ସିଆର୍ପିଏଫ୍ ଯବାନ ମୁନିର ଅହମ୍ମଦ ଚାକିରିରୁ ବହିଷ୍କୃତ, ପାକିସ୍ତାନୀ ମହିଳାଙ୍କୁ ବିବାହ ତଥ୍ୟ ଲୁଚାଇଥିଲେ
ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (CRPF) ଏହାର ଜଣେ ଯବାନ ମୁନିର ଅହମ୍ମଦଙ୍କୁ ଜଣେ ପାକିସ୍ତାନୀ ମହିଳାଙ୍କ ସହିତ ତାଙ୍କ ବିବାହର ତଥ୍ୟ ଲୁଚାଇବା ଅଭିଯୋଗରେ ଚାକିରିରୁ ବହିଷ୍କାର କରାଯାଇଛି। ସିଆର୍ପିଏଫ୍ର ୪୧ ବାଟାଲିଅନରେ କାର୍ଯ୍ୟରତ ମୁନିର ଅହମ୍ମଦ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିବା ସତ୍ତ୍ବେ ଏହାର ତଥ୍ୟ ଲୁଚାଇଥିଲେ। ଏଥି ସହିତ ତାଙ୍କ ପତ୍ନୀଙ୍କ ଭିସାର ବୈଧତା ନଥିବା ଜାଣିବା ସତ୍ବେ ମଧ୍ୟ ମୁନିର ଅହମ୍ମଦ ତାଙ୍କୁ ଭାରତରେ ରଖିଥିଲେ। ସର୍ଭିସ […]
ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (CRPF) ଏହାର ଜଣେ ଯବାନ ମୁନିର ଅହମ୍ମଦଙ୍କୁ ଜଣେ ପାକିସ୍ତାନୀ ମହିଳାଙ୍କ ସହିତ ତାଙ୍କ ବିବାହର ତଥ୍ୟ ଲୁଚାଇବା ଅଭିଯୋଗରେ ଚାକିରିରୁ ବହିଷ୍କାର କରାଯାଇଛି। ସିଆର୍ପିଏଫ୍ର ୪୧ ବାଟାଲିଅନରେ କାର୍ଯ୍ୟରତ ମୁନିର ଅହମ୍ମଦ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିବା ସତ୍ତ୍ବେ ଏହାର ତଥ୍ୟ ଲୁଚାଇଥିଲେ। ଏଥି ସହିତ ତାଙ୍କ ପତ୍ନୀଙ୍କ ଭିସାର ବୈଧତା ନଥିବା ଜାଣିବା ସତ୍ବେ ମଧ୍ୟ ମୁନିର ଅହମ୍ମଦ ତାଙ୍କୁ ଭାରତରେ ରଖିଥିଲେ। ସର୍ଭିସ ରୁଲ୍ ଉଲ୍ଲଙ୍ଘନ ଓ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଜବାନ ମୁନିର ଅହମ୍ମଦଙ୍କ ବିରୋଧରେ କ’ଣ ଅଭିଯୋଗ ଅଛି?
‘ମୁନିର ଅହମ୍ମଦଙ୍କୁ ଜଣେ ପାକିସ୍ତାନୀ ମହିଳାଙ୍କ ସହ ତାଙ୍କ ବିବାହକୁ ଲୁଚାଇବା ଏବଂ ତାଙ୍କ ଭିସାର ବୈଧତା ବାହାରେ ଜାଣିଶୁଣି ତାଙ୍କୁ ଆଶ୍ରୟ ଦେବା ପାଇଁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରାଯାଇଛି।’ “ତାଙ୍କର କାର୍ଯ୍ୟ ସର୍ଭିସ ରୁଲ୍ ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଥିଲା,” ସିଆରପିଏଫ ମୁଖପାତ୍ର ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଏମ୍ ଦିନାକରନ୍ କହିଛନ୍ତି।
In a matter of serious concern, CT/GD Munir Ahmed of 41 Battalion of CRPF has been dismissed from service with immediate effect for concealing his marriage to a Pakistani national and knowingly harbouring her beyond the validity of her visa. His actions were found to be in… pic.twitter.com/7xgQTuzskx
— ANI (@ANI) May 3, 2025
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ନିଆଯାଇଥିବା କୂଟନୈତିକ ପଦକ୍ଷେପର ଅଂଶ ସ୍ୱରୂପ ଭାରତ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ କହିବା ପରେ ସିଆରପିଏଫ ଯବାନ ମୁନିର ଅହମ୍ମଦଙ୍କ ମିନାଲ ଖାନଙ୍କ ସହିତ ବିବାହ ସାମ୍ନାକୁ ଆସିଥିଲା। ଗତ ବର୍ଷ ମେ ୨୪ ତାରିଖରେ ଉଭୟ ଭିଡିଓ କଲ୍ ମାଧ୍ୟମରେ ବିବାହ କରିଥିଲେ। ସିଆରପିଏଫ ତଦନ୍ତରୁ ଜଣାପଡିଛି ଯେ ଜବାନ ଜଣକ ତାଙ୍କ ବିବାହ ଏବଂ ଭାରତରେ ରହିବା ବିଷୟରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ସୂଚନା ଦେଇ ନଥିଲେ।





