ପୂର୍ଣ୍ଣ ଶକ୍ତିରେ ନାହିଁ ଭାରତୀୟ ସେନା : ଅଧିକାରୀ ଓ ଯବାନଙ୍କ ଅଭାବ ମଧ୍ୟରେ ସୀମା ସୁରକ୍ଷାକୁ ନେଇ ଉଠିଲାଣି ପ୍ରଶ୍ନ

The Sakala Picture
Published On

ନୂଆଦିଲ୍ଲୀ : ପୂର୍ଣ୍ଣ ଶକ୍ତିରେ ନାହିଁ ଭାରତୀୟ ସେନା। ଅଧିକାରୀ ଓ ଯବାନଙ୍କ ଅଭାବ ମଧ୍ୟରେ ସୀମା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଲାଣି। କମ ଯବାନରେ ଦେଶକୁ ସୁରକ୍ଷା ଦେଉଛି ଭାରତୀୟ ସେନା । ବର୍ତ୍ତମାନ ସମୟରେ ଭାରତୀୟ ସେନାରେ ୧୭% ଅଧିକାରୀଙ୍କ ଅଭାବ ରହିଥିବାବେଳେ, ପ୍ରାୟ ୮% ସୈନିକଙ୍କ ଅଭାବ ରହିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦର ସ୍ଥାୟୀ କମିଟିକୁ ସୂଚନା ଦେଇଛି । ତେବେ ଏହି ଅଭାବକୁ ଯଥାଶୀଘ୍ର ପୂରଣ କରିବା ଗୁରୁତ୍ୱପୂର୍ଣ୍ଣ […]

ନୂଆଦିଲ୍ଲୀ : ପୂର୍ଣ୍ଣ ଶକ୍ତିରେ ନାହିଁ ଭାରତୀୟ ସେନା। ଅଧିକାରୀ ଓ ଯବାନଙ୍କ ଅଭାବ ମଧ୍ୟରେ ସୀମା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଲାଣି। କମ ଯବାନରେ ଦେଶକୁ ସୁରକ୍ଷା ଦେଉଛି ଭାରତୀୟ ସେନା । ବର୍ତ୍ତମାନ ସମୟରେ ଭାରତୀୟ ସେନାରେ ୧୭% ଅଧିକାରୀଙ୍କ ଅଭାବ ରହିଥିବାବେଳେ, ପ୍ରାୟ ୮% ସୈନିକଙ୍କ ଅଭାବ ରହିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦର ସ୍ଥାୟୀ କମିଟିକୁ ସୂଚନା ଦେଇଛି । ତେବେ ଏହି ଅଭାବକୁ ଯଥାଶୀଘ୍ର ପୂରଣ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ସେନା ବର୍ତ୍ତମାନ ଏକ ଲକ୍ଷରୁ ଅଧିକ ସୈନିକଙ୍କ ଅଭାବର ସମ୍ମୁଖୀନ ହେଉଛି। ସରକାର ସମ୍ପ୍ରତି ସଂସଦର ସ୍ଥାୟୀ କମିଟିକୁ ସଦ୍ୟତମ ସାମରିକ ସଂଖ୍ୟା ବିଷୟରେ ସୂଚନା ଦେଇଛନ୍ତି।ଏହି ଅଭାବ ଏପରି ଏକ ସମୟରେ ଆସିଛି ଯେତେବେଳେ ସେନା ପାକିସ୍ତାନ ସହିତ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଏବଂ ଚୀନ (ଏଲ୍‌ଏସି) ଉଭୟରେ ବିପଦର ସମ୍ମୁଖୀନ ହେଉଛି।

ଆହୁରି ପଢ଼ନ୍ତୁ: ଆନ୍ତର୍ଜାତୀୟ ନ୍ୟାୟାଳୟଙ୍କ ରୋହିଙ୍ଗ୍ୟା ଗଣହତ୍ୟା ରାୟକୁ ‘ଅନ୍ୟାୟ’ କହି ପ୍ରତ୍ୟାଖ୍ୟାନ କଲା ମିଆଁମାର

ବର୍ତ୍ତମାନ ସୁଦ୍ଧା, ଭାରତୀୟ ସେନାର ମୋଟ ସଂଖ୍ୟା ୧୨.୪୮ ଲକ୍ଷ ଥିବା ବେଳେ ଅନୁମୋଦିତ ସଂଖ୍ୟା ୧ ଲକ୍ଷରୁ ଅଧିକ। ବିଶେଷକରି, ସେନାରେ ୯୨,୪୧୦ ଜୁନିଅର କମିଶନଡ୍ ଅଫିସର (ଜେସିଓ) ଏବଂ ନନ-କମାଣ୍ଡିଂ ଅଫିସର (ଏନସିଓ)ଙ୍କ ଅଭାବ ରହିଛି। ଅଫିସର କ୍ୟାଡର ମଧ୍ୟ ପ୍ରଭାବିତ ହୋଇଛି। ବର୍ତ୍ତମାନ ସମୟରେ ଭାରତୀୟ ସେନାରେ ମୋଟ ୧୨ ଲକ୍ଷ ୪୮ ହଜାର ସୈନିକ ଅଛନ୍ତି । ହେଲେ ଏବେ ବି ୧ ଲକ୍ଷ ଯବାନଙ୍କ ଅଭାବ ଭିତରେ ସୁରକ୍ଷା ଦେଉଛି ଭାରତୀୟ ସେନା । ତେବେ ଏଲଓସି ଏବଂ ଏଲଏସିରେ ଅଧିକ ସଂଖ୍ୟକ ଯବାନ ଏବେ ମୁତୟନ ହେବାରେ ଲାଗିଛନ୍ତି, ଯାହାକି ଏହି ଅଭାବକୁ ଆହୁରି ବଢ଼ାଇ ଦେଉଛି । ବର୍ତ୍ତମାନ ସମୟରେ ଏଲଏସିରେ ପାଖାପାଖି ୫୦ ହଜାରରୁ ଅଧିକ ସୈନିକ ମୁତୟନ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଡେଟିଂ ଓ ହୁକ୍‌ଅପ୍‌ ସଂସ୍କୃତି ମାୟାରେ ଜେନ୍‌-ଜି; ବ୍ୟକ୍ତିଗତ ସ୍ୱାଧୀନତା, ଆର୍ଥିକ ସ୍ୱାବଲମ୍ବନ ଓ ମୁକ୍ତ ଜୀବନ ଚାହାନ୍ତି କିଶୋର

ଅନ୍ୟପଟେ ଜମ୍ମୁରେ ଆତଙ୍କବାଦୀ କାର୍ଯ୍ୟାକଳାପ ପରେ ସେଠାରେ ଅତିରିକ୍ତ ୧୫ ହଜାର ସୈନିକଙ୍କୁ ମୁତୟନ କରାଯାଇଛି । ଯେଉଁ କାରଣରୁ ଭାରତୀୟ ସେନାରେ ଏହି ଅଭାବ ଏବେ ପ୍ରଭାବ ପକାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସଂସଦର ସ୍ଥାୟୀ କମିଟିକୁ ଅବଗତ କରାଯାଇଛି ଯେ, ଭାରତୀୟ ସେନାରେ ବର୍ତ୍ତମାନ ଅଧିକାରୀଙ୍କ ସଂଖ୍ୟା ୪୨,୦୯୫ (୧ ଜୁଲାଇ ୨୦୨୪ ସୁଦ୍ଧା) ରହିଛି । ଯେତେବେଳେ କି ଅନୁମୋଦିତ ସଂଖ୍ୟା ହେଉଛି ୫୦,୫୩୮ । ସେହିପରି ସେନାରେ ୯୨,୪୧୦ ସୈନିକଙ୍କ ଅଭାବ ରହିଛି ବୋଲି ମଧ୍ୟ କୁହାଯାଇଛି ।

ତେବେ କୋଭିଡ୍ ମହାମାରୀ ଯୋଗୁଁ ସୈନିକ ନିଯୁକ୍ତିରେ ଦୁଇ ବର୍ଷର ବ୍ୟବଧାନ ସୃଷ୍ଟି ହୋଇଥିଲା, ଯାହା ଫଳରେ ସୈନିକଙ୍କ ଅଭାବ ଦେଖାଦେଇଥିଲା । ଭାରତୀୟ ସେନାରେ ପ୍ରତିବର୍ଷ ପ୍ରାୟ ୬୦ ହଜାର ସୈନିକ ଅବସର ନିଅନ୍ତି। କୋଭିଡର ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ୨୦ ହଜାର ସୈନିକ ଅବସର ନେଇଥିଲେ । ଯାହା ସୈନିକଙ୍କ ଅଭାବକୁ ଆହୁରି ବୃଦ୍ଧି କରିଥିଲା ।

ଅଗ୍ନିପଥ ନିଯୁକ୍ତି ଉପରେ ରହିଛି ଭରସା

ଭାରତୀୟ ସେନାରେ ଯବାନ ଅଭାବ ସମସ୍ୟା ଦୂର କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଗ୍ନିପଥ ନିଯୁକ୍ତି ଯୋଜନା ଉପରେ ନିର୍ଭର କରୁଛି। ମନ୍ତ୍ରଣାଳୟ କହିଛି, ‘ଅଗ୍ନିପଥ ପ୍ରକଳ୍ପ ଆଗକୁ ବଢ଼ିବା ସହିତ, ସୈନିକଙ୍କ ଅଭାବ ପୂରଣ ହେବ।’ ଅଧିକାରୀଙ୍କ ଅଭାବ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଖାଲି ପଦବୀ ପୂରଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଏବଂ ଚୟନ ପ୍ରକ୍ରିୟାରେ ଉନ୍ନତି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର