ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଇ ମଝି ରାସ୍ତାରେ ଜଳିଗଲା ବସ୍‌, ୪୨ଭାରତୀୟ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ

Madhusudan Das Picture
Published On

ନୂଆଦିଲ୍ଲୀ: ସାଉଦି ଆରବରେ ବଡ଼ ବସ୍‌ ଦୁର୍ଘଟଣା । ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଇ ମଝି ରାସ୍ତାରେ ଜଳିଗଲା ବସ୍‌ । ଦୁର୍ଘଟଣାରେ ୪୨ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଗାଇଥିବା ସୂଚନା । ଅନେକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ମଦିନା ନିକଟରେ ଡିଜେଲ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ । ବସଟି  ମକ୍କାରୁ ମଦିନା ଅଭିମୁଖେ ଯାଉଥିବାବେଳେ ଘଟିଛି ଏପରି ଏକ ବଡ଼ ଅଘଟଣ । ଦୁର୍ଘଟଣା ପରେ ରିୟାଧାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଥିବା ତେଲେଙ୍ଗାନା ସରକାର ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଟ୍ୟାଙ୍କ ଓ ବସ୍‌ ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ, ବସଟି ମଝି ରାସ୍ତାରେ ଜଳିଯାଇଥିଲା । ଦୁର୍ଘଟଣା ପରେ ଜୀବନ୍ତ ଜଳିଯାଇଛନ୍ତି ୪୨ ତୀର୍ଥଯାତ୍ରୀ । ଅଧିକାଂଶ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ତୀର୍ଥଯାତ୍ରୀମାନେ ଉମରା କରିବାକୁ ଯାଉଥିଲା । ମକ୍କାରୁ ମଦିନା ଯାତ୍ରା କରୁଥିବାବେଳେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ । ଅଘଟଣକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ବିଷୟରେ ସବିଶେଷ ତଥ୍ୟ ନେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

17 Nov 2025 By Madhusudan Das

ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଇ ମଝି ରାସ୍ତାରେ ଜଳିଗଲା ବସ୍‌, ୪୨ଭାରତୀୟ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ସାଉଦି ଆରବରେ ବଡ଼ ବସ୍‌ ଦୁର୍ଘଟଣା । ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଇ ମଝି ରାସ୍ତାରେ ଜଳିଗଲା ବସ୍‌ । ଦୁର୍ଘଟଣାରେ ୪୨ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଗାଇଥିବା ସୂଚନା । ଅନେକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ମଦିନା ନିକଟରେ ଡିଜେଲ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ । ବସଟି  ମକ୍କାରୁ ମଦିନା ଅଭିମୁଖେ ଯାଉଥିବାବେଳେ ଘଟିଛି ଏପରି ଏକ ବଡ଼ ଅଘଟଣ । ଦୁର୍ଘଟଣା ପରେ ରିୟାଧାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଥିବା ତେଲେଙ୍ଗାନା ସରକାର ପକ୍ଷରୁ ସୂଚନା ମିଳିଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଟ୍ୟାଙ୍କ ଓ ବସ୍‌ ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ, ବସଟି ମଝି ରାସ୍ତାରେ ଜଳିଯାଇଥିଲା । ଦୁର୍ଘଟଣା ପରେ ଜୀବନ୍ତ ଜଳିଯାଇଛନ୍ତି ୪୨ ତୀର୍ଥଯାତ୍ରୀ । ଅଧିକାଂଶ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ତୀର୍ଥଯାତ୍ରୀମାନେ ଉମରା କରିବାକୁ ଯାଉଥିଲା । ମକ୍କାରୁ ମଦିନା ଯାତ୍ରା କରୁଥିବାବେଳେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ । ଅଘଟଣକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ବିଷୟରେ ସବିଶେଷ ତଥ୍ୟ ନେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର