ଶ୍ରୀନଗର ଅଭିମୁଖେ ସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, କମାଣ୍ଡରମାନଙ୍କ ସହ ହେବ ବୈଠକ
ନୂଆଦିଲ୍ଲୀ,: ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆତଙ୍କବାଦୀଙ୍କୁ ସମର୍ଥନ ଓ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଗତକାଲିଠୁ ସମରାଭ୍ୟାସ ‘ଆକ୍ରମଣ’ ଆରମ୍ଭ ହୋଇଛି। ଭାରତ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହିତ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ରାଫେଲ ଅଭ୍ୟାସ କରିଛି। ଇତିମଧ୍ୟରେ ସୀମାରେ ସାମରିକ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି […]
ନୂଆଦିଲ୍ଲୀ,: ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆତଙ୍କବାଦୀଙ୍କୁ ସମର୍ଥନ ଓ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଗତକାଲିଠୁ ସମରାଭ୍ୟାସ ‘ଆକ୍ରମଣ’ ଆରମ୍ଭ ହୋଇଛି। ଭାରତ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହିତ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ରାଫେଲ ଅଭ୍ୟାସ କରିଛି।
ଇତିମଧ୍ୟରେ ସୀମାରେ ସାମରିକ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି ସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ଶ୍ରୀନଗର ଯାଉଛନ୍ତି। ସେଠାରେ ସେ ସାମରିକ କମାଣ୍ଡରମାନଙ୍କ ସହିତ ବୈଠକ କରି ପରିସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।
ସେପଟେ ଅମୃତସରର ଅଟାରୀ ସୀମାରେ ଗୁରୁବାର ‘ରିଟ୍ରିଟ ସେରିମନି’ ହୋଇନାହିଁ। ଏହି ସମୟରେ ଦୁଇ ଭାରତ ଏବଂ ପାକିସ୍ତାନର ଫାଟକ ଖୋଲି ନ ଥିଲା। ଫାଟ୍କ ବନ୍ଦ କରି ଉଭୟ ଦେଶ ଧ୍ବଜାବତରଣ କରିଥିଲେ। ଏହା ସହିତ ବିଏସଏଫ୍ ଯବାନ ପାକିସ୍ତାନ ରେଞ୍ଜର୍ସଙ୍କ ସହ ହାତ ମଧ୍ୟ ମିଶାଇ ନ ଥିଲେ। ଏହି ସମାରୋହରେ କମ୍ ଲୋକ ମଧ୍ୟ ଯୋଗ ଦେଇଥିଲେ। ପ୍ରତିଦିନ ପ୍ରାୟ ୨୦ ହଜାର ଲୋକ ଆସୁଥିବାବେଳେ ଆଜି ୧୦ ହଜାର ପର୍ଯ୍ୟଟକ ଉପସ୍ଥିତ ଥିଲେ। ଏହି ସମୟରେ ଲୋକେ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ସ୍ଲୋଗାନ ଦେଇଥିଲେ। ପହଲଗାମ୍ ଘଟଣା ପରେ ଭାରତ କିଛି ଗୋଟାଏ ବଡ଼ କରିବ ବୋଲି ଆକଳନ କରିଛି ରୁଷୀ ଗଣମାଧ୍ୟମ ରୁଷିଆ ଟୁଡେ଼ । ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟ ଉତ୍ତେଜନାତ୍ମକ ପରିସ୍ଥିତି ମଧ୍ୟରେ ନିଜ ଦେଶର ନାଗରିକଙ୍କୁ କଶ୍ମୀର ନ ଯିବା ପାଇଁ ପରାମର୍ଶ ଦେଇଛି ଆମେରିକା।






