ପୁଣିଥରେ କାୟା ବିସ୍ତାର କଲା କରୋନା : ବନ୍ଦ ହେଲା ସ୍କୁଲ- କଲେଜ୍

The Sakala Picture
Published On

ନୂଆଦିଲ୍ଲୀ : ମହାରାଷ୍ଟକୁ ପୁଣି ଥରେ ଫେରିଛି ନାଇଟ କର୍ଫ୍ୟୁ । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୁଣେରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାତି ୧୧ ଟାରୁ ସକାଳ ୬ଟା ଯାଁଏ ସହରରେ କର୍ଫ୍ୟୁ ଜାରି ରହିବ। ପୁଣେରେ ଆସନ୍ତାକାଲିଠାରୁ ଜାରି ହେବ ନାଇଟ କର୍ଫ୍ୟୁ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ଏହାସହ ପୁଣେ ସହର ଏବଂ ଜିଲ୍ଲାର ସ୍କୁଲ ଓ କଲେଜଗୁଡ଼ିକ ମଧ୍ୟ […]

ନୂଆଦିଲ୍ଲୀ : ମହାରାଷ୍ଟକୁ ପୁଣି ଥରେ ଫେରିଛି ନାଇଟ କର୍ଫ୍ୟୁ । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୁଣେରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାତି ୧୧ ଟାରୁ ସକାଳ ୬ଟା ଯାଁଏ ସହରରେ କର୍ଫ୍ୟୁ ଜାରି ରହିବ। ପୁଣେରେ ଆସନ୍ତାକାଲିଠାରୁ ଜାରି ହେବ ନାଇଟ କର୍ଫ୍ୟୁ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଏହାସହ ପୁଣେ ସହର ଏବଂ ଜିଲ୍ଲାର ସ୍କୁଲ ଓ କଲେଜଗୁଡ଼ିକ ମଧ୍ୟ ୨୮ ଫେବୃଆରୀ ଯାଏ ବନ୍ଦ ରହିବ । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହାବାଦ ଘରୋଇ କ୍ଲାସ୍ ମଧ୍ୟ ବନ୍ଦ ରହିବ । ହୋଟେଲ, ରେସ୍ତୋରାଁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ବିବାହ ସମାରୋହରେ କେବଳ ୨୦୦ ନିମନ୍ତ୍ରିତ ଅତିଥିଙ୍କୁ ଆସିବାକୁ ଅନୁମତି ଦିଆଯିବ । ଏଥିପାଇଁ ପୋଲିସ ପ୍ରଶାସନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଏହି ନିଷ୍ପତ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି । ବିଭାଗୀୟ କମିଶନର ସୌରଭ ରାଓ ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହା ସମୟରେ କୋରୋନାରେ ନୂଆ ହଟସ୍ପଟ୍ ଅଞ୍ଚଳ ଗୁଡିକୁ ଚିହ୍ନଟ କରାଯାଇ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯିବ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସୂଚନାଯୋଗ୍ୟ ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । ୨୭ଦିନ ପରେ କରୋନା ପୁଣି ତା’ର କାୟା ବିସ୍ତା କରିବା ଆରମ୍ଭ କରିଛି । ୨୪ ଘଣ୍ଟାରେ ଦେଶରେ ୧୪ହଜାର ୨୬୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ମୋଟ କରୋନା ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳ ଓ ମହାରାଷ୍ଟ୍ରର ୭୪ ପ୍ରତିଶତ ସଂକ୍ରମିତ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପଞ୍ଜାବ ସହ ଜମ୍ମୁ-କଶ୍ମୀରରେ ମଧ୍ୟ ପଜିଟିଭ ମାମଲା ଅଚାନକ ବଢିବାରେ ଲାଗିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର