ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା, ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଜାରି

Madhusudan Das Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ପଶ୍ଚିମରୁ ଉପକୂଳ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ କିଛି ସ୍ଥାନରେ ପ୍ରବଳ ଜାଡ ଅନୁଭବ ହେଉଛି। ରାଜ୍ୟକୁ କ୍ରମାଗତ ଭାବେ ଆସୁଥିବା ଥଣ୍ଡା ପବନ ଯୋଗୁଁ ତାପମାତ୍ରା କମିଛି। ତେଣୁ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ଶୀତ ଆଶଙ୍କା କରି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଜାରି କରିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀକୁ ଖସିଥିବା ବେଳେ ସେମିଳିଗୁଡାରେ ୪.୬, ଫୁଲବାଣୀ ୭.୨, ଝାରସୁଗୁଡା ୭.୪, ଦାରିଙ୍ଗବାଡି ୭.୫, ରାଉରକେଲା ୭.୬, ଚିପିଲିମା ୮, ଅନୁଗୁଳ ୮.୮, ସୁନ୍ଦରଗଡ଼ର କିରେଇ ୮.୯, ଭବାନୀପାଟଣା ୯ ଓ ନବରଙ୍ଗପୁରରେ ପାରଦ ୧୦ ଡିଗ୍ରୀ ଛୁଇଁଛି। ଏହି ତାପମାତ୍ରା ସହ ଝାରସୁଗୁଡ଼ାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୬.୨ ଡିଗ୍ରୀ ତଳକୁ ଖସିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସାରା ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଥଣ୍ଡା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଉତ୍ତର ଆଭ୍ୟନ୍ତରୀଣ (ସୁନ୍ଦରଗଡ଼-ଝାରସୁଗୁଡ଼ା) ଓ ପଶ୍ଚିମ ଓଡ଼ିଶା (ସମ୍ବଲପୁରଠାରୁ ନବରଙ୍ଗପୁର) ଓ ସଂଲଗ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ଅପରିବର୍ତ୍ତିତ ରହିବ। ୨୧ ତାରିଖ ପରେ ତାପମାତ୍ରା କିଛି ମାତ୍ରାରେ ବଢ଼ିପାରେ। ଉପକୂଳ ଜିଲ୍ଲା (ବାଲେଶ୍ୱର-ଗଞ୍ଜାମ) ଓ ସଂଲଗ୍ନ ଜିଲ୍ଲା (ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ଗଜପତି)ରେ ୧୧ ତାରିଖ ରାତିରୁ ଶୀତ ବଢ଼ିବ୍ୟ ୧୧-୧୩ ମଧ୍ୟରେ ୨ ଡିଗ୍ରୀ ଏବଂ କନ୍ଧମାଳ, ଢେଙ୍କାନାଳ, କୋରାପୁଟ ଜିଲ୍ଲାରେ ୩-୪ ଡିଗ୍ରୀ କମିବାର ସମ୍ଭାବନା ରହିଛି। ତେବେ ୧୪ରେ ଓ ୧୭ରେ ରାତିରେ ପୁଣି ଶିତ ବଢ଼ି ୧୯ ତାରିଖରେ ବର୍ତ୍ତମାନର ସ୍ଥିତି ଫେରିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଚଳିତ ବର୍ଷ ଗତ ୪ ତାରିଖରୁ ଆରମ୍ଭ ହୋଇ ୨ ସପ୍ତାହରୁ ଅଧିକ ଦିନ ଥଣ୍ଡା ଜାରି ରହିବ। ଲା-ନିନା ଯୋଗୁଁ ଥଣ୍ଡା ବୃଦ୍ଧିର କରାଣ କୁହାଯାଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଝାରସୁଗୁଡ଼ା, ଅନୁଗୁଳ ଓ ସୁନ୍ଦରଗଡ଼ ପାଇଁ ଶୀତ ଲହରୀ ଚେତାବନୀ ଜାରି କରାଯାଇଥିବା ବେଳେ ବୁଧବାର ଓ ଗୁରୁବାର ୧୦ ଟି ଲେଖାଏଁ ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଜାରି କରାଯାଇଛି। ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱୀବେବୀ କହିଛନ୍ତି ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ଜିଲ୍ଲାରେ ମୁଖ୍ୟତଃ ଶୁଖିଲା ପାଗ ରହିବା ସହ କିଛି ସ୍ଥାନରେ ଘନ କୁହୁଡି  ପାଇଁ ମଧ୍ୟ ପାଗ ଅନୁକୂଳ ରହୁଛି। ମଙ୍ଗଳବାର ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର