ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଇ ମଝି ରାସ୍ତାରେ ଜଳିଗଲା ବସ୍‌, ୪୨ଭାରତୀୟ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ

Madhusudan Das Picture
Published On

ନୂଆଦିଲ୍ଲୀ: ସାଉଦି ଆରବରେ ବଡ଼ ବସ୍‌ ଦୁର୍ଘଟଣା । ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଇ ମଝି ରାସ୍ତାରେ ଜଳିଗଲା ବସ୍‌ । ଦୁର୍ଘଟଣାରେ ୪୨ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଗାଇଥିବା ସୂଚନା । ଅନେକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ମଦିନା ନିକଟରେ ଡିଜେଲ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ । ବସଟି  ମକ୍କାରୁ ମଦିନା ଅଭିମୁଖେ ଯାଉଥିବାବେଳେ ଘଟିଛି ଏପରି ଏକ ବଡ଼ ଅଘଟଣ । ଦୁର୍ଘଟଣା ପରେ ରିୟାଧାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଥିବା ତେଲେଙ୍ଗାନା ସରକାର ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୬ମାଓବାଦୀ, ନିହତଙ୍କ ମଧ୍ୟରେ ଜଣେ ଟପ୍ ମାଓନେତା ଥିବା ସୂଚନା

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଟ୍ୟାଙ୍କ ଓ ବସ୍‌ ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ, ବସଟି ମଝି ରାସ୍ତାରେ ଜଳିଯାଇଥିଲା । ଦୁର୍ଘଟଣା ପରେ ଜୀବନ୍ତ ଜଳିଯାଇଛନ୍ତି ୪୨ ତୀର୍ଥଯାତ୍ରୀ । ଅଧିକାଂଶ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ତୀର୍ଥଯାତ୍ରୀମାନେ ଉମରା କରିବାକୁ ଯାଉଥିଲା । ମକ୍କାରୁ ମଦିନା ଯାତ୍ରା କରୁଥିବାବେଳେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ । ଅଘଟଣକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ବିଷୟରେ ସବିଶେଷ ତଥ୍ୟ ନେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଆହୁରି ପଢ଼ନ୍ତୁ: ନେତାଙ୍କ ଧୈର୍ଯ୍ୟଚ୍ୟୁତି: ଖୁବଶୀଘ୍ର ବୋର୍ଡ-ନିଗମ ନିଯୁକ୍ତି, ଦଳ ସଭାପତିଙ୍କ ସୁପାରିସ ଆପାତତଃ ଚୂଡ଼ାନ୍ତ...

Join Us @ WhatsApp

About The Author

Google News
Join Us @ WhatsApp