ପିଆଜ-ରସୁଣ ପାଇଁ ଭାଙ୍ଗିଲା ୨୩ ବର୍ଷର ସଂସାର: ହାଇକୋର୍ଟରେ ପହଞ୍ଚିଲା ଅଜବ ମାମଲା

Sakala Desk Picture
Published On

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ କାରଣରୁ ମନାନ୍ତର ଓ ମତାନ୍ତର ହୋଇଥାଏ, କିନ୍ତୁ କେବଳ ଖାଦ୍ୟର ରୁଚିକୁ ନେଇ ୨୩ ବର୍ଷର ଦାମ୍ପତ୍ୟ ଜୀବନ ଶେଷ ହେବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଗୁଜରାଟର ଅହମ୍ମଦାବାଦରେ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପିଆଜ ଓ ରସୁଣ (Onion and Garlic) କୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ କଥା ଛାଡପତ୍ର ଯାଏଁ ପହଞ୍ଚିଛି। ଗୁଜରାଟ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି।

ଆହୁରି ପଢ଼ନ୍ତୁ: ଆର୍ଥ ଆୱାର ୨୦୨୬: ଆଜି ରାତି ୮.୩୦ରୁ ୯.୩୦ ଯାଏଁ ବନ୍ଦ ରହିବ ଆଲୁଅ, ଜାଣନ୍ତୁ ଦିଲ୍ଲୀ ସମେତ ସାରା ଦେଶରେ କ’ଣ ରହିଛି ପ୍ରଭାବ

୨୦୦୨ରେ ହୋଇଥିଲା ବିବାହ

ରିପୋର୍ଟ ଅନୁଯାୟୀ, ଉକ୍ତ ଦମ୍ପତିଙ୍କ ବିବାହ ୨୦୦୨ ମସିହାରେ ଅନୁଷ୍ଠିତ ହୋଇଥିଲା। ପତ୍ନୀ ସ୍ୱାମୀନାରାୟରଣ ସମ୍ପ୍ରଦାୟର ଭକ୍ତ ହୋଇଥିବାରୁ ସେ ପିଆଜ ଓ ରସୁଣ ଖାଉନଥିଲେ। ଅନ୍ୟପକ୍ଷରେ ସ୍ୱାମୀଙ୍କ ପୁରା ପରିବାର ଏହିସବୁ ପରିବା ବ୍ୟବହାର କରୁଥିଲେ। ଶାଶୁ ବୋହୂ ପାଇଁ ବିନା ପିଆଜ-ରସୁଣରେ ଅଲଗା ରୋଷେଇ କରୁଥିଲେ ମଧ୍ୟ ପତ୍ନୀ ଏଥିରେ ଖୁସି ନଥିଲେ। କ୍ରମଶଃ ଏହି ଖାଦ୍ୟଗତ ପାର୍ଥକ୍ୟ ଦମ୍ପତିଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା। ପରିଶେଷରେ ବିବାଦ ବଢିବାରୁ ପତ୍ନୀ ନିଜ ପିଲାକୁ ଧରି ଶାଶୁଘର ଛାଡି ଚାଲିଯାଇଥିଲେ।

ଆହୁରି ପଢ଼ନ୍ତୁ: ଆପଲ୍ ୟୁଜର୍ସଙ୍କ ପାଇଁ ସତର୍କ ସୂଚନା: ଆଇଫୋନ୍, ମ୍ୟାକ୍ ଓ ସ୍ମାର୍ଟୱାଚ୍ ବ୍ୟବହାରକାରୀଙ୍କୁ ସରକାରଙ୍କ ଚେତାବନୀ

ଭରଣପୋଷଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ସ୍ତ୍ରୀ ଘର ଛାଡିବା ପରେ ସ୍ୱାମୀ ୨୦୧୩ ମସିହାରେ ଅହମଦାବାଦ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଦୀର୍ଘ ବର୍ଷର ଶୁଣାଣି ପରେ ୨୦୨୪ରେ କୋର୍ଟ ଛାଡପତ୍ର ମଞ୍ଜୁର କରିଥିଲେ। ତେବେ ଛାଡପତ୍ର ପରେ ମଧ୍ୟ ଭରଣପୋଷଣ ଅର୍ଥକୁ ନେଇ ବିବାଦ ଲାଗି ରହିଥିଲା। ସ୍ୱାମୀ ଠିକ ସମୟରେ ଟଙ୍କା ଦେଉନଥିବାରୁ ମହିଳା ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପତ୍ନୀଙ୍କ ଓକିଲଙ୍କ ସୂଚନା ମୁତାବକ, ମୋଟ ୧୩ ଲକ୍ଷ ଟଙ୍କା ବକେୟା ଥିବାବେଳେ ସ୍ୱାମୀ ମାତ୍ର ୨ ଲକ୍ଷ ୭୨ ହଜାର ଟଙ୍କା ଦେଇଥିଲେ। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସ୍ୱାମୀ ବାକି ଟଙ୍କା କିସ୍ତି ଆକାରରେ ଶୁଝିବାକୁ ସମ୍ମତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

12 Dec 2025 By Sakala Desk

ପିଆଜ-ରସୁଣ ପାଇଁ ଭାଙ୍ଗିଲା ୨୩ ବର୍ଷର ସଂସାର: ହାଇକୋର୍ଟରେ ପହଞ୍ଚିଲା ଅଜବ ମାମଲା

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ କାରଣରୁ ମନାନ୍ତର ଓ ମତାନ୍ତର ହୋଇଥାଏ, କିନ୍ତୁ କେବଳ ଖାଦ୍ୟର ରୁଚିକୁ ନେଇ ୨୩ ବର୍ଷର ଦାମ୍ପତ୍ୟ ଜୀବନ ଶେଷ ହେବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଗୁଜରାଟର ଅହମ୍ମଦାବାଦରେ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପିଆଜ ଓ ରସୁଣ (Onion and Garlic) କୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ କଥା ଛାଡପତ୍ର ଯାଏଁ ପହଞ୍ଚିଛି। ଗୁଜରାଟ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି।

୨୦୦୨ରେ ହୋଇଥିଲା ବିବାହ

ରିପୋର୍ଟ ଅନୁଯାୟୀ, ଉକ୍ତ ଦମ୍ପତିଙ୍କ ବିବାହ ୨୦୦୨ ମସିହାରେ ଅନୁଷ୍ଠିତ ହୋଇଥିଲା। ପତ୍ନୀ ସ୍ୱାମୀନାରାୟରଣ ସମ୍ପ୍ରଦାୟର ଭକ୍ତ ହୋଇଥିବାରୁ ସେ ପିଆଜ ଓ ରସୁଣ ଖାଉନଥିଲେ। ଅନ୍ୟପକ୍ଷରେ ସ୍ୱାମୀଙ୍କ ପୁରା ପରିବାର ଏହିସବୁ ପରିବା ବ୍ୟବହାର କରୁଥିଲେ। ଶାଶୁ ବୋହୂ ପାଇଁ ବିନା ପିଆଜ-ରସୁଣରେ ଅଲଗା ରୋଷେଇ କରୁଥିଲେ ମଧ୍ୟ ପତ୍ନୀ ଏଥିରେ ଖୁସି ନଥିଲେ। କ୍ରମଶଃ ଏହି ଖାଦ୍ୟଗତ ପାର୍ଥକ୍ୟ ଦମ୍ପତିଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା। ପରିଶେଷରେ ବିବାଦ ବଢିବାରୁ ପତ୍ନୀ ନିଜ ପିଲାକୁ ଧରି ଶାଶୁଘର ଛାଡି ଚାଲିଯାଇଥିଲେ।

ଭରଣପୋଷଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ସ୍ତ୍ରୀ ଘର ଛାଡିବା ପରେ ସ୍ୱାମୀ ୨୦୧୩ ମସିହାରେ ଅହମଦାବାଦ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଦୀର୍ଘ ବର୍ଷର ଶୁଣାଣି ପରେ ୨୦୨୪ରେ କୋର୍ଟ ଛାଡପତ୍ର ମଞ୍ଜୁର କରିଥିଲେ। ତେବେ ଛାଡପତ୍ର ପରେ ମଧ୍ୟ ଭରଣପୋଷଣ ଅର୍ଥକୁ ନେଇ ବିବାଦ ଲାଗି ରହିଥିଲା। ସ୍ୱାମୀ ଠିକ ସମୟରେ ଟଙ୍କା ଦେଉନଥିବାରୁ ମହିଳା ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପତ୍ନୀଙ୍କ ଓକିଲଙ୍କ ସୂଚନା ମୁତାବକ, ମୋଟ ୧୩ ଲକ୍ଷ ଟଙ୍କା ବକେୟା ଥିବାବେଳେ ସ୍ୱାମୀ ମାତ୍ର ୨ ଲକ୍ଷ ୭୨ ହଜାର ଟଙ୍କା ଦେଇଥିଲେ। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସ୍ୱାମୀ ବାକି ଟଙ୍କା କିସ୍ତି ଆକାରରେ ଶୁଝିବାକୁ ସମ୍ମତି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର