀର ସମସ୍ତ ପ୍ରତିଷ୍ଠାନରେ ୫୦ ପ୍ରତିଶତ କର୍ମଚାରୀଙ୍କ ପାଇଁ 'ୱାର୍କ ଫ୍ରମ ହୋମ' ବା ଘରେ ରହି କାମ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଭୟ ସରକାରୀ ଏବଂ ବେସରକାରୀ ଅଫିସ ପାଇଁ ଲାଗୁ ହେବ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ସଂସ୍ଥା ଏହି ଗାଇଡଲାଇନର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ଠାରୁ ଭାରି ଜରିମାନା ଆଦାୟ କରାଯିବ। ତେବେ ଅତ୍ୟାବଶ୍ୟକ ସେବା ଉପରେ ଏହି ନିୟମ ଲାଗୁ ହେବ ନାହିଁ। ଡାକ୍ତରଖାନା, ଜେଲ, ପବ୍ଲିକ ଟ୍ରାନ୍ସପୋର୍ଟ, ଜଙ୍ଗଲ ବିଭାଗ ଏବଂ ଜଳ ବୋର୍ଡ ଭଳି ଜରୁରୀ ସେବାଗୁଡିକ ପୂର୍ବଭଳି ଚାଲୁ ରହିବ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ବର୍ଦ୍ଧିତ AQI (ବାୟୁ ଗୁଣବତ୍ତା ସୂଚକାଙ୍କ) କୁ ନଜରରେ ରଖି ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନିର୍ମାଣ କାର୍ଯ୍ୟ ବନ୍ଦ ରହିବା କାରଣରୁ କୋଠାବାଡି ନିର୍ମାଣରେ ନିୟୋଜିତ ଶ୍ରମିକମାନଙ୍କୁ ୧୬ ଦିନ ପାଇଁ ୧୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ। ଶ୍ରମିକମାନେ ଯେପରି କୌଣସି ଆର୍ଥିକ ସଙ୍କଟର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ପଞ୍ଜିକୃତ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ପଠାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଦିଲ୍ଲୀର ବାୟୁ ଅତ୍ୟନ୍ତ ବିଷାକ୍ତ ହୋଇପଡିଥିବାରୁ ସେଠାରେ ଗ୍ରାପ-୪ (GRAP-4) ନିୟମ ଲାଗୁ କରାଯାଇଛି। ରାସ୍ତାରେ ଗାଡିମୋଟର ଚଳାଚଳ କମାଇବା ଏବଂ ପ୍ରଦୂଷଣ ମାତ୍ରା ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ଏଭଳି କଡା ଗାଇଡଲାଇନ ଜାରି କରିଛନ୍ତି, ଯାହାଦ୍ୱାରା ରାଜଧାନୀବାସୀଙ୍କୁ ବିଷାକ୍ତ ପବନରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର