ସିଇସି ଜ୍ଞାନେଶ କୁମାର ଇସ୍ତଫା ନଦେଲେ ଅକ୍ଟୋବର ୨ରୁ ଦେଶବ୍ୟାପୀ ଆନ୍ଦୋଳନ: ଅଭିଜିତ ଡିପକେ

Suryakanta Picture
Published On

ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଯଦି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନିଜ ପଦରୁ ଇସ୍ତଫା ନଦିଅନ୍ତି, ତେବେ ଅକ୍ଟୋବର ୨ ତାରିଖରୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। କକ୍‌ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ଏଭଳି ଏକ କଡ଼ା ଚେତାବନୀ ଦିଆଯାଇଛି। ଦଳର ପ୍ରତିଷ୍ଠାତା ଅଭିଜିତ ଡିପକେ ଏକ ସାମ୍ବାଦିକ ସମ୍ମିଳନୀରେ ସିଇସିଙ୍କୁ ଏହି ଅଲ୍ଟିମେଟମ୍ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାଙ୍ଗିଗଲା ପୃଥ୍ୱୀ ଶ’ଙ୍କ ନିର୍ବନ୍ଧ: ଅଲଗା ହେଲେ କ୍ରିକେଟର ଓ ଅଭିନେତ୍ରୀ ଆକୃତି ଅଗ୍ରୱାଲ

ନିର୍ବାଚନ ଆୟୋଗଙ୍କ ଉପରେ ସାଙ୍ଘାତିକ ଅଭିଯୋଗ

ଅଭିଜିତ ଡିପକେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନିର୍ବାଚନ ଆୟୋଗଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନିର୍ବାଚନ ଆୟୋଗ ଚୋରି କରୁଥିବା ଦର୍ଶାଇ ସେ ସିଇସି ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଜ୍ଞାନେଶ କୁମାର ଆସନ୍ତାକାଲି ସୁଦ୍ଧା ଇସ୍ତଫା ନଦିଅନ୍ତି, ତେବେ CJP ନିଜର ଆନ୍ଦୋଳନକୁ ତୀବ୍ର କରିବ ଏବଂ ଜନତାଙ୍କୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରାଯିବ। ଏହି ପ୍ରସଙ୍ଗରେ ଉତ୍ତରଦାୟିତ୍ୱ ଦାବି କରି ଦଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ମୁମ୍ବାଇରୁ ଆରମ୍ଭ ହେବ ବିକ୍ଷୋଭ

CJP ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ଗାନ୍ଧୀ ଜୟନ୍ତୀ ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଏହି ଦେଶବ୍ୟାପୀ ଆନ୍ଦୋଳନର ଶୁଭାରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ମହାରାଷ୍ଟ୍ରର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଏହା କ୍ରମଶଃ ଭାରତର ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକୁ ବ୍ୟାପିବ ବୋଲି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଅଭିଜିତ ଡିପକେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ମଧ୍ୟପ୍ରାଚ୍ୟ ଅର୍ଥନୈତିକ କରିଡରକୁ ଟ୍ରମ୍ପଙ୍କ ସମର୍ଥନ, କିନ୍ତୁ ସାଉଦି ଆରବ ସାମିଲ ହେବ ତ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର