ଆମ୍‌ ଆଦ୍‌ମୀ ପାର୍ଟି ଛାଡ଼ିଲେ ୧୫ କର୍ପୋରେଟର

The Sakala Picture
Published On

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନରେ ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟକା ଲାଗିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ସେତେବେଳେ କେଜ୍ରିୱାଲଙ୍କ ପାଇଁ ବଡ଼ ସଙ୍କଟ ଆଣିଥିଲା ବେଳେ ବର୍ତ୍ତମାନ ଦଳର ୧୫ ପାର୍ଷଦ ଦଳ ଛାଡିଛନ୍ତି। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି)ରେ ଦଳର ମୁଖୀଆ ରହିଥିବା ମୁକେଶ ଗୋଏଲଙ୍କ ନେତୃତ୍ବରେ ଅନ୍ୟ ୧୪ ବିଦ୍ରୋହୀ ଆପ୍‌ ପାର୍ଷଦ ଦଳ ଛାଡି ନୂଆ ଦଳ ଗଠନ ଘୋଷଣା କରିଛନ୍ତି। ଇନ୍ଦ୍ରପ୍ରସ୍ଥ […]

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନରେ ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟକା ଲାଗିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ସେତେବେଳେ କେଜ୍ରିୱାଲଙ୍କ ପାଇଁ ବଡ଼ ସଙ୍କଟ ଆଣିଥିଲା ବେଳେ ବର୍ତ୍ତମାନ ଦଳର ୧୫ ପାର୍ଷଦ ଦଳ ଛାଡିଛନ୍ତି। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି)ରେ ଦଳର ମୁଖୀଆ ରହିଥିବା ମୁକେଶ ଗୋଏଲଙ୍କ ନେତୃତ୍ବରେ ଅନ୍ୟ ୧୪ ବିଦ୍ରୋହୀ ଆପ୍‌ ପାର୍ଷଦ ଦଳ ଛାଡି ନୂଆ ଦଳ ଗଠନ ଘୋଷଣା କରିଛନ୍ତି। ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି ନାଁରେ ନୂଆ ଦଳ ଗଠନ କରାଯାଇଥିଲା ବେଳେ ଏହି ଦଳ ବର୍ତ୍ତମାନ ଏମସିଡିରେ ତୃତୀୟ ସାମ୍ମୁଖ୍ୟ ହେବ ଏବଂ ଏହା ମୁକେଶ ଗୋୟଲଙ୍କ ନେତୃତ୍ବରେ କାର୍ଯ୍ୟ କରିବ ବୋଲି କୁହାଯାଇଛି। ମୁକେଶ ଗତ ଫେବୃଆରୀରେ ହୋଇଥିବା ବିଧାନସଭା ନିର୍ବାଚନରେ ଆଦର୍ଶ ନଗର ଆସନରେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଏମସିଡି ମେୟର ନିର୍ବାଚନରେ ବିଜେପି କାଉନସିଲର ରାଜା ଇକବାଲ ସିଂହ ନୂଆ ମେୟର ହୋଇଥିଲେ। ତାଙ୍କୁ ୧୩୩ଟି ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ମନଦୀପଙ୍କୁ ମାତ୍ର ୮ଟି ଭୋଟ ମିଳିଥିଲା। ଆପ ମେୟର ନିର୍ବାଚନ ବର୍ଜନ କରିଥିଲା ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ନିଜର ପ୍ରାର୍ଥୀ ମଧ୍ୟ ଛିଡ଼ା କରିନଥିଲା। କିନ୍ତୁ ଏହି ଘଟଣାକୁ ନେଇ ଆପ୍‌ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା। ସେମାନେ କ୍ଷମତାରେ ରହି ମଧ୍ୟ ସେମାନଙ୍କ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିପାରୁ ନଥିଲେ ବୋଲି ମୁକେଶ କହିଛନ୍ତି। କିନ୍ତୁ ବର୍ତ୍ତମାନ ମୁକେଶ ଏବଂ ତାଙ୍କ ସମର୍ଥକମାନେ ଗଠନ କରିଥିବା ନୂଆ ଦଳକୁ ନେଇ କାର୍ଯ୍ୟ କରିବେ ଏବଂ ସେମାନଙ୍କ ଅଞ୍ଚଳର ବିକାଶ ପାଇଁ ଗୁରୁତ୍ବ ଦେବେ ବୋଲି କହିଛନ୍ତି। କିନ୍ତୁ ଆପ୍‌ର ଏହି ବିଭାଜନ ଦଳ ପାଇଁ ଏକ ବଡ଼ ରାଜନୈତିକ ଚ୍ୟାଲେଞ୍ଜ ହେବ ବୋଲି ବିବେଚନା କରାଯାଉଛି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ନୋଏଡା ବିମାନବନ୍ଦରରେ ଅବତରଣ କଲା ରୁଷିଆର ସାମରିକ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର