ଗୃହରେ ମାଲକାନଗିରି ଘଟଣାକୁ ନେଇ ରାଜା ସ୍ଵାଇଁଙ୍କ ଉଦବେଗ: 'ଦେଶରେ ଯେମିତି ମଣିପୁର ଜଳୁଥିଲା ଆଜି ଓଡ଼ିଶାରେ ମାଲକାନଗିରି ଜଳୁଛି'

Deviprasad Mohanty Picture
Published On

ଭୁବନେଶ୍ବର: ବିଧାସଭାର ଶୂନ୍ୟକାଳରେ ମାଲକାନଗିରି ଘଟଣାକୁ ନେଇ ରଣେନ୍ଦ୍ର ପ୍ରତାପ (ରାଜା ) ସ୍ଵାଇଁ ଉଦବେଗ ପ୍ରକାଶ କରିଛନ୍ତି। ମାଲକାନଗିରି ଜଳୁଛି। ଆଉ ଗୋଟେ କନ୍ଧମାଳ ହେବାକୁ ଯାଉଛି। ଘର ପୋଡ଼ି ହୋଇଛି।  ଜୀବନ ଯୌବନ ଚାଲି ଗଲାଣି। ଆମେ ବିଧାନସଭାରେ ବସିଛୁ, କିନ୍ତୁ ରାଜ୍ୟର ଗୋଟିଏ ଭାଗ ଜଳୁଛି। ଆଜିକା ଦିନରେ ସେଠିକା ସ୍ଥିତି କଣ ବୋଲି ଗୃହରେ ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଠି ଚୁପ୍ ବସିବେ।  ଅଢେଇ ଲକ୍ଷ ସେଠି ଆଦିବାସୀ। ଦେଶରେ ଯେମିତି ମଣିପୁର ଜଳୁଥିଲା ଆଜି ଓଡିଶାରେ ମାଲକାନଗିରି ଜଳୁଛି। ଆମେ ଆଇନ୍ ପ୍ରଣୟନ କର୍ତ୍ତା ଏଠି ଚୁପ୍ ରହିବା। ବାଚସ୍ପତି ତୁରନ୍ତ ରୁଲିଂ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଏନେଇ ବିବୃତି ରଖନ୍ତୁ।  ନଚେତ୍ ଏକ ଟିମ୍ ସେଠାକୁ ପଠାଯାଉ ବୋଲି ଶୂନ୍ୟକାଳରେ ଦାବି କରିଛନ୍ତି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଖବର ଅନୁଯାୟୀ, ମୁଣ୍ଡବିହୀନ ମହିଳାଙ୍କ ଶବ ଉଦ୍ଧାର ଘଟଣାକୁ ନେଇ କୋରୁକୁଣ୍ଡା ବ୍ଲକ୍‌ ମାରିବେଡ଼ା ପଞ୍ଚାୟତ ଅଧୀନ ରଖେଲଗୁଡ଼ା ଓ ଏମ୍‌ଭି-୨୬ ଗ୍ରାମରେ ଲାଗି ରହିଥିବା ସଂଘର୍ଷ ଥମିବାର ନାଁ ଧରୁନି।ଗତକାଲି ମଧ୍ୟ ରଖେଲଗୁଡ଼ାର କିଛି ଗ୍ରାମବାସୀ ଏମ୍‌ଭି-୨୬ ଗ୍ରାମର ବହୁ ଲୋକଙ୍କ ଘର ଜାଳି ଦେଇଥିଲେ। ଅପରପକ୍ଷେ, ଏହାର ପ୍ରତିବାଦରେ ୨ ହଜାରରୁ ଊର୍ଦ୍ଧ୍ବ ବଙ୍ଗଳା ଭାଷାଭାଷୀ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରିଥିଲେ। ମାଲକାନଗିରିସ୍ଥିତ ଏମ୍‌ଭି-୩ରୁ ସେମାନେ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବଙ୍ଗଳା ଭାଷାଭାଷୀଙ୍କ ବିରୋଧରେ ଅତ୍ୟାଚାର ବଢ଼ୁଥିବା ବେଳେ  ଜିଲ୍ଲା ଏବଂ ପୁଲିସ୍‌ ପ୍ରଶାସନ କାହିଁକି ଚୁପ୍‌ ବସିଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଘଟଣାକୁ ଗୁରୁତ୍ବର ସହ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ଉତ୍ତେଜନା କ୍ରମଶଃ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛ। ମଙ୍ଗଳବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାସି ସଂଧ୍ୟାରେ ପୁଲିସ ଡିଜି ୱାଇ.ବି ଖୁରାନିଆ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂ, ଏଡିଜି (ଅପରେସନ୍‌) ସଂଜୀବ ପଣ୍ଡା ପ୍ରମୁଖ ମାଲକାନଗିରିରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ।

ସୂଚନାନୁଯାୟୀ, ରାଖେଲଗୁଡ଼ାର ବିଧବା ଲୋକେ ପଡ଼ିଆମି (୫୧) ଗତ ୧ ତାରିଖ ଦିନ ଜମିକୁ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଦୁଇ ଦିନ ପରେ ମହିଳାଙ୍କ ମୁଣ୍ଡବିହୀନ ଶବ ପୋଟେରୁ ନଦୀର ଡୁଡୁମେଟଲା ଗ୍ରାମର ମଶାଣି ନିକଟସ୍ଥ ଏକ ଗଛ କଡ଼ରୁ ଉଦ୍ଧାର ହୋଇଥିଲା। ଲୋକେଙ୍କ ସହ ଏମ୍‌ଭି-୨୬ ଗ୍ରାମର ୩ଜଣଙ୍କ ଜମିବାଡ଼ି ବିବାଦ ଥିବାରୁ ତାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଛି ବୋଲି ରାଖେଲଗୁଡ଼ା ଗ୍ରାମବାସୀ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ୩ ଦିନ ହେଲା ଉତ୍ତେଜନା ଲାଗି ରହିଛି। ଗତକାଲି ରାଖେଲଗୁଡ଼ା ଗ୍ରାମବାସୀ ଏମ୍‌ଭି-୨୬ ଗ୍ରାମରେ ପଶି ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ଆଜି ମଧ୍ୟ ସମାନ ଘଟଣା ଘଟିଛି। ଏମ୍‌ଭି-୨୬ ଗ୍ରାମରେ ପଶି ରାଖେଲଗୁଡ଼ା ଗ୍ରାମବାସୀ ବହୁ ଘରେ ନିଆଁ  ଲଗାଇ ଦେଇଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ପୁଲିସ ସେମାନଙ୍କୁ ବାରଣ କରିବାରୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଏଥିରେ ୩ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମାଲକାନଗିରି ଏସ୍‌ପି ବିନୋଦ ପାଟିଲ ଏଚ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ପ୍ରତି ନଜର ରଖିଛନ୍ତି।

‌ସେପଟେ, ମୃତ ମହିଳା ଲେ‌ାକେଙ୍କ କଟା ମୁଣ୍ଡ ଖୋଜିବା ପାଇଁ ପୁଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଆଜି ପୋଟେରୁ ନଦୀରେ ଖାନତଲାସି କରିଛନ୍ତି। ଏଥିପାଇଁ ବାଲିମେଳା ଓ ଚିତ୍ରକୋଣ୍ଡାରେ ଡ୍ୟାମ୍‌ ଗେଟ୍‌ ବନ୍ଦ କରି ନଦୀର ଜଳସ୍ତରକୁ କମ୍‌ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର