ଖୁବଶୀଘ୍ର କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି, ସ୍ଥିତି ଅନୁଧ୍ୟାନ କଲା ଏଏସଆଇ

Madhusudan Das Picture
Published On

କୋଣାର୍କ: ଖୁବ୍‌ଶୀଘ୍ର ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି । କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କାଢ଼ିବା ନେଇ ଦୀର୍ଘଦିନ ବ୍ୟବଧାନ ପରେ ଏଏସଆଇ ବିଭାଗର ଆଞ୍ଚଳିକ ନିର୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସଆଇର ପୂର୍ବତନ ଡାଇରେକ୍ଟର ଜେନେରାଲ ଅଫ କଞ୍ଜରଭେସନ(ଡିଜି) ଏକେ.ବାସାଙ୍କ ସମେତ ଏକ ୧୦ ଜଣିଆ ଇଂଜିନିଅର ଟେକିନିକାଲ କୋର କମିଟି କୋଣାର୍କ ଗସ୍ତରେ ଆସି ପହଁଛି ସୂର୍ଯ୍ୟମନ୍ଦିରର ବାଲିକଢା କାର୍ଯ୍ୟର ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ବିଶେଷ ଭାବେ ବାଲି କାଢ଼ିବା ପ୍ରସଙ୍ଗରେ ଏଏସଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡି ବି ଗଡନାୟକଙ୍କ ସହିତ ସବିଶେଷ ଆଲୋଚନା କରିବା ସହିତ ଗର୍ଭ ଗୃହରୁ ବାଲି କାଢ଼ିବା ପାଇଁ ପୂର୍ବରୁ ପ୍ରସ୍ତୁତହୋଇ ରହିଥିବା ଟ୍ରେସ ମ୍ୟାପକୁ ଟିକିନିଖି ଦେଖିଥିଲେ। ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିରର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରି ଦେଖିଥିଲେ । 

ଆହୁରି ପଢ଼ନ୍ତୁ: ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ଭଳି ପୋଷ୍ଟ ନ କରିବାକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଭଦ୍ରକ ପୋଲିସର ଅପିଲ୍

ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ମାତ୍ର ପୁଣି ଏବେ ଗର୍ଭଗୃହ ମଧ୍ୟରେ ଥିବା ପ୍ରକୃତ ସ୍ଥିତିକୁ ଆକଳନ କରି ଜାଣିବା ପାଇଁ ତଳୁ ମନ୍ଦିରର ପ୍ରାୟ ୮୦ଫୁଟ ଉଚ୍ଚତା ରେ ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟରର ଟନେଲ ନିର୍ମାଣ କରାଯିବା ପାଇଁ ସର୍ବସମ୍ମତି ନିଷ୍ପତି ନିଆଯାଇ ଆଜି ସ୍ୱତନ୍ତ୍ର ଡ୍ରିଲ ମାଧ୍ୟମରେ ମନ୍ଦିରର କାନ୍ଥରେ ଟନେଲ ଖୋଳା କାର୍ଯ୍ୟ ଆରମ୍ଭ କରାଯିବ । ଏହି ଟନେଲ ଖୋଳା କାର୍ଯ୍ୟ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲିର ସ୍ଥିତି ଓ ଭିତରର ପଥରର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ବାଲି ତୁରନ୍ତ  ପର୍ଯ୍ୟାୟ କ୍ରମେ କଢ଼ାଯିବ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ଏଏସ ଆଇ ବିଭାଗ ପକ୍ଷରୁ ସମସ୍ତ ମେକାନିକାଲ ପ୍ଲାଟଫର୍ମ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇ ପ୍ରସ୍ତୁତ ହୋଇ ରହିଛି ବୋଲି ଏଏସଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡି ବି ଗଡନାୟକ ପ୍ରକାଶ କରିଥିଲେ ।

ଆହୁରି ପଢ଼ନ୍ତୁ: ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍‌, MSP ଧାର୍ଯ୍ୟ କରିବେ ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp