NH ରେ ଲାଗିଥିବା ସ୍ପିଡୋ ମିଟରରେ ନିଜର ବେଗ ଯାଞ୍ଚ କଲେ ବାଳକ; ଭିଡିଓ ଭାଇରାଲ, ୟୁଜର୍ସ କଲେ ମଜାଳିଆ କମେଣ୍ଟ....

The Sakala Picture
Published On

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ, କିନ୍ତୁ ବର୍ତ୍ତମାନ ଦିଲ୍ଲୀର ଏକ ଭିଡିଓ ଇଣ୍ଟରନେଟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ବାଳକ ଜାତୀୟ ରାଜପଥରେ ଲାଗିଥିବା ଗତି ମାପକ ଯନ୍ତ୍ର (Speed Camera) ସାହାଯ୍ୟରେ ନିଜ ଦୌଡ଼ିବାର ବେଗ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

https://www.instagram.com/reel/DSFwJkvjXlR/

ଭିଡିଓରେ ଦେଖାଯାଉଛି ଯେ, ରାଜପଥର ଗୋଟିଏ ପାର୍ଶ୍ୱରେ ଥିବା ଏନଏଚଏଆଇ (NHAI)ର ଡିଜିଟାଲ୍ ସ୍ପିଡ୍ ଡିସ୍‌ପ୍ଲେ ବୋର୍ଡ ତଳେ ପିଲାଟି ଦ୍ରୁତ ଗତିରେ ଦୌଡୁଛି। ସେ ସ୍ପିଡ୍ କ୍ୟାମେରା ଅତିକ୍ରମ କରିବା ମାତ୍ରେ ସ୍ପିଡୋମିଟରରେ ଘଣ୍ଟା ପ୍ରତି ୨୨-୨୩ କିଲୋମିଟର ବେଗ ପ୍ରଦର୍ଶିତ ହୋଇଥିଲା। ପିଲାଟିର ଏହି ଅଭିନବ ଚିନ୍ତାଧାରା ଏବେ ଲକ୍ଷ ଲକ୍ଷ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଆହୁରି ପଢ଼ନ୍ତୁ: ଡ୍ରୋନ୍ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି: ବିମାନ ଯାତ୍ରା ବେଳେ ଘଟିଥିଲା ଅଘଟଣ

"ସ୍ପିଡ୍ ଟେଷ୍ଟ୍ ସମ୍ପୂର୍ଣ୍ଣ ହେଲା, ଭାରତ ପ୍ରକୃତରେ ନୂଆ ଲୋକଙ୍କ ପାଇଁ ନୁହେଁ (India is not for beginners)" କ୍ୟାପସନ୍ ସହ ଏହି ଭିଡିଓଟି ସେୟାର କରାଯାଇଛି।କିଛି ଲୋକ ଏହାକୁ ସରକାରୀ ସମ୍ପତ୍ତିର "ସଦୁପଯୋଗ" କହି ମଜାଳିଆ କମେଣ୍ଟ ଦେଇଥିବା ବେଳେ, ଅନ୍ୟ କିଛି ଲୋକ ରାଜପଥରେ ଦୌଡ଼ିବା ବିପଦଜନକ ବୋଲି ମତ ଦେଇଛନ୍ତି। ଭିଡିଓଟି ମନୋରଞ୍ଜନଧର୍ମୀ ହୋଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ପିଲାମାନଙ୍କୁ ରାଜପଥ କିମ୍ବା ଏଭଳି ସମ୍ବେଦନଶୀଳ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର