ପର୍ଯ୍ୟଟକଙ୍କ ପାଇଁ ଲଢ଼ିବାରୁ ଆଦିଲଙ୍କୁ ମାରିଦେଲେ

The Sakala Picture
Published On

ପହଲଗାମ: ଭାରତର ‘ମିନି ସ୍ବିଜରଲାଣ୍ଡ’ ପୁଣି ରକ୍ତ ରଞ୍ଜିତ ହୋଇଯାଇଛି। ଅପରୂପ ସୌନ୍ଦର୍ଯ୍ୟ ଭରା କଶ୍ମୀରରେ ଆତଙ୍କବାଦୀ ପୁଣି ସକ୍ରିୟ ହୋଇ ୨୭ ଜଣଙ୍କ ଜୀବନ ନେଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମୁସଲମାନ ସୈଦ ଆଦିଲ ହୁସେନ ସାମିଲ ଅଛନ୍ତି। ସେ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ଲଢ଼େଇ କରିଥିଲେ। ଜଣେ ଆତଙ୍କବାଦୀ ଠାରୁ ରାଇଫଲ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ଆତଙ୍କବାଦୀମାନେ ହୁସେନଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଅନ୍ୟର […]

ପହଲଗାମ: ଭାରତର ‘ମିନି ସ୍ବିଜରଲାଣ୍ଡ’ ପୁଣି ରକ୍ତ ରଞ୍ଜିତ ହୋଇଯାଇଛି। ଅପରୂପ ସୌନ୍ଦର୍ଯ୍ୟ ଭରା କଶ୍ମୀରରେ ଆତଙ୍କବାଦୀ ପୁଣି ସକ୍ରିୟ ହୋଇ ୨୭ ଜଣଙ୍କ ଜୀବନ ନେଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମୁସଲମାନ ସୈଦ ଆଦିଲ ହୁସେନ ସାମିଲ ଅଛନ୍ତି। ସେ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ଲଢ଼େଇ କରିଥିଲେ। ଜଣେ ଆତଙ୍କବାଦୀ ଠାରୁ ରାଇଫଲ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ଆତଙ୍କବାଦୀମାନେ ହୁସେନଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଅନ୍ୟର ଜୀବନ ବଞ୍ଚାଇବାକୁ ଚାହୁଁଥିବା ଏହି ଦେବଦୂତଙ୍କୁ ଆତଙ୍କବାଦୀ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏବେ ବୀରଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏହି ଅନ୍ତିମ ଯାତ୍ରାରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସାମିଲ ହୋଇ ହୁସେନଙ୍କୁ ବଳିଦାନକୁ ସମ୍ମାନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା: ବ୍ରିଜ୍ ଉପରୁ ୧୦୦ ମିଟର ତଳକୁ ଖସିଲା ବସ୍, ୮ ମୃତ

ସୂଚନା ଅନୁଯାୟୀ ବୈସରନ ଉପତ୍ୟକାକୁ କୌଣସି ସଡ଼କ ସଂଯୋଗ ହୋଇନାହିଁ। ପର୍ଯ୍ୟଟକ ଚାଲି ଚାଲି କିମ୍ବା ଘୋଡାରେ ଏଠାକୁ ଯାଇଥାନ୍ତି। ହୁସେନଙ୍କ ଘର ଜମ୍ମୁ-କଶ୍ମୀରର ଅନନ୍ତନାଗରେ। ସେ ପହଲଗାମରେ ଘୋଡ଼ା ଚଲାନ୍ତି। ପାର୍କିଂ ସ୍ଥଳରୁ ପର୍ଯ୍ୟଟକଙ୍କୁ ଘୋଡ଼ାରେ ପହଲଗାମ ସ୍ଥିତ ବୈସରାନ ଉପତ୍ୟକାକୁ ନେଇଥାନ୍ତି। ଏହା ମାଧ୍ୟମରେ ସେ ପରିବାର ଚଲାନ୍ତି। ଏଠାରେ ଆକ୍ରମଣ ହେବା ସମୟରେ ହୁସେନ ଉପସ୍ଥିତ ରହିଥିଲେ। ଆତଙ୍କବାଦୀ ପୁରୁଷ ପର୍ଯ୍ୟଟକଙ୍କୁ ଗୁଳି କରୁଥିବା ବେଳେ ହୁସେନ ସେମାନଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ। ସେ ଆତଙ୍କବାଦୀଙ୍କୁ ନ ଡରି ସାମ୍ନାରେ ଛିଡ଼ା ହୋଇଥିଲେ। ଜଣେ ଆତଙ୍କବାଦୀଠାରୁ ବନ୍ଧୁକ ଛଡ଼ାଇବାକୁ ବି ଚେଷ୍ଟା କରିଥିଲେ। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ହୁସେନଙ୍କ ପରିବାର ସର୍ବସ୍ବାନ୍ତ ହୋଇଯାଇଛି। ତାଙ୍କ ପରିବାରରେ ବୁଢ଼ା ବାପା ମା’, ପତ୍ନୀ ଓ ପିଲାମାନେ ଅଛନ୍ତି। ସେମାନେ ନ୍ୟାୟ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ବିସଲେରୀ ପାଣି ନମୁନା ଅସୁରକ୍ଷିତ ! କ୍ୟାନ୍ସର କାରକ ଉପାଦାନ ମିଳିବା ପରେ FSSAI ପକ୍ଷରୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

ହୁସେନଙ୍କ ବାପା ସୈଦ ହାଇଦର ଶାହ କହିଛନ୍ତି ଯେ କାମ ପାଇଁ ପୁଅ ମଙ୍ଗଳବାର ପହଲଗାମ ଯାଇଥିଲେ। ଦିନ ପ୍ରାୟ ୩ଟାରେ ସେଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା। ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେ ହେଁ ତା ଫୋନ୍‌ ଅଫ୍‌ ଥିଲା। ଦିନ ପ୍ରାୟ ୪.୪୦ରେ ଫୋନ ଅନ ହୋଇଥିଲେ ହେଁ କେହି ଏହା ଉଠାଇ ନଥିଲେ। ପରେ ଥାନାକୁ ଯିବା ପରେ ପୁଅ ପ୍ରାଣ ହରାଇଥିବା ଜାଣିବାକୁ ପାଇଥିଲୁ। ଏହି ଆକ୍ରମଣ ପାଇଁ ଦାୟୀ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ। ସେ ଆମ ସଂସାର ଉଜୁଡ଼ି ଦେଇଛି।

ଆହୁରି ପଢ଼ନ୍ତୁ: ଡେଟିଂ ଓ ହୁକ୍‌ଅପ୍‌ ସଂସ୍କୃତି ମାୟାରେ ଜେନ୍‌-ଜି; ବ୍ୟକ୍ତିଗତ ସ୍ୱାଧୀନତା, ଆର୍ଥିକ ସ୍ୱାବଲମ୍ବନ ଓ ମୁକ୍ତ ଜୀବନ ଚାହାନ୍ତି କିଶୋର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp