ମନୋରଞ୍ଜନ
ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରୀ, ୨୨୯ ଛାତ୍ର ସଂକ୍ରମିତ
ମୁମ୍ବଇ: କରୋନା ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲାର ରିସୋଦ ତହସିଲ ଅନ୍ତର୍ଗତ ଡିଗାଓଁରେ ଥିବା ଏକ ସ୍କୁଲ ହଷ୍ଟେଲର ୨୨୯ ଜଣ ଛାତ୍ର ଏବଂ ତିନି ଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଖବର ପାଇବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁଯାୟୀ, ରିସୋଦ ତହସିଲର ଗାଁ ଡେଗାଓଁରେ ଅବସ୍ଥିତ ଆଶ୍ରମ ବିଦ୍ୟାଳୟରେ ଛାତ୍ରମାନେ ହଷ୍ଟେଲରେ ରୁହନ୍ତି। ଏହି ହଷ୍ଟେଲର ୨୨୯ ଛାତ୍ର ଏବଂ ତିନିଜଣ କର୍ମଚାରୀଙ୍କ […]
ମୁମ୍ବଇ: କରୋନା ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲାର ରିସୋଦ ତହସିଲ ଅନ୍ତର୍ଗତ ଡିଗାଓଁରେ ଥିବା ଏକ ସ୍କୁଲ ହଷ୍ଟେଲର ୨୨୯ ଜଣ ଛାତ୍ର ଏବଂ ତିନି ଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଖବର ପାଇବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ
ସୂଚନା ଅନୁଯାୟୀ, ରିସୋଦ ତହସିଲର ଗାଁ ଡେଗାଓଁରେ ଅବସ୍ଥିତ ଆଶ୍ରମ ବିଦ୍ୟାଳୟରେ ଛାତ୍ରମାନେ ହଷ୍ଟେଲରେ ରୁହନ୍ତି। ଏହି ହଷ୍ଟେଲର ୨୨୯ ଛାତ୍ର ଏବଂ ତିନିଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। ଅମରାବତୀ, ହିଙ୍ଗୋଲି, ନନ୍ଦେଡ, ଭାସିମ, ବୁଲଡାନା ଏବଂ ଆକୋଲାର ୩୨୭ ଜଣ ଛାତ୍ର ଏହି ହଷ୍ଟେଲରେ ରହୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୮ହଜାର ୮୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ରାଜ୍ୟରେ ୮୦ ଜଣଙ୍କ ଜୀବନ ଯାଇଛି। ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନା କଟକଣା କଡ଼ାକଡ଼ି କରିଛନ୍ତି ମହାରାଷ୍ଟ୍ର ସରକାର।






