ବିନା ପରୀକ୍ଷାରେ ପାସ୍‌ ହେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ

The Sakala Picture
Published On

ନୂଆଦିଲ୍ଲୀ : ପରୀକ୍ଷା ନଦେଇ ପାସ୍‌ କରିବେ ନବମ, ଦଶମ ଓ ଏକାଦଶ ଛାତ୍ରଛାତ୍ରୀ। ଏଭଳି ଘୋଷଣା କରିଛନ୍ତି ତାମିଲନାଡୁ ସରକାର। କରୋନା ମାହାମାରୀ ସମୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ କରିଥିଲେ। ସେ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଥିଲା। ଯାହା ଫଳରେ ଅନ୍‌ଲାଇନରେ ପିଲାମାନଙ୍କୁ ପାଠ ପଢାଯାଉଥିଲା। ଅନଲାଇନ‌ରେ ପିଲାମାନଙ୍କୁ ପାଠ ପଢ଼ାଯାଉଥିଲେ ମଧ୍ୟ ଫୋନ ନଥିବା ପିଲାମାନେ ପାଠପଢ଼ାରୁ ବଞ୍ଚିିତ ହୋଇଥିଲେ। ଠିକ ଭାବରେ ପାଠ ପଢ଼ା […]

ନୂଆଦିଲ୍ଲୀ : ପରୀକ୍ଷା ନଦେଇ ପାସ୍‌ କରିବେ ନବମ, ଦଶମ ଓ ଏକାଦଶ ଛାତ୍ରଛାତ୍ରୀ। ଏଭଳି ଘୋଷଣା କରିଛନ୍ତି ତାମିଲନାଡୁ ସରକାର। କରୋନା ମାହାମାରୀ ସମୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ କରିଥିଲେ। ସେ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଥିଲା। ଯାହା ଫଳରେ ଅନ୍‌ଲାଇନରେ ପିଲାମାନଙ୍କୁ ପାଠ ପଢାଯାଉଥିଲା। ଅନଲାଇନ‌ରେ ପିଲାମାନଙ୍କୁ ପାଠ ପଢ଼ାଯାଉଥିଲେ ମଧ୍ୟ ଫୋନ ନଥିବା ପିଲାମାନେ ପାଠପଢ଼ାରୁ ବଞ୍ଚିିତ ହୋଇଥିଲେ। ଠିକ ଭାବରେ ପାଠ ପଢ଼ା ହୋଇନଥିବାରୁ ଏହା ଉପରେ ବିଚାର କରି ତାମିଲନାଡୁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପଲାନିସ୍ୱାମୀ ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ମୁଖ୍ୟମନ୍ତ୍ରୀ ପଲିନୀସ୍ୱାମୀ କହିଛନ୍ତି ଯେ, ବିଶେଷଜ୍ଞଙ୍କ ସୂଚନା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ସଂକ୍ରାମକ ରୋଗକୁ ଦୃଷ୍ଟିରେ ରଖି ପରୀକ୍ଷା କରିବା ପାଇଁ ପରିସ୍ଥିତି ଅନୁକୂଳ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏହି ଶ୍ରେଣୀଗୁଡିକ ପାଇଁ ବାର୍ଷିକ ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ବାତିଲ୍‌ କରାଯାଇଛି। ପଲାନି ସ୍ୱାମୀ କହିଛନ୍ତି ଯେ ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷାବିତ୍ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଅନୁଯାୟୀ ସଫଳତାର ମାନଦଣ୍ଡ ବିବେଚନା କରାଯିବ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

ସୂଚନାଯୋଗ୍ୟଯେ, ତାମିଲନାଡୁ ସରକାରଙ୍କର ପରୀକ୍ଷା ନିର୍ଦ୍ଦେଶାଳୟ ଦ୍ୱାଦଶ ଶ୍ରେଣୀ ରାଜ୍ୟ ବୋର୍ଡ ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ କରିଛି, ଯାହା ମେ ୩ ରୁ ମେ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟ ବୋର୍ଡ ପରୀକ୍ଷା ପ୍ରାୟତଃ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥାଏ, କିନ୍ତୁ ଚଳିତ ବର୍ଷ ମହାମାରୀକାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

ସୂଚନାଯୋଗ୍ୟଯେ, ଏହା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ଆଦେଶ ଦେଇଛନ୍ତିଯେ, ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଦେବେ ନାହିଁ ପରୀକ୍ଷା, ବିନା ପରୀକ୍ଷାରେ ହେବେ ଉତ୍ତୀର୍ଣ୍ଣ। ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ଏକାଡେମିକ୍ ଅଧିବେଶନ ୨୦୨୦-୨୧ ପାଇଁ ୩ ରୁ ଶ୍ରେଣୀ ୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କୌଣସି ଅଫଲାଇନ୍ ପରୀକ୍ଷା ହେବ ନାହିଁ। ଏଥର ଛାତ୍ରମାନଙ୍କୁ ୱାର୍କସିଟ୍ ମୂଲ୍ୟାଙ୍କନ ଏବଂ ଏହି ଶ୍ରେଣୀର ଛାତ୍ରମାନଙ୍କୁ ଦିଆଯାଇଥିବା ଆସାଇନମେଣ୍ଟ ଉପରେ ଆଧାର କରି ମାର୍କ ଦିଆଯିବ। ୨୦୨୦ ମସିହାରେ ପ୍ରାଥମିକରୁ ମଧ୍ୟମ ସ୍ତର ପର୍ଯ୍ୟନ୍ତ ଶ୍ରେଣୀଗୃହ ଅଧ୍ୟୟନର ଅଭାବ ହେତୁ, ଲିଖିତ ପରୀକ୍ଷାକୁ ବିଷୟ ମୂଲ୍ୟାଙ୍କନ ଏବଂ ପ୍ରୋଜେକ୍ଟ ମାର୍କ ଅନୁଯାୟୀ ଉତ୍ତୀର୍ଣ୍ଣ ହେବାପାଇଁ ସ୍ଥିର କରାଯାଇଛି।

ଏଥିସହ, ଦିଲ୍ଲୀର ସରକାରୀ ବିଦ୍ୟାଳୟରେ, ନର୍ସରୀ ଠାରୁ ଆରମ୍ଭ କରି ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ୨୦୨୦-୨୧ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ପାଇଁ ପରବର୍ତ୍ତୀ ଶ୍ରେଣୀକୁ ସିଧାସଳଖ ଉତ୍ତୀର୍ଣ୍ଣ ହେବେ। ସେଥିପାଇଁ କେଜିରୁ ଦ୍ୱିତୀୟ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଗ୍ରେଡ୍ କିମ୍ବା ମାର୍କ, ଶୀତକାଳୀନ ଛୁଟିର ଆସାଇନମେଣ୍ଟ ଏବଂ ପିତାମାତାଙ୍କ ସହ ସେୟାର ହୋଇଥିବା ୱାର୍କସିଟ୍ ଉପରେ ଆଧାର କରି ଉତ୍ତୀର୍ଣ୍ଣ କରାଯିବ।

25 Feb 2021 By The Sakala

ବିନା ପରୀକ୍ଷାରେ ପାସ୍‌ ହେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ପରୀକ୍ଷା ନଦେଇ ପାସ୍‌ କରିବେ ନବମ, ଦଶମ ଓ ଏକାଦଶ ଛାତ୍ରଛାତ୍ରୀ। ଏଭଳି ଘୋଷଣା କରିଛନ୍ତି ତାମିଲନାଡୁ ସରକାର। କରୋନା ମାହାମାରୀ ସମୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ କରିଥିଲେ। ସେ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଥିଲା। ଯାହା ଫଳରେ ଅନ୍‌ଲାଇନରେ ପିଲାମାନଙ୍କୁ ପାଠ ପଢାଯାଉଥିଲା। ଅନଲାଇନ‌ରେ ପିଲାମାନଙ୍କୁ ପାଠ ପଢ଼ାଯାଉଥିଲେ ମଧ୍ୟ ଫୋନ ନଥିବା ପିଲାମାନେ ପାଠପଢ଼ାରୁ ବଞ୍ଚିିତ ହୋଇଥିଲେ। ଠିକ ଭାବରେ ପାଠ ପଢ଼ା ହୋଇନଥିବାରୁ ଏହା ଉପରେ ବିଚାର କରି ତାମିଲନାଡୁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପଲାନିସ୍ୱାମୀ ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପଲିନୀସ୍ୱାମୀ କହିଛନ୍ତି ଯେ, ବିଶେଷଜ୍ଞଙ୍କ ସୂଚନା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ସଂକ୍ରାମକ ରୋଗକୁ ଦୃଷ୍ଟିରେ ରଖି ପରୀକ୍ଷା କରିବା ପାଇଁ ପରିସ୍ଥିତି ଅନୁକୂଳ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏହି ଶ୍ରେଣୀଗୁଡିକ ପାଇଁ ବାର୍ଷିକ ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ବାତିଲ୍‌ କରାଯାଇଛି। ପଲାନି ସ୍ୱାମୀ କହିଛନ୍ତି ଯେ ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷାବିତ୍ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଅନୁଯାୟୀ ସଫଳତାର ମାନଦଣ୍ଡ ବିବେଚନା କରାଯିବ।

ସୂଚନାଯୋଗ୍ୟଯେ, ତାମିଲନାଡୁ ସରକାରଙ୍କର ପରୀକ୍ଷା ନିର୍ଦ୍ଦେଶାଳୟ ଦ୍ୱାଦଶ ଶ୍ରେଣୀ ରାଜ୍ୟ ବୋର୍ଡ ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ କରିଛି, ଯାହା ମେ ୩ ରୁ ମେ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟ ବୋର୍ଡ ପରୀକ୍ଷା ପ୍ରାୟତଃ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥାଏ, କିନ୍ତୁ ଚଳିତ ବର୍ଷ ମହାମାରୀକାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି।

ସୂଚନାଯୋଗ୍ୟଯେ, ଏହା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ଆଦେଶ ଦେଇଛନ୍ତିଯେ, ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଦେବେ ନାହିଁ ପରୀକ୍ଷା, ବିନା ପରୀକ୍ଷାରେ ହେବେ ଉତ୍ତୀର୍ଣ୍ଣ। ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ଏକାଡେମିକ୍ ଅଧିବେଶନ ୨୦୨୦-୨୧ ପାଇଁ ୩ ରୁ ଶ୍ରେଣୀ ୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କୌଣସି ଅଫଲାଇନ୍ ପରୀକ୍ଷା ହେବ ନାହିଁ। ଏଥର ଛାତ୍ରମାନଙ୍କୁ ୱାର୍କସିଟ୍ ମୂଲ୍ୟାଙ୍କନ ଏବଂ ଏହି ଶ୍ରେଣୀର ଛାତ୍ରମାନଙ୍କୁ ଦିଆଯାଇଥିବା ଆସାଇନମେଣ୍ଟ ଉପରେ ଆଧାର କରି ମାର୍କ ଦିଆଯିବ। ୨୦୨୦ ମସିହାରେ ପ୍ରାଥମିକରୁ ମଧ୍ୟମ ସ୍ତର ପର୍ଯ୍ୟନ୍ତ ଶ୍ରେଣୀଗୃହ ଅଧ୍ୟୟନର ଅଭାବ ହେତୁ, ଲିଖିତ ପରୀକ୍ଷାକୁ ବିଷୟ ମୂଲ୍ୟାଙ୍କନ ଏବଂ ପ୍ରୋଜେକ୍ଟ ମାର୍କ ଅନୁଯାୟୀ ଉତ୍ତୀର୍ଣ୍ଣ ହେବାପାଇଁ ସ୍ଥିର କରାଯାଇଛି।

ଏଥିସହ, ଦିଲ୍ଲୀର ସରକାରୀ ବିଦ୍ୟାଳୟରେ, ନର୍ସରୀ ଠାରୁ ଆରମ୍ଭ କରି ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ୨୦୨୦-୨୧ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ପାଇଁ ପରବର୍ତ୍ତୀ ଶ୍ରେଣୀକୁ ସିଧାସଳଖ ଉତ୍ତୀର୍ଣ୍ଣ ହେବେ। ସେଥିପାଇଁ କେଜିରୁ ଦ୍ୱିତୀୟ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଗ୍ରେଡ୍ କିମ୍ବା ମାର୍କ, ଶୀତକାଳୀନ ଛୁଟିର ଆସାଇନମେଣ୍ଟ ଏବଂ ପିତାମାତାଙ୍କ ସହ ସେୟାର ହୋଇଥିବା ୱାର୍କସିଟ୍ ଉପରେ ଆଧାର କରି ଉତ୍ତୀର୍ଣ୍ଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର