ରାଜଧାନୀରେ ବାର କମ୍ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟଣା; ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକ କେତେ ସୁରକ୍ଷିତ ବୋଲି ପ୍ରଶ୍ନକଲା ବିଜେଡି

ଅଗ୍ନିଶମ ବିଭାଗର ଭୂମିକା ସନେ୍ଦହ ଘେରରେ 

Deviprasad Mohanty Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳରେ ଥିବା ଏକ ବାର କମ ରେଷ୍ଟୁରାଣ୍ଟରେ ଶୁକ୍ରବାର ସକାଳେ ଅଚାନକ ନିଆଁ ଲାଗିଯାଇଥିବା ଯୋଗୁ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଏହିପରି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ରାଜ୍ୟରେ ଥିବା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକ କେତେଦୂର ସୁରକ୍ଷିତ, ସେନେଇ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି ।  

ଆହୁରି ପଢ଼ନ୍ତୁ: SIR ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର ଟୁ ଡୋର ସର୍ଭେ

ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଆଜି ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଏହି ବିଲଡିଂରେ ଅଗ୍ନିଶମ ବିଭାଗର ଅନୁମତି ନଥିଲା । ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକରେ କିଭଳି ଅଗ୍ନିକାଣ୍ଡ ଘଟଣାକୁ ରୋକା ଯାଇ ପାରିବ, ସେ ଦାୟିତ୍ୱ ରାଜ୍ୟର ଅଗ୍ନିଶମ ସେବା ବିଭାଗର । କିନ୍ତୁ, ଏଇଭଳି ଏକାଧିକ ଘଟଣାମାନ ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଥିବା ବେଳେ ଅଗ୍ନିଶମ ବିଭାଗ ତାର ଦାୟିତ୍ୱ ସଠିକ ଭାବେ ନିର୍ବାହ କରୁଛି କି ନାହିଁ, ସେନେଇ ଜନସାଧାରଣଙ୍କ ମନରେ ସନେ୍ଦହ ପ୍ରକାଶ ପାଉଛି । ଏହି ସ୍ଥାନ ଗୁଡିକରେ, ଅଗ୍ନିଶମ ବିଭାଗର ଅନୁମତି ଅନୁଯାୟୀ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବା କଥା ଓ ନିୟମିତ ବ୍ୟବଧାନରେ ଏଗୁଡିକ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି କି ନାହିଁ ତାର ଅଡିଟ ହେବାର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ, ଦୁର୍ଘଟଣା ଘଟି ଯିବା ପରେ ଅଧିକାଂଶ ଘଟଣାରେ, ଅଗ୍ନିଶମ ବିଭାଗର ନିୟମ ଅନୁଯାୟୀ ଆବଶ୍ୟକୀୟ ଉପକରଣ ଗୁଡିକ କାର୍ଯ୍ୟରତ ଅବସ୍ଥାରେ ନଥିଲା ବୋଲି ଜଣା ପଡୁଛି ।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ଡ. ମହାନ୍ତି କହିଛନ୍ତି, ଯେହେତୁ ଏହା ଜନସାଧାରଣଙ୍କ ସୁରକ୍ଷା ସହିତ ସିଧାସଳଖ ଜଡିତ ଅଛି, ଏଥିରେ ଖିଲାପ ହେଲେ, କୌଣସି ମୁହୂର୍ତ୍ତରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିବାର ସମ୍ଭାବନା ରହିଛି, ରାଜ୍ୟ ସରକାର ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକତା ରହିଛି । ଅଗ୍ନିଶମ ବିଭାଗର ରହିଥିବା ଏସଓପି ସଠିକ ଭାବେ ପାଳନ ହେଉଛି କି ନାହିଁ, ତାର ତର୍ଜମା ହେବା ଆବଶ୍ୟକ । ତେଣୁ, ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

12 Dec 2025 By Deviprasad Mohanty

ରାଜଧାନୀରେ ବାର କମ୍ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟଣା; ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକ କେତେ ସୁରକ୍ଷିତ ବୋଲି ପ୍ରଶ୍ନକଲା ବିଜେଡି

ଅଗ୍ନିଶମ ବିଭାଗର ଭୂମିକା ସନେ୍ଦହ ଘେରରେ 

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳରେ ଥିବା ଏକ ବାର କମ ରେଷ୍ଟୁରାଣ୍ଟରେ ଶୁକ୍ରବାର ସକାଳେ ଅଚାନକ ନିଆଁ ଲାଗିଯାଇଥିବା ଯୋଗୁ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଏହିପରି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ରାଜ୍ୟରେ ଥିବା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକ କେତେଦୂର ସୁରକ୍ଷିତ, ସେନେଇ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି ।  

ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଆଜି ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଏହି ବିଲଡିଂରେ ଅଗ୍ନିଶମ ବିଭାଗର ଅନୁମତି ନଥିଲା । ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକରେ କିଭଳି ଅଗ୍ନିକାଣ୍ଡ ଘଟଣାକୁ ରୋକା ଯାଇ ପାରିବ, ସେ ଦାୟିତ୍ୱ ରାଜ୍ୟର ଅଗ୍ନିଶମ ସେବା ବିଭାଗର । କିନ୍ତୁ, ଏଇଭଳି ଏକାଧିକ ଘଟଣାମାନ ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଥିବା ବେଳେ ଅଗ୍ନିଶମ ବିଭାଗ ତାର ଦାୟିତ୍ୱ ସଠିକ ଭାବେ ନିର୍ବାହ କରୁଛି କି ନାହିଁ, ସେନେଇ ଜନସାଧାରଣଙ୍କ ମନରେ ସନେ୍ଦହ ପ୍ରକାଶ ପାଉଛି । ଏହି ସ୍ଥାନ ଗୁଡିକରେ, ଅଗ୍ନିଶମ ବିଭାଗର ଅନୁମତି ଅନୁଯାୟୀ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବା କଥା ଓ ନିୟମିତ ବ୍ୟବଧାନରେ ଏଗୁଡିକ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି କି ନାହିଁ ତାର ଅଡିଟ ହେବାର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ, ଦୁର୍ଘଟଣା ଘଟି ଯିବା ପରେ ଅଧିକାଂଶ ଘଟଣାରେ, ଅଗ୍ନିଶମ ବିଭାଗର ନିୟମ ଅନୁଯାୟୀ ଆବଶ୍ୟକୀୟ ଉପକରଣ ଗୁଡିକ କାର୍ଯ୍ୟରତ ଅବସ୍ଥାରେ ନଥିଲା ବୋଲି ଜଣା ପଡୁଛି ।

ଡ. ମହାନ୍ତି କହିଛନ୍ତି, ଯେହେତୁ ଏହା ଜନସାଧାରଣଙ୍କ ସୁରକ୍ଷା ସହିତ ସିଧାସଳଖ ଜଡିତ ଅଛି, ଏଥିରେ ଖିଲାପ ହେଲେ, କୌଣସି ମୁହୂର୍ତ୍ତରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିବାର ସମ୍ଭାବନା ରହିଛି, ରାଜ୍ୟ ସରକାର ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକତା ରହିଛି । ଅଗ୍ନିଶମ ବିଭାଗର ରହିଥିବା ଏସଓପି ସଠିକ ଭାବେ ପାଳନ ହେଉଛି କି ନାହିଁ, ତାର ତର୍ଜମା ହେବା ଆବଶ୍ୟକ । ତେଣୁ, ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର