ଦିଲ୍ଲୀ ବିଧାନସଭାରେ ଆଜି ଆସ୍ଥା ଭୋଟ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା । ଇଡି ଦ୍ୱାରା ଜାରି କରାଯାଇଥିବା ୫ଟି ସମନ କାହିଁକି ଜବାବ ଦେଇନାହାଁନ୍ତି ଏହାର ଉତ୍ତର ଦେବାକୁ ଅରବିନ୍ଦ କେଜ୍ରିୱାଲ ଆଜି ଭର୍ଚୁଆଲରେ କୋର୍ଟରେ ହାଜର ହୋଇଥିଲେ । ମାର୍ଚ୍ଚ ୧୬ରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଗୃହରେ ଆସ୍ଥା ଭୋଟ୍‌ ହେବ, ପୁଣି ମାର୍ଚ୍ଚ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ତେଣୁ ଏହା ପରେ ଯେକୌଣସି ଦିନ […]

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା । ଇଡି ଦ୍ୱାରା ଜାରି କରାଯାଇଥିବା ୫ଟି ସମନ କାହିଁକି ଜବାବ ଦେଇନାହାଁନ୍ତି ଏହାର ଉତ୍ତର ଦେବାକୁ ଅରବିନ୍ଦ କେଜ୍ରିୱାଲ ଆଜି ଭର୍ଚୁଆଲରେ କୋର୍ଟରେ ହାଜର ହୋଇଥିଲେ । ମାର୍ଚ୍ଚ ୧୬ରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଆଜି ଗୃହରେ ଆସ୍ଥା ଭୋଟ୍‌ ହେବ, ପୁଣି ମାର୍ଚ୍ଚ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ତେଣୁ ଏହା ପରେ ଯେକୌଣସି ଦିନ ହାଜର ହେବି ବୋଲି ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅଦାଲତଙ୍କୁ କହିଛନ୍ତି। ଦିଲ୍ଲୀ ଅଦାଲତ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଛନ୍ତି। ଅବକାରୀ ନୀତି ମାମଲାରେ ୫ଟି ସମନ୍‌ ଏଡାଇଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ଅଦାଲତଙ୍କ ନିକଟରେ ଅଭିଯୋଗ କରିଥିଲେ।  ସେହି ଅଭିଯୋଗ ଆଧାରରେ ଅଦାଲତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ଡକାଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଅଦାଲତଙ୍କୁ ସମ୍ବୋଧନ କରି କେଜ୍ରିୱାଲ୍‌ କହିଲେ ଯେ, ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍‌ ଆଗତ ଉପରେ ବିତର୍କ ଥିବାରୁ ସେ ପ୍ରତ୍ୟକ୍ଷ ଭାବେ ଅଦାଲତରେ ହାଜର ହୋଇ ପାରିଲେ ନାହିଁ। ମୁଁ ଆଜି ଯିବାକୁ ଚାହୁଁଥିଲି, କିନ୍ତୁ ହଠାତ୍‌ ଆସ୍ଥା ଭୋଟ୍‌ ପଡ଼ିଗଲା। ବଜେଟ୍‌ ଅଧିବେଶନ ବି ଚାଲିଛି, ଏବଂ ମାର୍ଚ୍ଚ ୧ ପର୍ୟ୍ୟନ୍ତ ଚାଲିବ। ତା’ପରେ ଯେକୌଣସି ତାରିଖ ଦେଲେ ଚଳିବ। ଏକଥା ଶୁଣି ଅଦାଲତ କେଜ୍ରିୱାଲ୍‌ଙ୍କୁ ମାର୍ଚ ୧୬ ତାରିଖ ଦିନ ୧୦ଟା ବେଳେ ପ୍ରତ୍ୟକ୍ଷ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଏଥିରେ କେଜ୍ରୱାଲ୍‌ ବି ସମ୍ମତି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର