ବଲିଆରେ ଭୟଙ୍କର କାଣ୍ଡ: ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ପ୍ରେମିକ, ଏସିଡ୍ ଢାଳି ହତ୍ୟା କଲେ ପ୍ରେମିକା

Suryakanta Picture
Published On

ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳା ନିଜର ପୂର୍ବତନ ପ୍ରେମିକକୁ ହତ୍ୟା କରିବା ସହ ତାଙ୍କ ମୁହଁରେ ଏସିଡ୍ ଢାଳି ପରିଚୟ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାର ପର୍ଦ୍ଦାଫାଶ କରି ମୁଖ୍ୟ ଅଭିଯୁକ୍ତ ମହିଳା ଓ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

୧୦ ଫେବୃଆରୀରେ ମିଳିଥିଲା ଅଜଣା ମୃତଦେହ

ଗତ ଫେବୃଆରୀ ୧୦ ତାରିଖରେ ରସଡ଼ା ଥାନା ଅନ୍ତର୍ଗତ ଲୋହଟା ଗାଁରେ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମୁହଁକୁ ଏସିଡ୍ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଜଳାଇ ଦିଆଯାଇଥିବାରୁ ତାଙ୍କର ପରିଚୟ ମିଳିବା କଷ୍ଟକର ହୋଇପଡିଥିଲା। ତେବେ ପୋଲିସର ନିରନ୍ତର ତଦନ୍ତ ପରେ ମୃତକଙ୍କ ପରିଚୟ ପଙ୍କଜ ଗୁପ୍ତା ବୋଲି ଜଣାପଡିଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ବ୍ଲାକମେଲିଂରୁ ମୁକ୍ତି ପାଇବାକୁ ହତ୍ୟା ଷଡଯନ୍ତ୍ର

ପୋଲିସ ସୂଚନା ଅନୁଯାୟୀ, ମୃତକ ପଙ୍କଜ ଗୁପ୍ତା ଏବଂ ଅଭିଯୁକ୍ତ ମହିଳାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। ମହିଳାଙ୍କ ବିବାହ ପରେ ମଧ୍ୟ ପଙ୍କଜ ତାଙ୍କ ପାଖରେ ଥିବା କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ ମହିଳାଙ୍କୁ ବ୍ଲାକମେଲ୍ କରୁଥିଲେ। ସେ ମହିଳାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ, ଯାହାକୁ ନେଇ ମହିଳା ଜଣକ ଅତିଷ୍ଠ ହୋଇପଡିଥିଲେ।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

ପରିବାର ସହ ମିଶି କଲେ ହତ୍ୟା

ବ୍ଲାକମେଲିଂରେ ଅତିଷ୍ଠ ହୋଇ ମହିଳା ଜଣକ ନିଜ ଭାଇ ଓ ଭାଉଜଙ୍କ ସହ ମିଶି ପଙ୍କଜଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ, ସେମାନେ ପଙ୍କଜଙ୍କୁ ଦେଖା କରିବା ବାହାନାରେ ଡାକିଥିଲେ ଏବଂ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା ପରେ ପରିଚୟ ଲୁଚାଇବା ପାଇଁ ମୃତଦେହର ମୁହଁ ଉପରେ ଏସିଡ୍ ଢାଳି ଦେଇଥିଲେ। ପୋଲିସ ବର୍ତ୍ତମାନ ଏହି ଘଟଣାରେ ସମ୍ପୃକ୍ତ ମହିଳା ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର