ପୁଅ-ବୋହୂଙ୍କ ଝଗଡ଼ା ସହିବାକୁ ମାଆ-ବାପା ବାଧ୍ୟ ନୁହଁନ୍ତି- ଦିଲ୍ଲୀ ହାଇକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ପୁଅବୋହୂଙ୍କ ଝଗଡ଼ା ସହୁଥିବା ବୃଦ୍ଧ ମାଆ-ବାପାଙ୍କୁ ଦିଲ୍ଲୀ ହାଇକୋର୍ଟ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ପୁଅବୋହୂଙ୍କ ମଧ୍ୟରେ ପ୍ରତିଦିନ ହେଉଥିବା କଳିଝଗଡ଼ା ସହିବାକୁ ବୃଦ୍ଧ ବାପାମାଆ ବାଧ୍ୟ ନୁହଁନ୍ତି ଏବଂ ସେମାନେ ବୋହୂକୁ ଘରୁ ବାହାର କରିପାରିବେ ବୋଲି କୋର୍ଟ କହିଛନ୍ତି। ଘରୋଇ ହିଂସା ନିୟମ ଅନୁଯାୟୀ ଶାଶୂଶଶୁରଙ୍କ ସହ ମିଳିତ ଭାବେ ଘରେ ରହିବା ନେଇ କୌଣସି ବୋହୂଙ୍କ ଅଧିକାର ନାହିଁ। ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ସେମାନେ ବୋହୂକୁ ଘରୁ ବାହାର କରିପାରନ୍ତି। ନିମ୍ନ […]

ନୂଆଦିଲ୍ଲୀ: ପୁଅବୋହୂଙ୍କ ଝଗଡ଼ା ସହୁଥିବା ବୃଦ୍ଧ ମାଆ-ବାପାଙ୍କୁ ଦିଲ୍ଲୀ ହାଇକୋର୍ଟ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ପୁଅବୋହୂଙ୍କ ମଧ୍ୟରେ ପ୍ରତିଦିନ ହେଉଥିବା କଳିଝଗଡ଼ା ସହିବାକୁ ବୃଦ୍ଧ ବାପାମାଆ ବାଧ୍ୟ ନୁହଁନ୍ତି ଏବଂ ସେମାନେ ବୋହୂକୁ ଘରୁ ବାହାର କରିପାରିବେ ବୋଲି କୋର୍ଟ କହିଛନ୍ତି। ଘରୋଇ ହିଂସା ନିୟମ ଅନୁଯାୟୀ ଶାଶୂଶଶୁରଙ୍କ ସହ ମିଳିତ ଭାବେ ଘରେ ରହିବା ନେଇ କୌଣସି ବୋହୂଙ୍କ ଅଧିକାର ନାହିଁ। ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ସେମାନେ ବୋହୂକୁ ଘରୁ ବାହାର କରିପାରନ୍ତି। ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜଣେ ବୋହୂ କରିଥିବା ଆବେଦନର ଶୁଣାଣି କରି ଜଷ୍ଟିସ ଯୋଗେଶ ଖାନ୍ନା ଏହି ରାୟ ଶୁଣାଇଥିଲେ। ଶଶୂର ଘରେ ରହିବା ପାଇଁ ଦିଆଯାଉନଥିବା ବୋହୂ ଅଭିଯୋଗ କରିଥିଲେ। କୋର୍ଟ କହିଥିଲେ ଯେ ଶାଶୂଶଶୁରଙ୍କ ଦ୍ବାରା କିଣା ଯାଇଥିବା ସମ୍ପତ୍ତିରେ ବୋହୂଙ୍କ ଅଧିକାର ସ୍ଥାୟୀ ନୁହେଁ। ଏକ ଯୌଥ ପରିବାର ମାମଲାରେ ସମ୍ବନ୍ଧିତ ସମ୍ପତ୍ତିର ମାଲିକ ବୋହୂଙ୍କୁ ନିଜ ସମ୍ପତ୍ତିରୁ ବେଦଖଲ କରିପାରନ୍ତି।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

ଏହି ମାମଲାରେ ଛାଡପତ୍ର ନ ହେବା ପର୍ଯ୍ୟନ୍ତ ବୋହୂଙ୍କୁ ବିକଳ୍ପ ଘର ପ୍ରଦାନ କରାଯାଉ। ଏହି ମାମଲାରେ ଶାଶୂ (୬୯) ଏବଂ ଶଶୁର (୭୪) ବରିଷ୍ଠ ନାଗରିକ। ସେମାନ ଜୀବନର ଅପରାହ୍ଣରେ ଉପନୀତ। ପୁଅବୋହୂଙ୍କ କଳିଝଗଡାରେ ପ୍ରଭାବିତ ନହୋଇ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ସେମାନଙ୍କ ଅଧିକାର। ଉଭୟ ପକ୍ଷ ମଧ୍ୟରେ ବିବାଦ ଥିବାରୁ ଜୀବନର ଶେଷ ସମୟରେ ଶାଶୂଶଶୁର ଆବେଦନକାରୀଙ୍କ ପାଖରେ ରହିବା ଉଚିତ ହେବନାହିଁ। ତେଣୁ ଘରୋଇ ହିଂସାର ମହିଳା ସଂରକ୍ଷଣ ନିୟମ ଅନୁଯାୟୀ ଆବେଦନକାରୀଙ୍କୁ ବିକଳ୍ପ ଘର ପ୍ରଦାନ କରାଯାଉ। କୋର୍ଟ କହିଥିଲେ ଯେ ପତି ମଧ୍ୟ ନିଜ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପତି ନିଜ ମାଆବାପାଙ୍କ ସମ୍ପତ୍ତି ଉପରେ କୌଣସି ଦାବି ଉପସ୍ଥାପନ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ନେଇ ତାତିଲା ଆଫଗାନିସ୍ତାନ: ଉଚିତ ଜବାବ ଦେବାକୁ ତାଲିବାନର କଡ଼ା ଚେତାବନୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର